ବ୍ରାଞ୍ଚ ପୋଷ୍ଟ ମାଷ୍ଟରରୁ ଓଏଏସ୍ ହେଲେ ସିଦ୍ଧାର୍ଥ ପଣ୍ଡା
ଭବାନୀପାଟଣା,୧୯ା୧୦(ଉତ୍ତମ କୁମାର ଦାଶ): ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ଫଳାଫଳ ଶନିବାର ପ୍ରକାଶ ପାଇଛି। ଏଥିରେ କଳାହାଣ୍ଡି ଜିଲା ଧର୍ମଗଡ଼ ସହର ଜଗନ୍ନାଥପଡ଼ାର ସିଦ୍ଧାର୍ଥ ପଣ୍ଡା ୨୦୮ ସ୍ଥାନ ଅଧିକାର କରି କୃତକାର୍ଯ୍ୟ ହୋଇଛନ୍ତି। ଏହା ପୂର୍ବରୁ ସେ କୋକସରା ବ୍ଲକ କୁମଜୋରରେ ବ୍ରାଞ୍ଚ ପୋଷ୍ଟ ମାଷ୍ଟର ଭାବେ କାର୍ଯ୍ୟରତ ଥିଲେ। ବରିଷ୍ଠ ଶିକ୍ଷକ ସୁନୀଲ ପଣ୍ଡା ଓ ସୁଜାତା ପଣ୍ଡାଙ୍କ ସେ ବଡ଼ ପୁଅ ଅଟନ୍ତି। ଏହି ସଫଳତା ପରେ ବିଭିନ୍ନ ମହଲରୁ ତାଙ୍କ ନିକଟକୁ […] The post ବ୍ରାଞ୍ଚ ପୋଷ୍ଟ ମାଷ୍ଟରରୁ ଓଏଏସ୍ ହେଲେ ସିଦ୍ଧାର୍ଥ ପଣ୍ଡା appeared first on Dharitri Odia News.
ଭବାନୀପାଟଣା,୧୯ା୧୦(ଉତ୍ତମ କୁମାର ଦାଶ): ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ଫଳାଫଳ ଶନିବାର ପ୍ରକାଶ ପାଇଛି। ଏଥିରେ କଳାହାଣ୍ଡି ଜିଲା ଧର୍ମଗଡ଼ ସହର ଜଗନ୍ନାଥପଡ଼ାର ସିଦ୍ଧାର୍ଥ ପଣ୍ଡା ୨୦୮ ସ୍ଥାନ ଅଧିକାର କରି କୃତକାର୍ଯ୍ୟ ହୋଇଛନ୍ତି। ଏହା ପୂର୍ବରୁ ସେ କୋକସରା ବ୍ଲକ କୁମଜୋରରେ ବ୍ରାଞ୍ଚ ପୋଷ୍ଟ ମାଷ୍ଟର ଭାବେ କାର୍ଯ୍ୟରତ ଥିଲେ। ବରିଷ୍ଠ ଶିକ୍ଷକ ସୁନୀଲ ପଣ୍ଡା ଓ ସୁଜାତା ପଣ୍ଡାଙ୍କ ସେ ବଡ଼ ପୁଅ ଅଟନ୍ତି। ଏହି ସଫଳତା ପରେ ବିଭିନ୍ନ ମହଲରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି।
ଶନିବାର ପ୍ରକାଶ ପାଇଛି ୨୦୨୨ ଓଏଏସ୍ ରେଜଲ୍ଟ। ଏଥିରେ ମୋଟ୍ ୬୮୩ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଟପ୍ ଟେନ୍ରେ ୫ ମହିଳା ଏବଂ ୫ ପୁରୁଷ ଅଛନ୍ତି। ଶ୍ୱେତାଶ୍ରୀ ମହାପାତ୍ର ଟପ୍ପର ହୋଇଥିବାବେଳେ ପ୍ରିଙ୍କିଲ ପରବୀନ ପରିଡ଼ା ଦ୍ୱିତୀୟ ଏବଂ ଦୀପ୍ତିରଞ୍ଜନ ପତି ତୃତୀୟ ସ୍ଥାନରେ ରହିଛନ୍ତି।
