‘ହକିର ଗ୍ଲୋବାଲ ହବ୍ରେ ପରିଣତ ହୋଇଛି ଓଡ଼ିଶା’
ଭୁବନେଶ୍ୱର, ୧୧।୯ (ତପନ ସ୍ବାଇଁ): ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍ଆଇଏଚ୍) ସଭାପତି ତୟାବ ଇକ୍ରାମ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏଠାରେ ସାକ୍ଷାତ କରିଛନ୍ତି। ବିଶ୍ୱ ହକିକୁ ଓଡ଼ିଶାର ଅବଦାନ ଏବଂ ରାଜ୍ୟରେ ହକିର ବିକାଶ ପାଇଁ ମିଳିତ ଉଦ୍ୟମ ସମ୍ପର୍କରେ ଏହି ସାକ୍ଷାତ ଅବସରରେ ଆଲୋଚନା ହୋଇଛି। କ୍ରୀଡ଼ା ସହ ଭିତ୍ତିଭୂମିର ଉନ୍ନତି ଏବଂ ଓଡ଼ିଶାରେ ଆଗାମୀ ଅନ୍ତର୍ଜାତୀୟ ଟୁର୍ନାମେଣ୍ଟ ଆୟୋଜନ ଉପରେ ଏଥିରେ ଗୁରୁତ୍ୱ ଦିଆଯାଇଛି। ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ, […] The post ‘ହକିର ଗ୍ଲୋବାଲ ହବ୍ରେ ପରିଣତ ହୋଇଛି ଓଡ଼ିଶା’ appeared first on Dharitri Odia News.
ଭୁବନେଶ୍ୱର, ୧୧।୯ (ତପନ ସ୍ବାଇଁ): ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍ଆଇଏଚ୍) ସଭାପତି ତୟାବ ଇକ୍ରାମ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏଠାରେ ସାକ୍ଷାତ କରିଛନ୍ତି। ବିଶ୍ୱ ହକିକୁ ଓଡ଼ିଶାର ଅବଦାନ ଏବଂ ରାଜ୍ୟରେ ହକିର ବିକାଶ ପାଇଁ ମିଳିତ ଉଦ୍ୟମ ସମ୍ପର୍କରେ ଏହି ସାକ୍ଷାତ ଅବସରରେ ଆଲୋଚନା ହୋଇଛି। କ୍ରୀଡ଼ା ସହ ଭିତ୍ତିଭୂମିର ଉନ୍ନତି ଏବଂ ଓଡ଼ିଶାରେ ଆଗାମୀ ଅନ୍ତର୍ଜାତୀୟ ଟୁର୍ନାମେଣ୍ଟ ଆୟୋଜନ ଉପରେ ଏଥିରେ ଗୁରୁତ୍ୱ ଦିଆଯାଇଛି। ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ, ମହାସଚିବ ଭୋଳାନାଥ ସିଂ, କ୍ରୀଡ଼ା ସଚିବ ଭାସ୍କରଜ୍ୟୋତି ଶର୍ମା ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ।
ପୁରୁଷ ହକି ବିଶ୍ୱକପ ପରି ବଡ଼ ଟୁର୍ନାମେଣ୍ଟଗୁଡ଼ିକର ଆୟୋଜନ ସମୟରେ ଏଫ୍ଆଇଏଚ୍ର ଅକୁଣ୍ଠ ସହଯୋଗକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ। ”ସମ୍ମାନଜନକ ଟୁର୍ନାମେଣ୍ଟଗୁଡ଼ିକ ଆୟୋଜନ କରି ଓଡ଼ିଶା ହକିର ଏକ ଗ୍ଲୋବାଲ ହବ୍ରେ ପରିଣତ ହୋଇଛି। ଅମେ ଆସନ୍ତା ପ୍ରୋ ଲିଗ୍ ଆୟୋଜନକୁ ବ୍ୟଗ୍ରତାର ସହ ଅପେକ୍ଷା କରିଛୁ। ଏହା ବ୍ୟତୀତ ଏଫ୍ଆଇଏଚ୍ ସହଯୋଗରେ ରାଜ୍ୟରେ ଭବିଷ୍ୟତରେ ଆହୁରି ବିଶ୍ୱସ୍ତରୀୟ ଟୁର୍ନାମେଣ୍ଟ ଆୟୋଜନ ପାଇଁ ଆଶା ରଖିଛୁ“ ବୋଲି ଆଲୋଚନା ଅବସରରେ ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି। କ୍ରୀଡ଼ାକୁ ପ୍ରମୋଟ କରୁଥିବାରୁ ଏବଂ ତୃଣମୂଳ ସ୍ତରରେ କାର୍ଯ୍ୟକ୍ରମ ଆୟୋଜନ କରି ହକି ପ୍ରତିଭା ଅନ୍ବେଷଣ କରୁଥିବାରୁ ଇକ୍ରାମ ମଧ୍ୟ ଓଡ଼ିଶା ସରକାରଙ୍କୁ ପ୍ରଶଂସା କରିଛନ୍ତି। ଏହି ଅବସରରେ ଉଭୟଙ୍କ ମଧ୍ୟରେ ଆଥ୍ଲେଟ୍ ଡେଭଲପ୍ମେଣ୍ଟ, ସ୍ପୋଟର୍ସ ସାଇନ୍ସ ଏବଂ ଖେଳାଳି ଓ କୋଚ୍ଙ୍କ ଫାଇଦା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେବା ଉପରେ ଆଲୋଚନା ହୋଇଥିଲା। ଉଭୟ ଓଡ଼ିଶା ଏବଂ ଦେଶରେ ମହିଳା ହକିକୁ ପ୍ରୋତ୍ସାହିତ କରିବା ଓ ମହିଳା ଆଥ୍ଲେଟ୍ଙ୍କ ସଶକ୍ତୀକରଣ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ଓଡ଼ିଶା ସହ ମିଶି ବିଶ୍ୱସ୍ତରରେ ହକିର ବିକାଶ ପାଇଁ ଏଫ୍ଆଇଏଚ୍ ପ୍ରତିଶ୍ରୁତିବଦ୍ଧ ବୋଲି ଇକ୍ରାମ ପ୍ରକାଶ କରିଛନ୍ତି।
ଭୁବନେଶ୍ୱରରେ ପହଞ୍ଚତ୍ବା ପରେ ଇକ୍ରାମଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ବିମାନ ବନ୍ଦରରେ କ୍ରୀଡ଼ା ଓ ଯୁବସେବା ବିଭାଗ, ହକି ଆସୋସିଏଶନ ଅଫ୍ ଓଡ଼ିଶା ଏବଂ ହକି ଇଣ୍ଡିଆର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।
The post ‘ହକିର ଗ୍ଲୋବାଲ ହବ୍ରେ ପରିଣତ ହୋଇଛି ଓଡ଼ିଶା’ appeared first on Dharitri Odia News.