ଚଣ୍ଡିଖୋଲରେ ମୋଦିଙ୍କ ବଡ ଗ୍ୟାରେଣ୍ଟି, ମିଳିବ ୩୦୦ୟୁନିଟ ମାଗଣା ବିଜୁଳି

ଭୁବନେଶ୍ୱର,୫।୩: ଚଣ୍ଡିଖୋଲରେ ଗ୍ୟାରେଣ୍ଟି ସମାବେଶରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ମୋଦି ‘ଜୟ ଜଗନ୍ନାଥ’ କହି ନିଜ ଅଭିଭାଷଣ ଆରମ୍ଭ କରିଛନ୍ତି। ସଭାରେ ଯୋଗଦେଇ ସେ କହିଛନ୍ତି, ଦେଶ ପାଇଁ ଜୀବନ ସମର୍ପିତ କରିଥିବା ବିଜୁ ପଟ୍ଟନାୟକଙ୍କ ଆଜି ଜନ୍ମ ଜୟନ୍ତୀ । ପୂରା ଦେଶ ବିଜୁ ବାବୁଙ୍କୁ ମନେ ପକାଉଛି । ସମାବେଶରେ ଏତେ ବିଶାଳ ସଂଖ୍ୟାରେ ଲୋକେ ଆସିବା ଦର୍ଶାଉଛି ଯେ ପୂର୍ବ ଭାରତର ମୁଡ କଣ ଅଛି । ସମସ୍ତେ ସଂକଳ୍ପ ନେଇ ଆସିଛନ୍ତି […] The post ଚଣ୍ଡିଖୋଲରେ ମୋଦିଙ୍କ ବଡ ଗ୍ୟାରେଣ୍ଟି, ମିଳିବ ୩୦୦ୟୁନିଟ ମାଗଣା ବିଜୁଳି appeared first on Dharitri Odia News.

ଚଣ୍ଡିଖୋଲରେ ମୋଦିଙ୍କ ବଡ ଗ୍ୟାରେଣ୍ଟି, ମିଳିବ ୩୦୦ୟୁନିଟ ମାଗଣା ବିଜୁଳି

ଭୁବନେଶ୍ୱର,୫।୩: ଚଣ୍ଡିଖୋଲରେ ଗ୍ୟାରେଣ୍ଟି ସମାବେଶରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ମୋଦି ‘ଜୟ ଜଗନ୍ନାଥ’ କହି ନିଜ ଅଭିଭାଷଣ ଆରମ୍ଭ କରିଛନ୍ତି। ସଭାରେ ଯୋଗଦେଇ ସେ କହିଛନ୍ତି, ଦେଶ ପାଇଁ ଜୀବନ ସମର୍ପିତ କରିଥିବା ବିଜୁ ପଟ୍ଟନାୟକଙ୍କ ଆଜି ଜନ୍ମ ଜୟନ୍ତୀ । ପୂରା ଦେଶ ବିଜୁ ବାବୁଙ୍କୁ ମନେ ପକାଉଛି । ସମାବେଶରେ ଏତେ ବିଶାଳ ସଂଖ୍ୟାରେ ଲୋକେ ଆସିବା ଦର୍ଶାଉଛି ଯେ ପୂର୍ବ ଭାରତର ମୁଡ କଣ ଅଛି । ସମସ୍ତେ ସଂକଳ୍ପ ନେଇ ଆସିଛନ୍ତି ଅବକି ବାର୍‌ ୪୦୦ ପାର । ଏହି ସଂକଳ୍ପ ଭାରତକୁ ତୃତୀୟ ବୃହତ୍ତ ଅର୍ଥନୈତିକ ଦେଶ ଭାବେ ଉଭା କରିବ । ଚାଷୀ, ଯୁବକ, ନାରୀଶକ୍ତି ଏବଂ ଗରିବଙ୍କ ଜୀବନ ବଦଳାଇବ। ୪୦୦ ପାର୍‌ର ଏହି ସଂକଳ୍ପ ଦେଶରେ ଦୃଢ ନିଷ୍ପତ୍ତି ନେଉଥିବା ସରକାର ଗଠନ ସହ ଓଡିଶାର ଭୂମିକା ଯଥେଷ୍ଟ ଅଧିକ ରହିବ ।

