‘ମୋ ଝିଅକୁ ସିଧା ପ୍ରସାରଣ କରି ଦିଆଯାଉ ମୃତ୍ୟୁ ଦଣ୍ଡ’,…ଚମକାଇଦେବ ମୁସ୍କାନଙ୍କ ପିତାଙ୍କ ବୟାନ

ମେରଠ,୨୦।୩: ଉତ୍ତର ପ୍ରଦେଶର ମେରଠରୁ ସାମ୍ନାକୁ ଆସିଥିବା ସୌରଭ ହତ୍ୟା ମାମଲା ସମସ୍ତଙ୍କୁ ଦୋହଲାଇ ଦେଇଛି। ଲଣ୍ଡନରୁ ଫେରିଥିବା ସୌରଭଙ୍କୁ ତାଙ୍କ ସ୍ତ୍ରୀ ତାଙ୍କ ପ୍ରେମିକଙ୍କ ସହ ମିଶି ହତ୍ୟା କରିଥିଲେ ଏବଂ ମୃତଦେହକୁ ଏକ ଡ୍ରମରେ ରଖି ସିମେଣ୍ଟ ଘୋଡ଼ାଇ ଦେଇଥିଲେ। ଏହି ମାମଲା ଚର୍ଚ୍ଚାକୁ ଆସିବା ପରେ, ମୁସ୍କାନଙ୍କ ବାପାଙ୍କ ବୟାନ ମଧ୍ୟ ସାମ୍ନାକୁ ଆସିଛି। ମୁସ୍କାନଙ୍କ ବାପା କହିଥିଲେ ଯେ ତାଙ୍କ ଝିଅକୁ ସିଧା ପ୍ରସାରଣ କରି ମୃତ୍ୟୁଦଣ୍ଡ ଦିଆଯିବା ଉଚିତ। ସମ୍ବାଦ […] The post ‘ମୋ ଝିଅକୁ ସିଧା ପ୍ରସାରଣ କରି ଦିଆଯାଉ ମୃତ୍ୟୁ ଦଣ୍ଡ’,…ଚମକାଇଦେବ ମୁସ୍କାନଙ୍କ ପିତାଙ୍କ ବୟାନ appeared first on Dharitri Odia News.

‘ମୋ ଝିଅକୁ ସିଧା ପ୍ରସାରଣ କରି ଦିଆଯାଉ ମୃତ୍ୟୁ ଦଣ୍ଡ’,…ଚମକାଇଦେବ ମୁସ୍କାନଙ୍କ ପିତାଙ୍କ ବୟାନ

ମେରଠ,୨୦।୩: ଉତ୍ତର ପ୍ରଦେଶର ମେରଠରୁ ସାମ୍ନାକୁ ଆସିଥିବା ସୌରଭ ହତ୍ୟା ମାମଲା ସମସ୍ତଙ୍କୁ ଦୋହଲାଇ ଦେଇଛି। ଲଣ୍ଡନରୁ ଫେରିଥିବା ସୌରଭଙ୍କୁ ତାଙ୍କ ସ୍ତ୍ରୀ ତାଙ୍କ ପ୍ରେମିକଙ୍କ ସହ ମିଶି ହତ୍ୟା କରିଥିଲେ ଏବଂ ମୃତଦେହକୁ ଏକ ଡ୍ରମରେ ରଖି ସିମେଣ୍ଟ ଘୋଡ଼ାଇ ଦେଇଥିଲେ। ଏହି ମାମଲା ଚର୍ଚ୍ଚାକୁ ଆସିବା ପରେ, ମୁସ୍କାନଙ୍କ ବାପାଙ୍କ ବୟାନ ମଧ୍ୟ ସାମ୍ନାକୁ ଆସିଛି।
ମୁସ୍କାନଙ୍କ ବାପା କହିଥିଲେ ଯେ ତାଙ୍କ ଝିଅକୁ ସିଧା ପ୍ରସାରଣ କରି ମୃତ୍ୟୁଦଣ୍ଡ ଦିଆଯିବା ଉଚିତ। ସମ୍ବାଦ ସରବରାହ ସଂସ୍ଥା ଏଏନଆଇ ସହିତ କଥାବାର୍ତ୍ତା ସମୟରେ ମୁସ୍କାନଙ୍କ ବାପା କହିଛନ୍ତି, ‘ମୋ ଝିଅ ତାଙ୍କ ଜଣେ ବନ୍ଧୁଙ୍କ ସହାୟତାରେ ମୋ ଜ୍ୱାଇଁଙ୍କୁ ହତ୍ୟା କରିଛି।’
ସେ କହିଲେ, ସେ (ମୁସ୍କାନ) ଏହି ସମାଜ ପାଇଁ ଯୋଗ୍ୟ ନୁହଁନ୍ତି… ସେ ଅନ୍ୟମାନଙ୍କ ପାଇଁ ମଧ୍ୟ ବିପଦପୂର୍ଣ୍ଣ ଏବଂ ମୁଁ ଅନ୍ୟ ପିଲାମାନଙ୍କୁ ଏକ ଶିକ୍ଷା ଦେବାକୁ ଚାହୁଁଛି ଯେ ଏପରି ପଦକ୍ଷେପ ନିଆଯିବା ଉଚିତ ନୁହେଁ।
ମୁସ୍କାନଙ୍କ ବାପା ଆହୁରି କହିଛନ୍ତି, ‘ତାଙ୍କୁ (ମସ୍କାନ) ‘ସଜା-ଏ-ମୌତ’ (ମୃତ୍ୟୁଦଣ୍ଡ) ଦିଆଯିବା ଉଚିତ ଏବଂ ଯଦି ସମ୍ଭବ ହୁଏ, ତେବେ ଏହା ଲାଇଭ କରାଯିବା ଉଚିତ।’
ଉଲ୍ଲେଖନୀୟ ଯେ ପୋଲିସ ସୌରଭଙ୍କ ହତ୍ୟା ମାମଲାର ତଦନ୍ତ କରୁଛି। ପୋଲିସ ମୁସ୍କାନ ଏବଂ ତାଙ୍କ ପ୍ରେମିକ ସାହିଲଙ୍କୁ ଗିରଫ କରିଛି। ଏହି ମାମଲାରେ ଏପର୍ଯ୍ୟନ୍ତ ଯାହା କିଛି ସାମ୍ନାକୁ ଆସିଛି, ତାହା ଆଶ୍ଚର୍ଯ୍ୟଜନକ।
ଏସଏସପି ବିପିନ ତାଡା କହିଛନ୍ତି ଯେ ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡିଛି ଯେ ସୌରଭଙ୍କ ଛାତିରେ ଆଘାତ ଲାଗିବା ପରେ ମଧ୍ୟ ତାଙ୍କର ମୃତ୍ୟୁ ହୋଇନ ଥିଲା। ସେ ସେତେବେଳେ ମଧ୍ୟ ଜୀବିତ ଥିଲେ। ସୌରଭଙ୍କ ବେକ ବାଥରୁମରେ କଟାଯିବାରୁ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ଶରୀରରେ ପ୍ରାୟ ଦଶ ଥର ଛୁରୀରେ କ୍ଷତ ହୋଇଥିଲା।

The post ‘ମୋ ଝିଅକୁ ସିଧା ପ୍ରସାରଣ କରି ଦିଆଯାଉ ମୃତ୍ୟୁ ଦଣ୍ଡ’,…ଚମକାଇଦେବ ମୁସ୍କାନଙ୍କ ପିତାଙ୍କ ବୟାନ appeared first on Dharitri Odia News.