ଆଦାମ ଗିଲକ୍ରିଷ୍ଟ, ମାଇକେଲଙ୍କୁ ଇଂରାଜୀରେ କ’ଣ କହିଲେ ନୀତୀଶ ରେଡ୍ଡୀଙ୍କ ପିତା, ଜାଣନ୍ତୁ…

ମେଲବୋର୍ନ,୨୮।୧୨: ନୀତୀଶ କୁମାର ରେଡ୍ଡୀ ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ବିପକ୍ଷ ଡେବ୍ୟୁ ଟେଷ୍ଟ ସିରିଜରେ ଏକ ଶତକ ସ୍କୋର କରି ଇତିହାସ ସୃଷ୍ଟି କରିଛନ୍ତି। ଅଷ୍ଟ୍ରେଲିଆରେ ଶତକ ହାସଲ କରିଥିବା ସଚିନ ଏବଂ ଋଷଭ ପନ୍ତଙ୍କ ପରେ ନୀତୀଶ ତୃତୀୟ କନିଷ୍ଠ ଖେଳାଳି। ଚତୁର୍ଥ ଟେଷ୍ଟର ତୃତୀୟ ଦିନରେ ନୀତୀଶ କୁମାର ରେଡ୍ଡୀ କଷ୍ଟ ସମୟରେ ଟିମ ଇଣ୍ଡିଆ ପାଇଁ ବ୍ୟାଟିଂ କରି ସେମାନଙ୍କୁ ସଙ୍କଟରୁ ଉଦ୍ଧାର କରିଥିଲେ। ନୀତୀଶ ଅଷ୍ଟମ ପାଇଁ ୱାଶିଂଟନ ସୁନ୍ଦରଙ୍କ […] The post ଆଦାମ ଗିଲକ୍ରିଷ୍ଟ, ମାଇକେଲଙ୍କୁ ଇଂରାଜୀରେ କ’ଣ କହିଲେ ନୀତୀଶ ରେଡ୍ଡୀଙ୍କ ପିତା, ଜାଣନ୍ତୁ… appeared first on Dharitri Odia News.

