ଆତ୍ମହତ୍ୟା କଲେ ଟିଭି ଅଭିନେତା ନୀତିନ ଚୌହାନ

ନୂଆଦିଲ୍ଲୀ: ଲୋକପ୍ରିୟ ଟିଭି ସୋ କ୍ରାଇମ ପାଟ୍ରୋଲ୍‌ ଏବଂ ସ୍ପ୍ଲିଟ୍‌ସଭିଲ୍ଲାରେ ଅଭିନୟ କରିଥିବା ଟିଭି ଅଭିନେତା ନୀତିନ ଚୌହାନ ଆତ୍ମହତ୍ୟା କରିଛନ୍ତି। ଗୁରଗାଓଁ ସ୍ଥିତ ତାଙ୍କ ବାସଭବନରୁ ତାଙ୍କ ମୃତଦେହ ମିଳିଛି। ସେ ଆତ୍ମହତ୍ୟା କରିଛନ୍ତି ବୋଲି କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି। ନଭେମ୍ବର ୬ ତାରିଖ ସନ୍ଧ୍ୟାରେ ନୀତିନ ଚୌହାନଙ୍କ ପତ୍ନୀ ଏବଂ ଝିଅ ସେ ରହୁଥିବା ସୋସାଇଟି ଗାର୍ଡେନ୍‌ ଯାଇଥିଲେ। ଫେରିବାପରେ ସେମାନେ ନୀତିନଙ୍କ ସହ ଆଉ ଯୋଗାଯୋଗ କରିପାରିଲେନି। ନୀତିନ ସେମାନଙ୍କ ଫୋନ୍‌ ଉଠାଇଲେନି। […]

ଆତ୍ମହତ୍ୟା କଲେ ଟିଭି ଅଭିନେତା ନୀତିନ ଚୌହାନ

ନୂଆଦିଲ୍ଲୀ: ଲୋକପ୍ରିୟ ଟିଭି ସୋ କ୍ରାଇମ ପାଟ୍ରୋଲ୍‌ ଏବଂ ସ୍ପ୍ଲିଟ୍‌ସଭିଲ୍ଲାରେ ଅଭିନୟ କରିଥିବା ଟିଭି ଅଭିନେତା ନୀତିନ ଚୌହାନ ଆତ୍ମହତ୍ୟା କରିଛନ୍ତି। ଗୁରଗାଓଁ ସ୍ଥିତ ତାଙ୍କ ବାସଭବନରୁ ତାଙ୍କ ମୃତଦେହ ମିଳିଛି। ସେ ଆତ୍ମହତ୍ୟା କରିଛନ୍ତି ବୋଲି କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି। ନଭେମ୍ବର ୬ ତାରିଖ ସନ୍ଧ୍ୟାରେ ନୀତିନ ଚୌହାନଙ୍କ ପତ୍ନୀ ଏବଂ ଝିଅ ସେ ରହୁଥିବା ସୋସାଇଟି ଗାର୍ଡେନ୍‌ ଯାଇଥିଲେ। ଫେରିବାପରେ ସେମାନେ ନୀତିନଙ୍କ ସହ ଆଉ ଯୋଗାଯୋଗ କରିପାରିଲେନି। ନୀତିନ ସେମାନଙ୍କ ଫୋନ୍‌ ଉଠାଇଲେନି। ତାଙ୍କ ପତ୍ନୀ ଆଜତ ପଡ଼ୋଶୀଙ୍କ ଚାବିରେ ଘର ଖୋଲିବାକୁ ଚେଷ୍ଟା କରିଥିଲେ। କିନ୍ତୁ ପାରିଲେନି। କାରଣ ଘର ଭିତର ପଟୁ ବନ୍ଦ ଥିଲା। ଏହାପରେ ସେ କବାଟ ଭାଙ୍ଗି ଭିତରକୁ ପଶିଥିଲେ। ତାଙ୍କ ସ୍ବାମୀଙ୍କୁ ଏକ ସିଲିଂ ଫ୍ୟାନ୍‌ରେ ଝୁଲୁଥିବା ଦେଖିଥିଲେ। ଦିନ୍ଦୋଶୀ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ମିଳିଥିବା ସୂଚନାନୁଯାୟୀ ଟିଭି ଇଣ୍ଡଷ୍ଟ୍ରିରେ ସୁଯୋଗର ଅଭାବ ଯୋଗୁଁ ନୀତିନ ବିଷାଦରେ ଥିଲେ। ଅଭିନେତାଙ୍କର ବାପା ମା’, ପତ୍ନୀ , ୩ ବର୍ଷର ଝିଅ ଏବଂ ଭଉଣୀ ଅଛନ୍ତି। ‘ତେରେ ୟାର ହୁଁ ମେଁ’ରେ ବି ସେ ଅଭିନୟ କହିଛନ୍ତି।