ବିଦ୍ୟାଳୟରେ ଗୁଣି ଗାରେଡ଼ି, ଅନ୍ୟ ଷ୍ଟାଫ୍‌ଙ୍କୁ ଗୁଣି ଗାରେଡି କରି କ୍ଷତି ପହଞ୍ଚାଉଛନ୍ତି ଅଧ୍ୟକ୍ଷ !

ବାସୁଦେବପୁର ୨୫।୧୨: ଶିକ୍ଷାର ମନ୍ଦିରରେ ଗୁଣି ଗାରେଡ଼ି ଅଭିଯୋଗ । ବିଦ୍ୟାଳୟ ଅଧ୍ୟକ୍ଷ ତାଙ୍କ ଉପରେ ଗୁଣି କରୁଥିବା ସାଂଘାତିକ ଅଭିଯୋଗ କରିଛନ୍ତି ବିଦ୍ୟାଳୟର ଜଣେ ଡାଟା ଏଣ୍ଟ୍ରି ଅପରେଟର । ଘଟଣା ହେଉଛି ଭଦ୍ରକ ଜିଲ୍ଲା ବାସୁଦେବପୁର ଇରମ ସହିଦ ମେମୋରିଆଲ୍‌ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର । ଡାଟା ଏଣ୍ଟ୍ରି ଅପରେଟର ନିତ୍ୟାନନ୍ଦ ବିଶ୍ବାଳ ବିଦ୍ୟାଳୟ  ପରିସରରେ ବିଭିନ୍ନ ସମୟରେ ଲେମ୍ବୁ, ଗୋଟା ଗୁଆ ସହ ଅନ୍ୟାନ୍ୟ ସାମଗ୍ରୀ ମିଳୁଥିବା ଅଭିଯୋଗ କରିଛନ୍ତି । ତାଙ୍କ କହିବା କଥା ସେ ଦିନେ ବିଦ୍ୟାଳୟ ଆଗରେ ଅଚାନକ ଅସ୍ବାଭାବିକ ବ୍ୟବହାର କରିବା ସହ ରାସ୍ତାରେ ଗଡିଥିଲେ । କଲେଜ ଭିତରେ ଅଧ୍ୟକ୍ଷ କିଛି ସାମଗ୍ରୀ ପୋତୁଥିବା ସିସିଟିଭି କ୍ୟାମେରାରେ ଦେଖିବା ପରେ ତାଙ୍କ ଉପରେ କଲେଜ ଅଧ୍ୟକ୍ଷ ଗୁଣି ଗାରେଡି କରିବାରୁ ସେ ଏଭଳି ଅସ୍ବଭାବିକତା ପ୍ରଦର୍ଶନ କରିଥିବା ଅଭିଯୋଗ କରିଛନ୍ତି । ଏହି ଘଟଣାକୁ ନେଇ କଲେଜରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହେଇଥିଲା । ତେବେ ଏପରି ଅଭିଯୋଗକୁ ଭିତ୍ତିହୀନ କହିଛନ୍ତି ବିଦ୍ୟଳୟ ଅଧ୍ୟକ୍ଷ । ପୂର୍ବରୁ ସେହି ସ୍ଥାନରେ ଏହି ସବୁ ସାମଗ୍ରୀ ପୋତା ଯାଇଥିଲା ଓ ତାକୁ ଦେଖିବା ପରେ ସେ ପୁଣି ସେଠାରେ ସେହି ସାମଗ୍ରୀକୁ ପୋତି ଦେଇଥିବା କହିଛନ୍ତି ଅଧ୍ୟକ୍ଷ । ଶିକ୍ଷା କେନ୍ଦ୍ରରେ କଣ ପାଇଁ ଆସିଲା ଏହି ଗୁଣି ଗାରେଡ଼ି ପ୍ରସଙ୍ଗ ?  କଲେଜ ପରିସରରେ କିଏ ଓ କେଉଁ ଉଦ୍ଦେଶ୍ୟରେ ସିନ୍ଦୂର, ଲେମ୍ବୁ, ଗୁଆ, ଲଙ୍

ବିଦ୍ୟାଳୟରେ ଗୁଣି ଗାରେଡ଼ି, ଅନ୍ୟ ଷ୍ଟାଫ୍‌ଙ୍କୁ ଗୁଣି ଗାରେଡି କରି କ୍ଷତି ପହଞ୍ଚାଉଛନ୍ତି ଅଧ୍ୟକ୍ଷ !