ସେହିପରି ୪ର୍ଥ ସ୍ଥାନରେ ପ୍ରଜ୍ଞା ପାରଙ୍ଗମ ରହିଥିବା ବେଳେ ୫ମ ସ୍ଥାନରେ ଆଜାଦ ସାହୁ, ୬ଷ୍ଠ ସ୍ଥାନରେ ଦୀପମ ରାଉତ, ୭ମ ସ୍ଥାନରେ ଦେବଦ୍ରତ ଗୌଡ଼,୮ମ ସ୍ଥାନରେ ଆଦିତ୍ୟ ଦୀପଙ୍କର ରାଉତ, ନବମ ସ୍ଥାନରେ କପିଳ କୁମାର ମହାନ୍ତି ରହିଥିବା ବେଳେ ୧୦ମ ସ୍ଥାନରେ ଅମ୍ରିତା ସାହୁ ରହିଛନ୍ତି।
ଉକ୍ତ ପରୀକ୍ଷା ତିନୋଟି ପର୍ଯ୍ୟାୟରେ ଅନୁଷ୍ଠିତ ହୁଏ, ଯଥା:- ପ୍ରାରମ୍ଭିକ ପରୀକ୍ଷା, ମୁଖ୍ୟ ପରୀକ୍ଷା ଏବଂ ଇଣ୍ଟରଭ୍ୟୁ। ଓଡ଼ିଶା ସିଭିଲ ସର୍ଭିସ, ୨୦୨୨ ପରୀକ୍ଷାର ବିଜ୍ଞାପନ ତା ୩୦.୧୨.୨୦୨୨ରେ ସମୁଦାୟ ୬୮୩ ( ୨୨୭- ମହିଳା) ପଦବୀ ପାଇଁ ପ୍ରକାଶିତ ହୋଇଥିଲା ।
ଏହି ପରୀକ୍ଷା ପାଇଁ ସମୁଦାୟ ୯୨୯୧୪ (୩୪୭୧୨-ମହିଳା) ପ୍ରାର୍ଥୀ ଆବେଦନ କରିଥିଲେ ଏବଂ ଏହା ମଧ୍ୟରୁ ୪୦୫୮୬ (୧୪୮୫୨-ମହିଳା) ପ୍ରାର୍ଥୀ ତା-୧୫.୧୦.୨୦୨୩ରେ ଅନୁଷ୍ଠିତ ହୋଇଥିବା ପ୍ରାରମ୍ଭିକ ପରୀକ୍ଷା ଦେଇଥିଲେ। ୮୨୨୦ (୨୭୩୦-ମହିଳା) ଜଣ ପରୀକ୍ଷାର୍ଥୀ ଏହି ପ୍ରାରମ୍ଭିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ। ଓଡିଶା ସିଭିଲ ସର୍ଭିସ (ମୁଖ୍ୟ) ପରୀକ୍ଷା, ୨୦୨୨ର ଲିଖିତ ପରୀକ୍ଷା ତା-୨୫.୦୨.୨୦୨୪ରୁ ତା ୦୩.୦୩.୨୦୨୪ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଏବଂ ଏହି ପରୀକ୍ଷାରେ ୬୬୩୯ (୨୩୩୭-ମହିଳା) ପରୀକ୍ଷାର୍ଥୀ ଉପସ୍ଥିତ ଥିଲେ। ଏହା ମଧ୍ୟରୁ ୧୩୬୭ (୪୯୩-ମହିଳା) ପ୍ରାର୍ଥୀଙ୍କୁ ଦସ୍ତାବିଜ ଯାଞ୍ଚ ଏବଂ ଇଣ୍ଟରଭ୍ୟୁ ପରୀକ୍ଷା ପାଇଁ କଟକସ୍ଥିତ ଓଡ଼ଶା ଲୋକସେବା ଆୟୋଗର କାର୍ଯ୍ୟାଳୟରେ ତା ୧୦.୦୯.୨୦୨୪ ରିଖରୁ ତା ୦୭.୧୦.୨୦୨୪ ରିଖ ଅବଧି ମଧ୍ୟରେ ଡକାଯାଇଥିଲା।
The post ବ୍ରାଞ୍ଚ ପୋଷ୍ଟ ମାଷ୍ଟରରୁ ଓଏଏସ୍ ହେଲେ ସିଦ୍ଧାର୍ଥ ପଣ୍ଡା appeared first on Dharitri Odia News.