ସଜେଇ ହେଲାଣି ଦାରିଙ୍ଗବାଡି: ଆଜିଠୁ ୬ ଦିନ ଧରି ଚାଲିବ ଜନଜାତି, ଶୀତ ମହୋତ୍ସବ

ଦାରିଙ୍ଗବାଡି,୮।୧(ଅରୁଣ ସାହୁ ): ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ମଙ୍ଗଳବାରଠାରୁ ଆରମ୍ଭ ହେଉଛି ଜନଜାତି ଓ ଶୀତ ମହୋତ୍ସବ। ଆସନ୍ତା ରବିବାର ଏହାର ଉଦ୍‌ଯାପନୀ ହେବ। ଏନେଇ ଦାରିଙ୍ଗବାଡି ଉତ୍ସବ ମୁଖର ହୋଇପଡିଛି। ଏଥିପାଇଁ ଘରେ ଘରେ ବନ୍ଧୁବାନ୍ଧବ ପହଞ୍ଚି ସାରିଛନ୍ତି। ଦାରିଙ୍ଗବାଡି ହେଲିପ୍ୟାଡ଼ ପଡ଼ିଆରେ ମଞ୍ଚ ପ୍ରସ୍ତୁତ ହୋଇସାରିଛି। ଏବପରିକି ଦାରିଙ୍ଗବାଡି ଚାରିଛକରୁ ପଡ଼ିଆ ପର୍ଯ୍ୟନ୍ତ ଆଲୋକମାଳାରେ ସୁସଜ୍ଜିତ ହୋଇସାରିଛି। ପ୍ରଥମ ଦୁଇଦିନ ଅର୍ଥାତ ବୁଧବାର ପର୍ଯ୍ୟନ୍ତ ଜନଜାତି ମହୋତ୍ସବ ଅନୁଷ୍ଠିତ ହେବାକୁ ଥିବା ବେଳେ […] The post ସଜେଇ ହେଲାଣି ଦାରିଙ୍ଗବାଡି: ଆଜିଠୁ ୬ ଦିନ ଧରି ଚାଲିବ ଜନଜାତି, ଶୀତ ମହୋତ୍ସବ appeared first on Dharitri Odia News.

ସଜେଇ ହେଲାଣି ଦାରିଙ୍ଗବାଡି: ଆଜିଠୁ ୬ ଦିନ ଧରି ଚାଲିବ ଜନଜାତି, ଶୀତ ମହୋତ୍ସବ

ଦାରିଙ୍ଗବାଡି,୮।୧(ଅରୁଣ ସାହୁ ): ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ମଙ୍ଗଳବାରଠାରୁ ଆରମ୍ଭ ହେଉଛି ଜନଜାତି ଓ ଶୀତ ମହୋତ୍ସବ। ଆସନ୍ତା ରବିବାର ଏହାର ଉଦ୍‌ଯାପନୀ ହେବ। ଏନେଇ ଦାରିଙ୍ଗବାଡି ଉତ୍ସବ ମୁଖର ହୋଇପଡିଛି। ଏଥିପାଇଁ ଘରେ ଘରେ ବନ୍ଧୁବାନ୍ଧବ ପହଞ୍ଚି ସାରିଛନ୍ତି। ଦାରିଙ୍ଗବାଡି ହେଲିପ୍ୟାଡ଼ ପଡ଼ିଆରେ ମଞ୍ଚ ପ୍ରସ୍ତୁତ ହୋଇସାରିଛି। ଏବପରିକି ଦାରିଙ୍ଗବାଡି ଚାରିଛକରୁ ପଡ଼ିଆ ପର୍ଯ୍ୟନ୍ତ ଆଲୋକମାଳାରେ ସୁସଜ୍ଜିତ ହୋଇସାରିଛି।

