ଅମିତାଭଙ୍କ ସହ କାମ କରିବାକୁ ମନା କରିଦେଇଥିଲେ ଏହି ଅଭିନେତ୍ରୀ:ଆଉ ତା’ପରେ ବିଗ୍ ବି’ କରିଥିଲେ ଏମିତି କାମ…
ହିନ୍ଦୀ ସିନେମାର କିମ୍ବଦନ୍ତୀ ଅଭିନେତା ଅମିତାଭ ବଚ୍ଚନଙ୍କ ସହ କାମ କରିବା ପ୍ରତ୍ୟେକ କଳାକାରଙ୍କ ସ୍ବପ୍ନ ଥାଏ। ତେବେ ଇଣ୍ଡଷ୍ଟ୍ରୀରେ ଏମିତି ଜଣେ ଭେଟେରାନ ଅଭିନେତ୍ରୀ ଥିଲେ, ଯିଏ ବିଗ ବିଙ୍କ ସହ କାମ କରିବାକୁ ପ୍ରସ୍ତୁତ ନ ଥିଲେ। ପରେ ବିଗ୍ ବି ଏମିତି କୌଶଳ ଆପଣାଇ ଥିଲେ, ଶେଷରେ ସମ୍ପୃକ୍ତ ଅଭିନେତ୍ରୀ ଅଭିନୟ ପାଇଁ ରାଜି ହୋଇଛନ୍ତି। ଏହି ଅଭିନେତ୍ରୀ ହେଉଛନ୍ତି ଭେଟେରାନ ତଥା ସ୍ବର୍ଗତ ଅଭିନେତ୍ରୀ ଶ୍ରୀଦେବୀ। ତାଙ୍କୁ ହିନ୍ଦୀ ସିନେମାର ପ୍ରଥମ […] The post ଅମିତାଭଙ୍କ ସହ କାମ କରିବାକୁ ମନା କରିଦେଇଥିଲେ ଏହି ଅଭିନେତ୍ରୀ:ଆଉ ତା’ପରେ ବିଗ୍ ବି’ କରିଥିଲେ ଏମିତି କାମ… appeared first on Dharitri Odia News.
ହିନ୍ଦୀ ସିନେମାର କିମ୍ବଦନ୍ତୀ ଅଭିନେତା ଅମିତାଭ ବଚ୍ଚନଙ୍କ ସହ କାମ କରିବା ପ୍ରତ୍ୟେକ କଳାକାରଙ୍କ ସ୍ବପ୍ନ ଥାଏ। ତେବେ ଇଣ୍ଡଷ୍ଟ୍ରୀରେ ଏମିତି ଜଣେ ଭେଟେରାନ ଅଭିନେତ୍ରୀ ଥିଲେ, ଯିଏ ବିଗ ବିଙ୍କ ସହ କାମ କରିବାକୁ ପ୍ରସ୍ତୁତ ନ ଥିଲେ। ପରେ ବିଗ୍ ବି ଏମିତି କୌଶଳ ଆପଣାଇ ଥିଲେ, ଶେଷରେ ସମ୍ପୃକ୍ତ ଅଭିନେତ୍ରୀ ଅଭିନୟ ପାଇଁ ରାଜି ହୋଇଛନ୍ତି।
ଏହି ଅଭିନେତ୍ରୀ ହେଉଛନ୍ତି ଭେଟେରାନ ତଥା ସ୍ବର୍ଗତ ଅଭିନେତ୍ରୀ ଶ୍ରୀଦେବୀ। ତାଙ୍କୁ ହିନ୍ଦୀ ସିନେମାର ପ୍ରଥମ ମହିଳା ସୁପରଷ୍ଟାର ମଧ୍ୟ କୁହାଯାଏ। ଶ୍ରୀଦେବୀ ଫିଲ୍ମ ‘ଖୁଦା ଗୱା’ରେ ବିଗ ବିଙ୍କ ସହ କାମ କରିବାକୁ ପ୍ରସ୍ତୁତ ନ ଥିଲେ। ଅବଶ୍ୟ, ବିଗ ବି’ଙ୍କ ଏକ କୌଶଳ ଦେଖି ଶ୍ରୀଦେବୀ ଅଭିନୟ ପାଇଁ ରାଜି ହୋଇଥିଲା। ଏହି ଘଟଣା Sridevi: The Eternal Screen Goddess ପୁସ୍ତକରେ ଉଲ୍ଲେଖ କରାଯାଇଛି। ଏହି ପୁସ୍ତକ ସ୍ବର୍ଗତ କୋରିଓଗ୍ରାଫର ସରୋଜ ଖାନ ଲେଖିଥିଲେ। ସରୋଜ ଖାନ ୧୯୯୨ ଚଳଚ୍ଚିତ୍ର ‘ଖୁଦା ଗୱା’ରେ ଶ୍ରୀଦେବୀ ଏବଂ ଅମିତାଭ ବଚ୍ଚନଙ୍କୁ କୋରିଓଗ୍ରାଫ କରିଥିଲେ।
ସରୋଜ କହିଥିଲେ, ଶ୍ରୀଦେବୀଙ୍କୁ ମନାଇବା ପାଇଁ ଅମିତାଭ ବଚ୍ଚନ ଗୋଲାପରେ ପରିପୂର୍ଣ୍ଣ ଏକ ଟ୍ରକ ପଠାଇଥିଲେ। ଏହା ପରେ ଟ୍ରକରୁ ଶ୍ରୀଦେବୀଙ୍କ ଉପରେ ଫୁଲ ବର୍ଷା ହୋଇଥିଲା। କିନ୍ତୁ ଗୋଲାପ ବର୍ଷା ସତ୍ତ୍ୱେ ଶ୍ରୀଦେବୀ ରାଜି ହୋଇ ନ ଥିଲେ। ଏହା ପରେ ସେ ନିର୍ମାତାମାନଙ୍କ ଆଗରେ ଏକ ସର୍ତ୍ତ ରଖିଥିଲେ ଯେ, ସେ ‘ଖୁଦା ଗୱା’ରେ ଉଭୟ ମା’ ଏବଂ ଝିଅ ଭୂମିକାରେ ଅଭିନୟ କରିବେ। ନିର୍ମାତାମାନେ ଶ୍ରୀଦେବୀଙ୍କ ଏହି ବିବୃତ୍ତିକୁ ଗ୍ରହଣ କରିଥିଲେ ଏବଂ ଅମିତାଭ ବଚ୍ଚନ ଏବଂ ଶ୍ରୀଦେବୀଙ୍କ ଯୋଡି ଖୁଦା ଗାୱାରେ ଦେଖିବାକୁ ମିଳିଥିଲା। ‘ଖୁଦା ଗାୱା’ ନିର୍ଦ୍ଦେଶନା ଦେଇଥିଲେ ମୁକୁଲ ଆନନ୍ଦ। ଏହାର ନିର୍ମାତା ମନୋଜ ଦେଶାଇ ଥିଲେ।
The post ଅମିତାଭଙ୍କ ସହ କାମ କରିବାକୁ ମନା କରିଦେଇଥିଲେ ଏହି ଅଭିନେତ୍ରୀ:ଆଉ ତା’ପରେ ବିଗ୍ ବି’ କରିଥିଲେ ଏମିତି କାମ… appeared first on Dharitri Odia News.