ଲକ୍ଷ୍ନୌରକୁ ଜିତାଇଲେ ପୁରନ୍‌-ମାର୍ଶ

ହାଇଦ୍ରାବାଦ,୨୭ା୩: ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମ ଗୁରୁବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (ଏଲ୍‌ଏସ୍‌ଜି) ୫ ଉଇକେଟରେ ସନରାଇଜର୍ସ ହାଇଦ୍ରବାଦ (ଏସ୍‌ଆରଏଚ୍‌)କୁ ପରାସ୍ତ କରିଛି। ଚଳିତ ସିଜନରେ ଏହା ଲକ୍ଷ୍ନୌର ପ୍ରଥମ ବିଜୟ। ହାଇଦ୍ରାବାଦର ୧୯୧ ରନ୍‌ର ଟାର୍ଗେଟକୁ ଲକ୍ଷ୍ନୌ ୧୬.୧ ଓଭରରେ ୫ ଉଇକେଟ ହରାଇ ହାସଲ କରି ନେଇଥିଲା। ଅଧିନାୟକ ରିଷଭ ପନ୍ତ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ହାଇଦ୍ରାବାଦ […] The post ଲକ୍ଷ୍ନୌରକୁ ଜିତାଇଲେ ପୁରନ୍‌-ମାର୍ଶ appeared first on Dharitri Odia News.

ଲକ୍ଷ୍ନୌରକୁ ଜିତାଇଲେ ପୁରନ୍‌-ମାର୍ଶ

ହାଇଦ୍ରାବାଦ,୨୭ା୩: ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମ ଗୁରୁବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (ଏଲ୍‌ଏସ୍‌ଜି) ୫ ଉଇକେଟରେ ସନରାଇଜର୍ସ ହାଇଦ୍ରବାଦ (ଏସ୍‌ଆରଏଚ୍‌)କୁ ପରାସ୍ତ କରିଛି। ଚଳିତ ସିଜନରେ ଏହା ଲକ୍ଷ୍ନୌର ପ୍ରଥମ ବିଜୟ। ହାଇଦ୍ରାବାଦର ୧୯୧ ରନ୍‌ର ଟାର୍ଗେଟକୁ ଲକ୍ଷ୍ନୌ ୧୬.୧ ଓଭରରେ ୫ ଉଇକେଟ ହରାଇ ହାସଲ କରି ନେଇଥିଲା।

ଅଧିନାୟକ ରିଷଭ ପନ୍ତ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ହାଇଦ୍ରାବାଦ ନିର୍ଦ୍ଧାରିତ ୨୦ ଓଭରରେ ୯ ଉଇକେଟ ହରାଇ ୧୯୦ ରନ କରିବାକୁ ସକ୍ଷମ ହୋଇଥିଲା।

ଦଳ ପକ୍ଷରୁ ଟ୍ରାଭିସ ହେଡ ୫ ଚୌକା ଓ ୩ ଛକା ସହିତ ସର୍ବାଧିକ ୪୭, ଅନିକେତ ବର୍ମା ୫ ଛକା ସହିତ ୩୬, ନୀତିଶ ରେଡ୍ଡୀ ୨ ଚୌକା ସହିତ ୩୨, ହେନରିଚ କ୍ଲାସେନ ୨ ଚୌକା ଓ ୧ ଛକା ସହିତ ୨୬, ଅଧିନାୟକ ପ୍ୟାଟ କୁମିନ୍ସ ୩ ଛକା ସହ ୧୮ ରନ କରିଥିଲେ। ହାଇଦ୍ରାବାଦ ପକ୍ଷରୁ ଶାର୍ଦ୍ଦୂଳ ଠାକୁର ସର୍ବାଧିକ ୪ ଉଇକେଟ ନେଇଥିବାବେଳେ ଦିଗଭେଶ ରାଠି, ଆଭେଶ ଖାନ, ରବି ବିଷ୍ଣୋଇ ଓ ପ୍ରିନ୍ସ ଯାଦବ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।

ଜବାବରେ ଲକ୍ଷ୍ନୌ ଆରମ୍ଭରୁ ଏଡେନ ମାରକ୍ରାମଙ୍କ ଉଇକେଟ ହରାଇଥିଲା। ଅନ୍ୟତମ ଓପନର ମିଚେଲ ମାର୍ଶଙ୍କ ସହ ମିଶି ନିକୋଲସ ପୁରନ ଦ୍ୱିତୀୟ ଉଇକେଟରେ ୭.୧ ଓଭରରେ ୧୧୬ ରନ୍‌ ଯୋଡ଼ି ଦଳର ବିଜୟ ନିଶ୍ଚିତ କରିଥିଲେ।

ପୁରନ ୨୬ ବଲରେ ୬ ଲେଖାଏ ଚୌକା ଓ ଛକା ସହିତ ୭୦ ରନ କରି ଆଉଟ୍‌ ହୋଇଥିବା ବେଳେ ମାର୍ଶ ୭ ଚୌକା ଓ ୨ ଛକା ସହିତ ୫୨ ରନ୍‌ କରି ପାଭିଲିଅନ ଫେରିଥିଲେ। ଦୁହିଁିଙ୍କୁ ହାଇଦ୍ରାବାଦ ଦଳର ଅଧିନାୟକ କୁମିନ୍ସ ଆଉଟ କରିଥିଲେ। ଲକ୍ଷ୍ନୌ ଅଧିନାୟକ ରିଷଭ ପନ୍ତ ପୂର୍ବ ମ୍ୟାଚ ଭଳି ଏଥର ମଧ୍ୟ ବିଫଳ ହୋଇଥିଲେ। ସେ ୧୫ ରନ୍‌ କରି ଆଉଟ ହୋଇଥିଲେ। ଏହାପରେ ଅବଦୁଲ ସମଦ ୨୨ ଓ ଡେଭିଡ ମିଲର ୧୩ ରନ କରି ଅପରାଜିତ ରହି ଦଳକୁ ବିଜୟ କରାଇଥିଲେ।

The post ଲକ୍ଷ୍ନୌରକୁ ଜିତାଇଲେ ପୁରନ୍‌-ମାର୍ଶ appeared first on Dharitri Odia News.