ଅଙ୍ଗନୱାଡିକେନ୍ଦ୍ରରେ ପିଲା ଛଟପଟ: ଜିଲାପାଳଙ୍କ ନିର୍ଦ୍ଦେଶକୁ ବ୍ଲକ ଶିକ୍ଷାଅଧିକାରୀଙ୍କ ବେଖାତିର

ପୁରୁଷୋତ୍ତମପୁର,୨୩।୩(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସି ୱାର୍ଡନଂ ୯ ରଥସାହିରେ ଅଙ୍ଗନୱାଡିକେନ୍ଦ୍ର ପ୍ରତିଷ୍ଠାର ଦୀର୍ଘ ୧୬ ବର୍ଷ ବିତିଥିଲେ ସୁଧା କେନ୍ଦ୍ରର ଘରଟିଏ ନିର୍ମାଣ ହୋଇପାରୁନାହିଁ। ଯାହାକି ମହିଳା ଓ ଶିଶୁ ମାନଙ୍କ ପ୍ରତି ପ୍ରଶାସନ ଏଠାରେ ବୈମାତ୍ରୁକ ମନୋଭାବ ପୋଷଣ କରୁଥିବା ନେଇ ଜନସାଧାରଣ ଅଭିଯୋଗକରିଛନ୍ତି । କୋମଳମତି ଶିଶୁମାନେ ଦୁର୍ଦିନରେ ଖୋଲା ଆକାଶତଳେ ପାଠ ପଢୁଥିବା ଖବର ପ୍ରକାଶ ପାଇବା ସହ ଏହାକୁ ନେଇ ଅଭିଭାବକ ମାନେ ଗତ ୩୧.୧୦. ୨୦୨୨ ଓ […] The post ଅଙ୍ଗନୱାଡିକେନ୍ଦ୍ରରେ ପିଲା ଛଟପଟ: ଜିଲାପାଳଙ୍କ ନିର୍ଦ୍ଦେଶକୁ ବ୍ଲକ ଶିକ୍ଷାଅଧିକାରୀଙ୍କ ବେଖାତିର appeared first on Dharitri Odia News.

