୪ ଦିନ ରତ୍ନଭଣ୍ଡାର ମରାମତି କାମ ବନ୍ଦ
ପୁରୀ: ୪ ଦିନ ଧରି ରତ୍ନଭଣ୍ଡାର ମରାମତି କାମ ବନ୍ଦ ରହିବ। ଖସାପଡ଼ାଲାଗି ଓ ବନକଲାଗି ନୀତି ପାଇଁ କାମ ବନ୍ଦ ରହିବ। ଅର୍ଥାତ୍ ମାର୍ଚ୍ଚ ୩୧ ତାରିଖରୁ ଏପ୍ରିଲ୍ ୩ ତାରିଖ ଯାଏଁ ବନ୍ଦ ରହିବ ଶ୍ରୀମନ୍ଦିରରେ ରତ୍ନଭଣ୍ଡାର ମରାମତି କାମ । ସୂଚନା ଅନୁଯାୟୀ, ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ଓ ସଂରକ୍ଷଣ କାର୍ଯ୍ୟ ୪ ଦିନ ପାଇଁ ବନ୍ଦ ରହିବ। ଏଏସ୍ଆଇ ପକ୍ଷରୁ ଚାଲିଥିବା ଏହି ମରାମତି କାମ ପାଇଁ ପର୍ଯ୍ୟାପ୍ତ ସମୟ ମିଳୁ […] The post ୪ ଦିନ ରତ୍ନଭଣ୍ଡାର ମରାମତି କାମ ବନ୍ଦ appeared first on Odisha.News.
ପୁରୀ: ୪ ଦିନ ଧରି ରତ୍ନଭଣ୍ଡାର ମରାମତି କାମ ବନ୍ଦ ରହିବ। ଖସାପଡ଼ାଲାଗି ଓ ବନକଲାଗି ନୀତି ପାଇଁ କାମ ବନ୍ଦ ରହିବ। ଅର୍ଥାତ୍ ମାର୍ଚ୍ଚ ୩୧ ତାରିଖରୁ ଏପ୍ରିଲ୍ ୩ ତାରିଖ ଯାଏଁ ବନ୍ଦ ରହିବ ଶ୍ରୀମନ୍ଦିରରେ ରତ୍ନଭଣ୍ଡାର ମରାମତି କାମ ।
ସୂଚନା ଅନୁଯାୟୀ, ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ଓ ସଂରକ୍ଷଣ କାର୍ଯ୍ୟ ୪ ଦିନ ପାଇଁ ବନ୍ଦ ରହିବ। ଏଏସ୍ଆଇ ପକ୍ଷରୁ ଚାଲିଥିବା ଏହି ମରାମତି କାମ ପାଇଁ ପର୍ଯ୍ୟାପ୍ତ ସମୟ ମିଳୁ ନ ଥିବାବେଳେ ସ୍ୱତନ୍ତ୍ର ନୀତିକାନ୍ତି ଲାଗି ବି ପ୍ରଭାବିତ ହେଉଛି କାମ। ତେବେ ଗତବର୍ଷ ଡିସେମ୍ବର ମାସରୁ ରତ୍ନଭଣ୍ତାର ମରାପତି କାର୍ଯ୍ୟ ଆରମ୍ଭ ହୋଇଛି। ହେଲେ ମରାମତି କାର୍ଯ୍ୟ ଶେଷ ହେବା ପାଇଁ ସମୟ ଲାଗିବ ବୋଲି ପୂର୍ବରୁ ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ପୁରୀ ଜିଲ୍ଲାପାଳ ସୂଚନା ଦେଇଥିଲେ।
The post ୪ ଦିନ ରତ୍ନଭଣ୍ଡାର ମରାମତି କାମ ବନ୍ଦ appeared first on Odisha.News.