୭ ମହାଦେଶର ସର୍ବୋଚ୍ଚ ଶିଖରରେ ଚଢ଼ି ରେକର୍ଡ
ମୁମ୍ବାଇ, ୩୦।୧୨: ଭାରତର ୧୭ ବର୍ଷିୟା ପର୍ବତାରୋହୀ କାମ୍ୟା କାର୍ତ୍ତିକେୟନ ଇତିହାସ ରଚିଛନ୍ତି। ସେ ବିଶ୍ୱର ସର୍ବ କନିଷ୍ଠ ମହିଳା ଭାବେ ୭ ମହାଦେଶର ସର୍ବୋଚ୍ଚ ଶିଖରରେ ଚଢ଼ି ରେକର୍ଡ ସୃଷ୍ଟି କରିଛନ୍ତି। ଗତ ୨୪ରେ ଆଣ୍ଟାର୍କଟିକାର ମାଉଣ୍ଟ ଭିନ୍ସନ୍ ଶିଖରରେ ପହଞ୍ଚି କାମ୍ୟା ଏହି ସଫଳତା ହାସଲ କରିଛନ୍ତି। ୧୩ ବର୍ଷ ବୟସରୁ କାମ୍ୟା ନିଜର ଏହି ଯାତ୍ରା ଆରମ୍ଭ କରିଥିଲେ। ପୂର୍ବରୁ ସେ ଆଫ୍ରିକା ମହାଦେଶର ମାଉଣ୍ଟ କିଲ୍ମଞ୍ଜାରୋ, ୟୁରୋପର ମାଉଣ୍ଟ ଏଲ୍ବ୍ରୁସ୍, ଅଷ୍ଟ୍ରେଲିଆର ମାଉଣ୍ଟ […] The post ୭ ମହାଦେଶର ସର୍ବୋଚ୍ଚ ଶିଖରରେ ଚଢ଼ି ରେକର୍ଡ appeared first on Dharitri Odia News.
ମୁମ୍ବାଇ, ୩୦।୧୨: ଭାରତର ୧୭ ବର୍ଷିୟା ପର୍ବତାରୋହୀ କାମ୍ୟା କାର୍ତ୍ତିକେୟନ ଇତିହାସ ରଚିଛନ୍ତି। ସେ ବିଶ୍ୱର ସର୍ବ କନିଷ୍ଠ ମହିଳା ଭାବେ ୭ ମହାଦେଶର ସର୍ବୋଚ୍ଚ ଶିଖରରେ ଚଢ଼ି ରେକର୍ଡ ସୃଷ୍ଟି କରିଛନ୍ତି। ଗତ ୨୪ରେ ଆଣ୍ଟାର୍କଟିକାର ମାଉଣ୍ଟ ଭିନ୍ସନ୍ ଶିଖରରେ ପହଞ୍ଚି କାମ୍ୟା ଏହି ସଫଳତା ହାସଲ କରିଛନ୍ତି। ୧୩ ବର୍ଷ ବୟସରୁ କାମ୍ୟା ନିଜର ଏହି ଯାତ୍ରା ଆରମ୍ଭ କରିଥିଲେ। ପୂର୍ବରୁ ସେ ଆଫ୍ରିକା ମହାଦେଶର ମାଉଣ୍ଟ କିଲ୍ମଞ୍ଜାରୋ, ୟୁରୋପର ମାଉଣ୍ଟ ଏଲ୍ବ୍ରୁସ୍, ଅଷ୍ଟ୍ରେଲିଆର ମାଉଣ୍ଟ କୋସ୍କିଉସ୍ଜକୋ, ଦକ୍ଷିଣ ଆମେରିକାର ମାଉଣ୍ଟ ଆକେଁାକାଗୁଆ, ଉତ୍ତର ଆମେରିକାର ମାଉଣ୍ଟ ଡେନାଲି, ଏସିଆର ମାଉଣ୍ଟ ଏଭରେଷ୍ଟ ଶିଖରରେ ପହଞ୍ଚି ସଫଳତା ପାଇଥିଲେ। ଏହି ଐତିହାସିକ ଯାତ୍ରାରେ କାମ୍ୟାଙ୍କ ସହ ତାଙ୍କ ବାପା ତଥା ଭାରତୀୟ ନୌସେନାର କମାଣ୍ଡର ଏସ୍. କାର୍ତ୍ତିକେୟନ ମଧ୍ୟ ସାମିଲ ଥିଲେ। ମୁମ୍ବାଇସ୍ଥିତ ଭାରତୀୟ ନୌସେନା ବାଲ ବିଦ୍ୟାଳୟର ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା କାମ୍ୟା ନିଜର ଏହି ଐତିହାସିକ ଉପଲବ୍ଧି ପାଇଁ ଭାରତୀୟ ନୌସେନା ଏବଂ ବାପା କାର୍ତ୍ତିକେୟନଙ୍କୁ ଧନ୍ୟବାଦ ଦେଇଛନ୍ତି।
The post ୭ ମହାଦେଶର ସର୍ବୋଚ୍ଚ ଶିଖରରେ ଚଢ଼ି ରେକର୍ଡ appeared first on Dharitri Odia News.