ଅଙ୍ଗନୱାଡିକେନ୍ଦ୍ରରେ ପିଲା ଛଟପଟ: ଜିଲାପାଳଙ୍କ ନିର୍ଦ୍ଦେଶକୁ ବ୍ଲକ ଶିକ୍ଷାଅଧିକାରୀଙ୍କ ବେଖାତିର
ପୁରୁଷୋତ୍ତମପୁର,୨୩।୩(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସି ୱାର୍ଡନଂ ୯ ରଥସାହିରେ ଅଙ୍ଗନୱାଡିକେନ୍ଦ୍ର ପ୍ରତିଷ୍ଠାର ଦୀର୍ଘ ୧୬ ବର୍ଷ ବିତିଥିଲେ ସୁଧା କେନ୍ଦ୍ରର ଘରଟିଏ ନିର୍ମାଣ ହୋଇପାରୁନାହିଁ। ଯାହାକି ମହିଳା ଓ ଶିଶୁ ମାନଙ୍କ ପ୍ରତି ପ୍ରଶାସନ ଏଠାରେ ବୈମାତ୍ରୁକ ମନୋଭାବ ପୋଷଣ କରୁଥିବା ନେଇ ଜନସାଧାରଣ ଅଭିଯୋଗକରିଛନ୍ତି । କୋମଳମତି ଶିଶୁମାନେ ଦୁର୍ଦିନରେ ଖୋଲା ଆକାଶତଳେ ପାଠ ପଢୁଥିବା ଖବର ପ୍ରକାଶ ପାଇବା ସହ ଏହାକୁ ନେଇ ଅଭିଭାବକ ମାନେ ଗତ ୩୧.୧୦. ୨୦୨୨ ଓ ୨୦୨୩ରେ ଦୁଇଥର  ଜିଲାପାଳଙ୍କ ଅଭିଯୋଗ ଶୁଣାଣୀରେ ଫେରାଦ ହୋଇ  ଧୋବାସାହି ପ୍ରାଥମିକ ବିଦ୍ୟାଳୟ  ପରିଷରରେ  ଥିବା ଅଦରକାରୀ ଶ୍ରେଣୀଗୃହଟି ସିଆସିସିସେଣ୍ଟର ବହିଗୋଦାମଭାବେ ରହିଥିବାରୁ ଏହା ପଞ୍ଚମାସ୍କୁଲ ପରିସରକୁ ସ୍ତାନାନ୍ତର କରି ଏହାକୁ ଅଙ୍ଗନୱାଡିକେନ୍ଦ୍ରକୁ ଯୋଗାଇଦେବା ଲାଗି ଦାବିକରିଥିଲେ। ଜିଲାପାଳ ଦିବ୍ୟଜୋତି ପରିଡା ଶିଶୁଙ୍କ ଏହି ସମସ୍ୟାକୁ ଅତିଗୁରୁତର ସହନେଇ ସାତ ଦିନ ମଧ୍ୟରେ ସ୍କୁଲ ପରିସରେ ଥିବା ଗୃହକୁ ଖାଲିକରି ଅଙ୍ଗନୱାଡିକୁ ଯୋଗାଇଦେବାକୁ ବ୍ଲକଶିକ୍ଷାଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ମାତ୍ର ଏହି ନିର୍ଦ୍ଦେଶକୁ ବ୍ଲକଶିକ୍ଷାଅଧିକାରୀ ବେଖାତିରି କରି ଆଜକୁ ଦୀର୍ଘ ଦୁଇବର୍ଷରୁ ଊର୍ଦ୍ଧ୍ୱ ଦିନ ବିତିଥିଲେ ସୁଧା ଗୃହ ଯୋଗାଇ ନ ଦେଇ ଚାବିପକାଇ ରଖିଛନ୍ତି। ଅନ୍ୟପକ୍ଷେ, ଗତ ୧୧.୫.୨୦୨୨ରେ ଏନ୍‌ଏସି କାଉନସିଲ ବୈଠକରେ ରଥସାହି ଅଙ୍ଗନୱାଡିରେ ମହିଳା ଓ ଶିଶୁମାନଙ୍କ ଏହିସମସ୍ୟାକୁ ନେଇ ସମସ୍ତ ଜପ୍ରତିନିଧିମାନେ କ୍ଷୋଭ ପ୍ରକାଶକରି ତୁରନ୍ତ ଧୋବାସାହି ସ୍କୁଲ ପରିଷରରେଥିବା ଉକ୍ତ ଘରକୁ ଅଙ୍ଗନୱାଡିକୁ ଯୋଗାଇଦେବାକୁ ଦାବିକରିବାସହ ଏ ନେଇ  ରେଜୁଲେଶନ କରି  ଜିଲାପାଳଙ୍କ ନିକଟକୁ ପଠାଇଥିବାବେଳେ ତାହା ମଧ୍ୟ  ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ  ହୋଇପାରିନାହିଁ। ପ୍ରଶାସନ ମହିଳା ଓ ଶିଶୁଙ୍କ ପ୍ରତି ବୈମାତ୍ରୁକ ମନୋଭାବ ରଖି ଚୁପହୋଇ ବସଛନ୍ତି। ବାରମ୍ବାର ଅଭିଯୋଗ ପରେ ସ୍କୁଲର ଏକ ଛୋଟିଆ କୋଠରୀକୁ କେବଳ ଅଙ୍ଗନୱାଡି ଶ୍ରେଣୀ କରିବାକୁ ଦେଇଛନ୍ତି ଯାହାକିସେହି କୋଠରୀରେ  ପିଲାଙ୍କୁ ବସିବାକୁ ଜାଗାହେଉନାହିଁ ।  ବିଦ୍ୟାଳୟ ଚାଲିବା ସମୟରେ  ଅଙ୍ଗନୱାଡି ଚାଲିବାରେ ସମସ୍ୟା  ଦେଖାଦେଉଛି। ଅପରପକ୍ଷରେ ସ୍କୁଲ ପ୍ରଧାନ ଶିକ୍ଷକ ବାରଣ କରିଥିବା ହେତୁ ଫ୍ୟାନଟିଏ ଲାଗି ପାରୁନାହିଁ । ଯାହାଦ୍ବାରା ଶିଶୁମାନେ ଗରମରେ ବସି ଛଟପଟ ହେବାରେ ଲାଗିଛନ୍ତି । ଏଭଳି ସମସ୍ୟାକୁ ନେଇ ଶିଶୁମାନେ ଅଙ୍ଗନୱାଡି କେନ୍ଦ୍ରକୁ ଯିବାକୁ ଅନିଛା ପ୍ରକାଶ କରୁଛନ୍ତି । ଏହାକୁ ନେଇ ଅଭିଭାବକ ମହଲରେ ତିବ୍ର ପ୍ରତିକ୍ରୟା ପ୍ରକାଶ ପାଇଛି। ଯଦି ପ୍ରଶାସନ ତୁରନ୍ତ ଘର ଯୋଗାଇନଦିଏ ତେବେ କୌଣସି ଶିଶୁର କିଛିଅଘଟଣ ଘଟିଲେ ଏଥିଲାଗି ପ୍ରଶାସନ ନିଜେ ହିଁ ଦାଇରହିବେ ବୋଲି ଅଭିଭାବକ ଓ ସାହିବାସିନ୍ଦା ମାନେ ଚେତାବନୀ ଦେଇଛନ୍ତି। ଏଣୁ ତୁରନ୍ତ ଏଥିପ୍ରତି ଜିଲାପାଳ ଓ ମହିଳା ଓ ଶିଶୁକଲ୍ୟାଣ ବିଭାଗଏ ଦିବରେ ତୁରନ୍ତ ପଦକ୍ଷେପ ନେବା ଜରୁରୀ ହୋଇପଡିଛି।

The post ଅଙ୍ଗନୱାଡିକେନ୍ଦ୍ରରେ ପିଲା ଛଟପଟ: ଜିଲାପାଳଙ୍କ ନିର୍ଦ୍ଦେଶକୁ ବ୍ଲକ ଶିକ୍ଷାଅଧିକାରୀଙ୍କ ବେଖାତିର appeared first on Dharitri Odia News.