ଭାରତ ଇରାନ ମଧ୍ୟରେ ଚାବାହାର ଚୁକ୍ତିକୁ ନେଇ ରାଗିଲା ଆମେରିକା, ଦେଲା ଏମିତି ଧମକ

ଓ୍ବାଶିଂଟନ,୧୪।୫: ଇରାନର ଚାବାହାର ବନ୍ଦର ଚଳାଇବା ପାଇଁ ଭାରତ ୧୦ବର୍ଷର ଚୁକ୍ତିନାମା ସ୍ବାକ୍ଷର କରିବା ପରେ ଆମେରିକା ରାଗି ଯାଇଛି। ଆମେରିକା କହିଛି ଯେ ଇରାନ ସହ ବାଣିଜ୍ୟ ଚୁକ୍ତି କରିବାକୁ ଯାଉଥିବା ଦେଶ ଉପରେ କଟକଣା ଲାଗୁ କରାଯାଇପାରିବ। ଆମେରିକାର ଏହି ମନୋଭାବ କେବଳ ଭାରତ ଆଡକୁ ଥିଲା। ଚୁକ୍ତି ହେବାର କିଛି ଘଣ୍ଟା ପରେ ଆମେରିକା ଭାରତ ଉପରେ ପ୍ରତିବନ୍ଧକ ଲଗାଇବାକୁ ଧମକ ଦେଇଛି। ଭାରତ-ଇରାନ ଚୁକ୍ତି ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ଆମେରିକାର […] The post ଭାରତ ଇରାନ ମଧ୍ୟରେ ଚାବାହାର ଚୁକ୍ତିକୁ ନେଇ ରାଗିଲା ଆମେରିକା, ଦେଲା ଏମିତି ଧମକ appeared first on Dharitri Odia News.

ଭାରତ ଇରାନ ମଧ୍ୟରେ ଚାବାହାର ଚୁକ୍ତିକୁ ନେଇ ରାଗିଲା ଆମେରିକା, ଦେଲା ଏମିତି ଧମକ

ଓ୍ବାଶିଂଟନ,୧୪।୫: ଇରାନର ଚାବାହାର ବନ୍ଦର ଚଳାଇବା ପାଇଁ ଭାରତ ୧୦ବର୍ଷର ଚୁକ୍ତିନାମା ସ୍ବାକ୍ଷର କରିବା ପରେ ଆମେରିକା ରାଗି ଯାଇଛି। ଆମେରିକା କହିଛି ଯେ ଇରାନ ସହ ବାଣିଜ୍ୟ ଚୁକ୍ତି କରିବାକୁ ଯାଉଥିବା ଦେଶ ଉପରେ କଟକଣା ଲାଗୁ କରାଯାଇପାରିବ।

ଆମେରିକାର ଏହି ମନୋଭାବ କେବଳ ଭାରତ ଆଡକୁ ଥିଲା। ଚୁକ୍ତି ହେବାର କିଛି ଘଣ୍ଟା ପରେ ଆମେରିକା ଭାରତ ଉପରେ ପ୍ରତିବନ୍ଧକ ଲଗାଇବାକୁ ଧମକ ଦେଇଛି।
ଭାରତ-ଇରାନ ଚୁକ୍ତି ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ଆମେରିକାର ବୈଦେଶିକ ବିଭାଗ ମୁଖପାତ୍ର ବେଦାନ୍ତ ପଟେଲ କହିଛନ୍ତି ଯେ ଇରାନ ସହ ବାଣିଜ୍ୟ କାରବାର କରୁଥିବା କୌଣସି ଦେଶ ସମ୍ଭାବ୍ୟ ପ୍ରତିବନ୍ଧକ ପାଇଁ ପ୍ରସ୍ତୁତ ହେବା ଉଚିତ।
ତେବେ ଆମେରିକାର ବୈଦେଶିକ ବିଭାଗର ପ୍ରିନ୍ସପାଲ ଡେପୁଟି ମୁଖପାତ୍ର ବେଦାନ୍ତ ପଟେଲ ଏହା ମଧ୍ୟ କହିଛନ୍ତି ଯେ ବୈଦେଶିକ ନୀତି ଉପରେ ନିଜର ମତ ପ୍ରକାଶ କରିବାକୁ ଭାରତ ସରକାରଙ୍କର ସମସ୍ତ ଅଧିକାର ରହିଛି।
ବେଦାନ୍ତ ପଟେଲ ଆହୁରି ମଧ୍ୟ କହିଛନ୍ତି ଯେ ଭାରତ ଏବଂ ଇରାନ ମଧ୍ୟରେ ଚାବାହାର ବନ୍ଦର ସମ୍ବନ୍ଧରେ ହୋଇଥିବା ଚୁକ୍ତି ବିଷୟରେ ଆମେରିକା ଅବଗତ ଅଛି, ତଥାପି ଏହାର ବୈଦେଶିକ ନୀତି ନିଷ୍ପତ୍ତି ଉପରେ ଭାରତ ନିଜର ମତ ପ୍ରକାଶ କରିବାର ସମସ୍ତ ଅଧିକାର ରହିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ମୁଁ କେବଳ କହିବି ଯେ ଇରାନ ଉପରେ ଆମେରିକାର ପ୍ରତିବନ୍ଧକ ଜାରି ରହିଛି ଏବଂ ଆମେ ଏହାକୁ କାର୍ଯ୍ୟକାରୀ କରିବା ଜାରି ରଖିବୁ।

The post ଭାରତ ଇରାନ ମଧ୍ୟରେ ଚାବାହାର ଚୁକ୍ତିକୁ ନେଇ ରାଗିଲା ଆମେରିକା, ଦେଲା ଏମିତି ଧମକ appeared first on Dharitri Odia News.