ଟ୍ରାକ୍ଟରକୁ ଧକ୍କା ଦେଲା ମାଲବାହୀ ଟ୍ରେନ୍
ଲାଞ୍ଜିଗଡ଼,୧୪ା୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ୍ ଯୋଡ଼ାବନ୍ଧ ନିକଟ ବେଦାନ୍ତ ରେଳ ଫାଟକରେ ଏକ ଟ୍ରାକ୍ଟରକୁ ମାଲବାହୀ ଟ୍ରେନ୍ ଧକ୍କା ଦେବାରୁ ଟ୍ରାକ୍ଟରରେ ବସି ଧାନ ଆଣିବାକୁ ଯାଉଥିବା ଶ୍ୟାମସୁନ୍ଦର ପଧାନ ଗୁରୁତର ହୋଇଛନ୍ତି। ସୂଚନାନୁସାରେ ଯୋଡ଼ାବନ୍ଧରୁ ଗୋପୀନାଥପୁରକୁ ସଂଯୋଗ କରୁଥିବା ରେଲୱେ କ୍ରସିଂରେ ଶୁକ୍ରବାର ସକାଳୁ ଗୋପୀନାଥପୁର ଗାଁର କ୍ଷେତ୍ର ପ୍ରଧାନୀଙ୍କ ଟ୍ରାକ୍ଟର ଧାନ ଆଣିବା ପାଇଁ ଚମ୍ପାଦେଈପୁରକୁ ଆସୁଥିଲା। ଏହି ସମୟରେ ରେଲୱେ କ୍ରସିଂରେ ହଠାତ୍ ବେଦାନ୍ତ କମ୍ପାନୀର ମାଲବାହୀ ଟ୍ରେନ୍ […] The post ଟ୍ରାକ୍ଟରକୁ ଧକ୍କା ଦେଲା ମାଲବାହୀ ଟ୍ରେନ୍ appeared first on Dharitri Odia News.
ଲାଞ୍ଜିଗଡ଼,୧୪ା୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ୍ ଯୋଡ଼ାବନ୍ଧ ନିକଟ ବେଦାନ୍ତ ରେଳ ଫାଟକରେ ଏକ ଟ୍ରାକ୍ଟରକୁ ମାଲବାହୀ ଟ୍ରେନ୍ ଧକ୍କା ଦେବାରୁ ଟ୍ରାକ୍ଟରରେ ବସି ଧାନ ଆଣିବାକୁ ଯାଉଥିବା ଶ୍ୟାମସୁନ୍ଦର ପଧାନ ଗୁରୁତର ହୋଇଛନ୍ତି। ସୂଚନାନୁସାରେ ଯୋଡ଼ାବନ୍ଧରୁ ଗୋପୀନାଥପୁରକୁ ସଂଯୋଗ କରୁଥିବା ରେଲୱେ କ୍ରସିଂରେ ଶୁକ୍ରବାର ସକାଳୁ ଗୋପୀନାଥପୁର ଗାଁର କ୍ଷେତ୍ର ପ୍ରଧାନୀଙ୍କ ଟ୍ରାକ୍ଟର ଧାନ ଆଣିବା ପାଇଁ ଚମ୍ପାଦେଈପୁରକୁ ଆସୁଥିଲା। ଏହି ସମୟରେ ରେଲୱେ କ୍ରସିଂରେ ହଠାତ୍ ବେଦାନ୍ତ କମ୍ପାନୀର ମାଲବାହୀ ଟ୍ରେନ୍ ଟ୍ରାକ୍ଟରକୁ ଧକ୍କାଦେଇଥିଲା। ଫଳରେ ଗାଡ଼ିରେ ଥିବା ଶ୍ୟାମସୁନ୍ଦର ଛିଟିକିପଡ଼ିବାରୁ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାରକରି ଭବାନୀପାଟଣା ଜିଲା ମୁଖ୍ୟ ଚିକିତ୍ସାଳୟ ପଠାଇଥିଲେ। ସୂଚନା ଥାଉକି ପୂର୍ବତଟ ରେଳପଥ ଅଧୀନ ସମ୍ବଲପୁର ଡିଭିଜନର ଏକ ଗୁରୁତ୍ୱପୂର୍ଣ୍ଣ ରେଳ ଷ୍ଟେଶନ ଭାବେ ରାୟଗଡା ଜିଲା ଅମ୍ବାଦଳା ରେଳ ଜଙ୍କ୍ସନ ପରିଚିତ। ୨୦୦୪ରେ ଲାଞ୍ଜିଗଡ଼ଠାରେ ବେଦାନ୍ତ ଆଲୁମିନା ଲିମିଟେଡ୍ ସ୍ଥାପନ ହେବା ପରେ ୨୦୧୦ରେ ଅମ୍ବାଦଳା ରେଳ ଷ୍ଟେଶନରୁ ବେଦାନ୍ତ କମ୍ପାନୀକୁ ପ୍ରାୟ ୨୦ କି.ମି. ଦୂର ରେଳଲାଇନ ସଂଯୋଗ ହୋଇଛି। ଏହି ଲାଇନ ଦେଇ ଲାଞ୍ଜିଗଡ଼ ବେଦାନ୍ତ କାରଖାନାକୁ ଦୈନିକ ମାଲ ପରିବହନ ପାଇଁ ମାଲବାହୀ ରେଳ ଯାତାୟାତ କରୁଛି। ହେଲେ ଅଧିକାଂଶ ଗାଁରେ ଲାଇନ କ୍ରସିଂରେ ସୁରକ୍ଷା ବ୍ୟବସ୍ଥା କିମ୍ବା ଫାଟକ ନାହିଁ। ଘଟଣା ସ୍ଥଳକୁ ବେଦାନ୍ତ କର୍ମଚାରୀ ଆସି ଲୋକଙ୍କ ସହ ଆଲୋଚନା କରୁଥିବାବେଳେ ଲୋକେ କ୍ଷତିପୂରଣ ସହ ଓଭରବ୍ରିଜ୍ ଯଥାଶୀଘ୍ର ନିର୍ମାଣ କରିବା ପାଇଁ ଦାବି ରଖିଛନ୍ତି।
The post ଟ୍ରାକ୍ଟରକୁ ଧକ୍କା ଦେଲା ମାଲବାହୀ ଟ୍ରେନ୍ appeared first on Dharitri Odia News.