ଆଦାମ ଗିଲକ୍ରିଷ୍ଟ, ମାଇକେଲଙ୍କୁ ଇଂରାଜୀରେ କ’ଣ କହିଲେ ନୀତୀଶ ରେଡ୍ଡୀଙ୍କ ପିତା, ଜାଣନ୍ତୁ…

ମେଲବୋର୍ନ,୨୮।୧୨: ନୀତୀଶ କୁମାର ରେଡ୍ଡୀ ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ବିପକ୍ଷ ଡେବ୍ୟୁ ଟେଷ୍ଟ ସିରିଜରେ ଏକ ଶତକ ସ୍କୋର କରି ଇତିହାସ ସୃଷ୍ଟି କରିଛନ୍ତି। ଅଷ୍ଟ୍ରେଲିଆରେ ଶତକ ହାସଲ କରିଥିବା ସଚିନ ଏବଂ ଋଷଭ ପନ୍ତଙ୍କ ପରେ ନୀତୀଶ ତୃତୀୟ କନିଷ୍ଠ ଖେଳାଳି। ଚତୁର୍ଥ ଟେଷ୍ଟର ତୃତୀୟ ଦିନରେ ନୀତୀଶ କୁମାର ରେଡ୍ଡୀ କଷ୍ଟ ସମୟରେ ଟିମ ଇଣ୍ଡିଆ ପାଇଁ ବ୍ୟାଟିଂ କରି ସେମାନଙ୍କୁ ସଙ୍କଟରୁ ଉଦ୍ଧାର କରିଥିଲେ। ନୀତୀଶ ଅଷ୍ଟମ ପାଇଁ ୱାଶିଂଟନ ସୁନ୍ଦରଙ୍କ ସହ ୧୨୭ରନ ଭାଗିଦାରୀ କରିଥିଲେ। ଏହି ଦୁଇ ଖେଳାଳିଙ୍କ କାରଣରୁ ହିଁ ଇଣ୍ଡିଆ ଫଲୋଅନ୍‌ ବଞ୍ଚାଇବାରେ ସଫଳ ହୋଇଥିଲା। ଯେତେବେଳେ ନୀତୀଶ ତାଙ୍କ ଟେଷ୍ଟ କ୍ୟାରିୟରର ପ୍ରଥମ ଶତକ ସ୍କୋର କରିଥିଲେ, ସେତେବେଳେ ତାଙ୍କ ପିତା ଅତ୍ୟନ୍ତ ଭାବପ୍ରବଣ ହୋଇଥିଲେ, ଏହା ପରେ ଦୁଇ ଅଷ୍ଟ୍ରେଲୀୟ କିମ୍ବଦନ୍ତୀ ଆଦାମ ଗିଲକ୍ରିଷ୍ଟ ଏବଂ ମାଇକେଲ ୱାର୍ନେ ନୀତୀଶ ରେଡ୍ଡୀଙ୍କ ପିତାଙ୍କ ନିକଟରେ ପହଞ୍ଚି ତାଙ୍କ ସହ କଥା ହୋଇଥିଲେ।
ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ଏକ ଶତକ ସ୍କୋର କରିବା ଅର୍ଥ ହେଉଛି ପ୍ରତ୍ୟେକ ଯୁବ ଖେଳାଳିଙ୍କ ସ୍ବପ୍ନ ସାକାର ହେବା । ଯେତେବେଳେ ଜଣେ ଖେଳାଳୀ ତାଙ୍କ ପରିବାରର ଉପସ୍ଥିତିରେ ଏକ ଶତକ ସ୍କୋର କରନ୍ତି, ସେହି ମୁହୂର୍ତ୍ତଟି ଆହୁରି ସ୍ମରଣୀୟ ହୋଇଯାଏ। ଯେତେବେଳେ ନୀତୀଶ କୁମାର ରେଡ୍ଡୀ ଏକ ଶତକ ହାସଲ କରିଥିଲେ, ସେତେବେଳେ ତାଙ୍କ ପିତା ଷ୍ଟାଡିୟମରେ ମ୍ୟାଚ ଦେଖୁଥିଲେ। ଶତକ ହେବା ମାତ୍ରେ ତାଙ୍କ ପିତା ଅତ୍ୟନ୍ତ ଭାବପ୍ରବଣ ହୋଇଗଲେ। ସେ ଦୁଇ ହାତ ବଢାଇ ଭଗବାନଙ୍କୁ ଧନ୍ୟବାଦ ଦେଇ ଆନନ୍ଦରେ ଆଖିରେ ଲୁହ ମଧ୍ୟ ଥିଲା। ନୀତୀଶ କୁମାର ରେଡ୍ଡୀଙ୍କ ପିତା ମୁତ୍ୟାଲା ରେଡ୍ଡୀ ଆଦାମ ଗିଲକ୍ରିଷ୍ଟ ଏବଂ ମାଇକେଲଙ୍କୁ କହିଛନ୍ତି ଯେ ଏହା ଆମ ପରିବାର ପାଇଁ ଏକ ବିଶେଷ ଦିନ ଏବଂ ଆମେ ଆମ ଜୀବନରେ ଏହି ଦିନକୁ ଭୁଲି ପାରିବୁ ନାହିଁ। ସେ ୧୪-୧୫ ବର୍ଷ ବୟସରୁ ଭଲ ପ୍ରଦର୍ଶନ କରିଆସୁଛନ୍ତି। ଏହା ଏକ ବିଶେଷ ଅନୁଭବ । ଯେତେବେଳେ ନୀତୀଶ ୯୯ରନରେ ଥିଲେ ବୋଲି ପଚରାଗଲା । ସେତେବେଳେ ତାଙ୍କର ଭାବନା କ’ଣ ଥିଲା? ସେ କହିଛନ୍ତି ଯେ ମହମ୍ମଦ ସିରାଜଙ୍କ ଶେଷ ୱିକେଟ ହୋଇଥିବାରୁ ସେ ବହୁତ ଟେନସନରେ ଥିଲେ। ଇଂରାଜୀରେ ସେ କହିଥିଲେ, ‘ଆଇ ଓ୍ବାଜ ଭେରି ନର୍ଭସ ହ୍ବେନ ହି ଓ୍ବାଜ ଆଟ ୯୯। ଆଇ ଓ୍ବାଜ କନଷ୍ଟାଣ୍ଟଲି ପ୍ରେଇଙ୍ଗ ଫର ମାଇଁ କିଡ୍ସ ସେଞ୍ଚୁରି।’

The post ଆଦାମ ଗିଲକ୍ରିଷ୍ଟ, ମାଇକେଲଙ୍କୁ ଇଂରାଜୀରେ କ’ଣ କହିଲେ ନୀତୀଶ ରେଡ୍ଡୀଙ୍କ ପିତା, ଜାଣନ୍ତୁ… appeared first on Dharitri Odia News.