ମୋଦି ଆହୁରି କହିଛନ୍ତି, ସ୍ବାଧୀନତା ପରେ କଂଗ୍ରେସ ଦେଶରେ ଏମିତି ବ୍ୟବସ୍ଥା ସୃଷ୍ଟି କରିଛି ଯାହା ଗରିବ, ଯୁବକ ଓ ଆଦିବାସୀଙ୍କ ମନରେ ଅବିଶ୍ୱାସ ସୃଷ୍ଟି କରିଛି । ସବୁ କ୍ଷେତ୍ରରେ କଂଗ୍ରେସ ଗ୍ୟାରେଣ୍ଟି ଖୋଜୁଥିଲା । କିନ୍ତୁ ୨୦୧୪ ପରେ ଏକ ଗରିବର ପିଲା କେନ୍ଦ୍ରରେ ସରକାର ଗଢିଲା । ଗରିବର ପିଲା ପ୍ରଧାନମନ୍ତ୍ରୀ ହୋଇ ଗରିବଙ୍କ ଗ୍ୟାରେଣ୍ଟି ସାଜି ଉଭା ହୋଇଛି । ବିନା ଗ୍ୟାରେଣ୍ଟିରେ ଗରିବଙ୍କୁ ବିନା ସୁଧରେ ଋଣ ଦେଉଛୁ । ଆଜି ଗରିବଙ୍କ ଆତ୍ମବିଶ୍ୱାସ ବଢିଛି । ସମସ୍ତଙ୍କର ବିଶ୍ୱାସ ବଢିଛି ଯେ, ଗରିବର ସାଥୀ ହେଉଛି ମୋଦି ।

ବର୍ତ୍ତମାନ ଗରିବଙ୍କ ପାଖରେ ସବୁ ସରକାରୀ ଯୋଜନାର ଲାଭ ପହଞ୍ଚି ପାରୁଛି । ପକ୍କାଘର, ପାନୀୟ ଜଳ ଟ୍ୟାପ କନେକ୍ସନ, ଇନ୍ଧନ ଗ୍ୟାସ ଯାହା ପୂର୍ବରୁ ସ୍ବପ୍ନ ଥିଲା କିନ୍ତୁ ଏବେ ତାହା ପୂରଣ ହୋଇଛି । ଯେଉଁଠି ସବୁ ଆଶା ମଉଳିଯାଏ ସେଠାରେ ମୋଦି ଗ୍ୟାରେଣ୍ଟି ଆରମ୍ଭ ହୁଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ମୋଦିଙ୍କ ଗ୍ୟାରେଣ୍ଟି ହେଉଛି ମୁକ୍ତ ବିଜୁଳି, ଜିରୋ ବିଲ । ଏଥିପାଇଁ ଭାଜପା ସରକାର ପିଏମ ସୂର୍ଯ୍ୟଘର ଯୋଜନା ଆରମ୍ଭ କରିଛନ୍ତି । ପ୍ରତି ପରିବାରକୁ ୩୦୦ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ ମିଳିବ । ପ୍ରତି ପରିବାର ନିଜର ଆବଶ୍ୟକତା ପୂରଣ କରିବା ସହ ସରକାରଙ୍କୁ ବିଦ୍ୟୁତ ବିକ୍ରି କରିପାରିବେ । ଚାଷୀ ଭାଇ ମଧ୍ୟ ଖାଲି ପଡିଥିବା ଜମିରେ ସୋଲାର ପ୍ୟାନେଲ ବସାଇ ବିଦ୍ୟୁତ ଉତ୍ପାଦନ କରିପାରିବେ ।

ଗ୍ୟାରେଣ୍ଟି ସମାବେଶରେ ପ୍ରଧାନମନ୍ତ୍ରୀ ଇଣ୍ଡିଆ ମେଣ୍ଟ ଉପରେ ଗର୍ଜିଛନ୍ତି। ସେ କହିଛନ୍ତି, ଇଣ୍ଡିଆ ମେଣ୍ଟର ନେତା କାନ ଖୋଲିକି ଶୁଣନ୍ତୁ, ଆପଣଙ୍କର ବିଚାରଧାରା ହେଉଛି ପରିବାରବାଦ ପ୍ରଥମ କିନ୍ତୁ ମୋଦିଙ୍କର ବିଚାରଧାରା ହେଉଛି ଦେଶ ପ୍ରଥମ । ସେମାନେ ପରିବାରର ଭବିଷ୍ୟତ ପାଇଁ ଚିନ୍ତା କରୁଛନ୍ତି କିନ୍ତୁ ମୋଦି ଦେଶବାସୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଚିନ୍ତା କରୁଛନ୍ତି । ଇଣ୍ଡିଆ ଗଠବନ୍ଧନ ଚାହୁଁଛି ମୋଦିଙ୍କୁ ହଟାଇବାକୁ କିନ୍ତୁ ମୋର ଲକ୍ଷ୍ୟ ହେଉଛି ଭାରତକୁ ତୃତୀୟ ସର୍ବବୃହତ ଅର୍ଥନୈତିକ ଦେଶ ଭାବେ ଛିଡା କରିବା ବୋଲି ମୋଦି ଗ୍ୟାରେଣ୍ଟି ଦେଇଛନ୍ତି।

The post ଚଣ୍ଡିଖୋଲରେ ମୋଦିଙ୍କ ବଡ ଗ୍ୟାରେଣ୍ଟି, ମିଳିବ ୩୦୦ୟୁନିଟ ମାଗଣା ବିଜୁଳି appeared first on Dharitri Odia News.