ପ୍ରଥମ ଦୁଇଦିନ ଅର୍ଥାତ ବୁଧବାର ପର୍ଯ୍ୟନ୍ତ ଜନଜାତି ମହୋତ୍ସବ ଅନୁଷ୍ଠିତ ହେବାକୁ ଥିବା ବେଳେ ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବ ବୋଲି ମହୋତ୍ସବ କମିଟି ସମ୍ପାଦକ ତଥା ବିଡ଼ିଓ ଗଦାଧର ପାତ୍ର ସୂଚନା ଦେଇଛନ୍ତି।

ପ୍ରଥମ ଦିନରେ ଉପବାଚସ୍ପତି ସାଲୁଗା ପ୍ରଧାନଙ୍କ ସଭାପତିତ୍ୱରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହୋତ୍ସବର ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏଥିରେ କନ୍ଧମାଳ ଜିଲାପାଳ ଆଶିଷ ଈଶ୍ୱର ପାଟିଲ ଓ ଅନ୍ୟ ଅତିଥିମାନେ ଉପସ୍ଥିତ ରହିବେ। ସେହିପରି ଦ୍ୱିତୀୟ ଦିନରେ ମନ୍ତ୍ରୀ ଜଗନ୍ନାଥ ସାରକା, ରାଜ୍ୟସଭା ସଦସ୍ୟ ନିରଞ୍ଜନ ବିଶି ଓ ଅନ୍ୟ ଅତିଥିମାନେ ଯୋଗଦାନ କରିବେ।

ସେହିପରି ଗୁରୁବାର ଶୀତ ମହୋତ୍ସବର ପ୍ରଥମ ଦିନରେ ମୁଖ୍ୟତିଥି ଭାବେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ବିରାମହରାଜପୁର ବିଧାୟକ ପଦ୍ମନାଭ ବେହେରା, ବଡମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର ଓ ଅନ୍ୟ ଅତିଥିମାନେ ଯୋଗଦେବେ।

ସେହିପରି ଶୀତ ମହୋତ୍ସବର ଦ୍ୱିତୀୟ ଦିନରେ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ଫୁଲବାଣୀ ବିଧାୟକ ଅଙ୍ଗଦ କଂହର ଏବଂ କନ୍ଧମାଳ ଜିଲାପାଳ ଓ ଏସ୍‌ପି ମଞ୍ଚାସୀନ ରହିବେ। ଉଦ୍‌ଯାପନୀ ଦିବସରେ ବାଣିଜ୍ୟ ଓ ପରିବହନ ଓ ଜଳ ସମ୍ପଦ ବିଭାଗୀୟ ମନ୍ତ୍ରୀ ଟୁକୁନି ସାହୁ, କନ୍ଧମାଳ ଏମ୍‌ପି ଡ. ଅଚ୍ୟୁତ ସାମନ୍ତ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ବାଲିଗୁଡା ବିଧାୟକ ଚକ୍ରମଣି କଂହର, ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ ପ୍ରମୁଖ ମଞ୍ଚାସୀନ ରହିବେ।

ସୂଚନାଯୋଗ୍ୟ, ଜିଲା ତଥା ଜିଲା ବାହାରୁ ବିଭିନ୍ନ ଦୋକାନଠାରୁ ଆରମ୍ଭ କରି ପାରମ୍ପରିକ ସାମଗ୍ରୀ ଓ ବିଭିନ୍ନ ଦୋକାନ ମହୋତ୍ସବ ପଡ଼ିଆରେ ଖୋଲିବ। ଏନେଇ ଶତାଧିକ ଷ୍ଟଲ ଖୋଲାଯାଇଥିବା କମିଟି ସମ୍ପାଦକ ତଥା ବିଡ଼ିଓ ଗଦାଧର ପାତ୍ର କହିଛନ୍ତି।

The post ସଜେଇ ହେଲାଣି ଦାରିଙ୍ଗବାଡି: ଆଜିଠୁ ୬ ଦିନ ଧରି ଚାଲିବ ଜନଜାତି, ଶୀତ ମହୋତ୍ସବ appeared first on Dharitri Odia News.