ବାସୁଦେବପୁର ୨୫।୧୨: ଶିକ୍ଷାର ମନ୍ଦିରରେ ଗୁଣି ଗାରେଡ଼ି ଅଭିଯୋଗ । ବିଦ୍ୟାଳୟ ଅଧ୍ୟକ୍ଷ ତାଙ୍କ ଉପରେ ଗୁଣି କରୁଥିବା ସାଂଘାତିକ ଅଭିଯୋଗ କରିଛନ୍ତି ବିଦ୍ୟାଳୟର ଜଣେ ଡାଟା ଏଣ୍ଟ୍ରି ଅପରେଟର । ଘଟଣା ହେଉଛି ଭଦ୍ରକ ଜିଲ୍ଲା ବାସୁଦେବପୁର ଇରମ ସହିଦ ମେମୋରିଆଲ୍‌ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର । ଡାଟା ଏଣ୍ଟ୍ରି ଅପରେଟର ନିତ୍ୟାନନ୍ଦ ବିଶ୍ବାଳ ବିଦ୍ୟାଳୟ  ପରିସରରେ ବିଭିନ୍ନ ସମୟରେ ଲେମ୍ବୁ, ଗୋଟା ଗୁଆ ସହ ଅନ୍ୟାନ୍ୟ ସାମଗ୍ରୀ ମିଳୁଥିବା ଅଭିଯୋଗ କରିଛନ୍ତି । ତାଙ୍କ କହିବା କଥା ସେ ଦିନେ ବିଦ୍ୟାଳୟ ଆଗରେ ଅଚାନକ ଅସ୍ବାଭାବିକ ବ୍ୟବହାର କରିବା ସହ ରାସ୍ତାରେ ଗଡିଥିଲେ । କଲେଜ ଭିତରେ ଅଧ୍ୟକ୍ଷ କିଛି ସାମଗ୍ରୀ ପୋତୁଥିବା ସିସିଟିଭି କ୍ୟାମେରାରେ ଦେଖିବା ପରେ ତାଙ୍କ ଉପରେ କଲେଜ ଅଧ୍ୟକ୍ଷ ଗୁଣି ଗାରେଡି କରିବାରୁ ସେ ଏଭଳି ଅସ୍ବଭାବିକତା ପ୍ରଦର୍ଶନ କରିଥିବା ଅଭିଯୋଗ କରିଛନ୍ତି । ଏହି ଘଟଣାକୁ ନେଇ କଲେଜରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହେଇଥିଲା । ତେବେ ଏପରି ଅଭିଯୋଗକୁ ଭିତ୍ତିହୀନ କହିଛନ୍ତି ବିଦ୍ୟଳୟ ଅଧ୍ୟକ୍ଷ । ପୂର୍ବରୁ ସେହି ସ୍ଥାନରେ ଏହି ସବୁ ସାମଗ୍ରୀ ପୋତା ଯାଇଥିଲା ଓ ତାକୁ ଦେଖିବା ପରେ ସେ ପୁଣି ସେଠାରେ ସେହି ସାମଗ୍ରୀକୁ ପୋତି ଦେଇଥିବା କହିଛନ୍ତି ଅଧ୍ୟକ୍ଷ । 

ଶିକ୍ଷା କେନ୍ଦ୍ରରେ କଣ ପାଇଁ ଆସିଲା ଏହି ଗୁଣି ଗାରେଡ଼ି ପ୍ରସଙ୍ଗ ?  କଲେଜ ପରିସରରେ କିଏ ଓ କେଉଁ ଉଦ୍ଦେଶ୍ୟରେ ସିନ୍ଦୂର, ଲେମ୍ବୁ, ଗୁଆ, ଲଙ୍କା ଓ ଅନ୍ୟ ଜିନିଷ ପୋତିଛି ।  ସିସିଟିଭିରେ ଯେଉଁ ଦୃଶ୍ୟ ଦେଖିବା ପାଇଁ ମିଳିଛି ତାହା କେତେ ଦୂର ସତ ?  ଡାଟା ଏଣ୍ଟ୍ରି ଅପରେଟର ଯେଉଁ ଅଭିଯୋଗ ଆଣିଛନ୍ତି ତାର କେତେ ସତ୍ୟତା ରହିଛି ? ଯଦି ଡାଟା ଏଣ୍ଟ୍ରି ଅପରେଟରଙ୍କ ସତ, ତେବେ କେଉଁଥି ପାଇଁ ଅଧ୍ୟକ୍ଷ ଏସବୁ ଅନ୍ଧବିଶ୍ବାସର ସାହାରେ ନେଲେ ? ଏସବୁରୁ ତଦନ୍ତ ହେବା ଆବଶ୍ୟକତା ବୋଲି କହିଛନ୍ତି ବୁଦ୍ଧିଜୀବୀ । 

You Can Read:

ବଡ଼ଦିନ ପାଇଁ ଚଳଚଞ୍ଚଳ ନନ୍ଦନକାନନ, ଆସିଲେ ୧୫୮୧୧ ଜଣ ପର୍ଯ୍ୟଟକ