ରାତିପାହିଲେ ହୋଇଥାନ୍ତା ପୁଅର ବାହାଘର, ୧୫ରୁ ଅଧିକ ଥର ଛୁରି ଭୁସିମାରିଲେ ବାପା

ନୂଆଦିଲ୍ଲୀ,୮।୩: ରାତିପାହିଲେ ହୋଇଥାନ୍ତା ପୁଅର ବାହାଘର, ଘରକୁ ଆସିଥାନ୍ତେ ନୂଆ ବୋହୂ। ଘରେ ଭର୍ତ୍ତି ହୋଇଥିଲେ ବନ୍ଧୁବାନ୍ଧବ । ମାତ୍ର ବିବାହ ପୂର୍ବରୁ ପୁଅ ମୁହଁ ଓ ଛାତିରେ ୧୫ରୁ ଅଧିକ ଥର ଛୁରି ଭୁସି ହତ୍ୟ କଲେ ବାପା। ଏପରି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଦିଲ୍ଲୀରେ । ଜଣେ ୨୯ ବର୍ଷୀୟ ଜିମ୍‌ ଟ୍ରେନରଙ୍କ ଗୌରବ ସିଂଘଲଙ୍କ ହତ୍ୟା ମାମଲାରେ ପୋଲିସ ତାଙ୍କ ବାପା ରଙ୍ଗଲାଲ ସିଂଘଲଙ୍କୁ ଗିରଫ କରିଛି। ସୂଚନାଯୋଗ୍ୟ, ସଙ୍ଗୀତ […] The post ରାତିପାହିଲେ ହୋଇଥାନ୍ତା ପୁଅର ବାହାଘର, ୧୫ରୁ ଅଧିକ ଥର ଛୁରି ଭୁସିମାରିଲେ ବାପା appeared first on Dharitri Odia News.

ରାତିପାହିଲେ ହୋଇଥାନ୍ତା ପୁଅର ବାହାଘର, ୧୫ରୁ ଅଧିକ ଥର ଛୁରି ଭୁସିମାରିଲେ ବାପା

ନୂଆଦିଲ୍ଲୀ,୮।୩: ରାତିପାହିଲେ ହୋଇଥାନ୍ତା ପୁଅର ବାହାଘର, ଘରକୁ ଆସିଥାନ୍ତେ ନୂଆ ବୋହୂ। ଘରେ ଭର୍ତ୍ତି ହୋଇଥିଲେ ବନ୍ଧୁବାନ୍ଧବ । ମାତ୍ର ବିବାହ ପୂର୍ବରୁ ପୁଅ ମୁହଁ ଓ ଛାତିରେ ୧୫ରୁ ଅଧିକ ଥର ଛୁରି ଭୁସି ହତ୍ୟ କଲେ ବାପା। ଏପରି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଦିଲ୍ଲୀରେ । ଜଣେ ୨୯ ବର୍ଷୀୟ ଜିମ୍‌ ଟ୍ରେନରଙ୍କ ଗୌରବ ସିଂଘଲଙ୍କ ହତ୍ୟା ମାମଲାରେ ପୋଲିସ ତାଙ୍କ ବାପା ରଙ୍ଗଲାଲ ସିଂଘଲଙ୍କୁ ଗିରଫ କରିଛି।
ସୂଚନାଯୋଗ୍ୟ, ସଙ୍ଗୀତ ସେରିମନି ପାଇଁ ପ୍ରସ୍ତୁତି ଚାଲିଥିଲା ବେଳେ ଏହି ସମୟରେ ଘରେ ଥିବା ଗୌରବ ଓ ତାଙ୍କ ବାପାଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ତାଙ୍କ ବାପା ରଙ୍ଗଲାଲ ଉତ୍ତ୍ୟକ୍ତ ହୋଇ ପଡ଼ିଥିଲେ। ଭିଷଣ ଶବ୍ଦ ଯୋଗୁ କିଛି ଶୁଭୁ ନ ଥିବା ବେଳେ ଏହାର ସୁଯୋଗ ନେଇ ରଙ୍ଗଲାଲ ନିଜ ପୁଅକୁ ବାରମ୍ବାର ଛୁରିରେ ଆକ୍ରମଣ କରିବାକୁ ଲାଗିଲେ। ପରେ ଘଟଣାସ୍ଥଳରେ ହିଁ ଗୌରବଙ୍କ ମୃତ୍ୟୁ ଘଟିଥିଲା।
ପରିବାର ଲୋକେ ବହୁ ଖୋଜାଖୋଜି ପରେ ଘରେ ଗୌରବଙ୍କ ରକ୍ତ ଜୁଡ଼ୁଜୁଡ଼ୁ ମୃତଦେହ ପଡ଼ିଥିବା ଦେଖି ହସ୍ପିଟାଲ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ରଙ୍ଗଲାଲ ଫେରାର ହୋଇ ଯାଇଥିଲେ। ବହୁ ଖୋଜାଖୋଜି ପରେ ତାଙ୍କୁ ଗିରଫ କରାଯାଇଥିବା ବେଳେ ପୁଅ ଦ୍ୱାରା ବାରମ୍ବାର ଅପମାନିତ ହେବା ପରେ ଏପରି ଚରମ ପଦକ୍ଷେପ ନେଇଥିବା ରଙ୍ଗଲାଲ ସ୍ବୀକାର କରିଛନ୍ତି।

The post ରାତିପାହିଲେ ହୋଇଥାନ୍ତା ପୁଅର ବାହାଘର, ୧୫ରୁ ଅଧିକ ଥର ଛୁରି ଭୁସିମାରିଲେ ବାପା appeared first on Dharitri Odia News.