ଏସିଆନ ଭଲିବଲ୍‌ରୁ ଓହରିଲା ଭାରତ

ଲାହୋର,୨୭ା୪: ପହଲଗାମ୍‌ରେ ଏପ୍ରିଲ ୨୨ ଆତଙ୍କବାଦୀ ଆକ୍ରମଣ ଘଟଣାରେ ୨୬ ପର୍ଯ୍ୟଟକ ନିହତ ହେବାପରେ ଆସନ୍ତା ମାସରେ ଭାରତ ଓ ପାକିସ୍ତାନ ଇସ୍‌ଲାମାବାଦରେ ଖେଳାଯିବାକୁଥିବା ସେଣ୍ଟ୍ରାଲ ଏସିଆନ ଭଲିବଲ୍‌ ଟୁର୍ନାମେଣ୍ଟରୁ ଭାରତ ଓହରିଯାଇଛି। ପାକିସ୍ତାନ ଭଲିବଲ୍‌ ଫେଡେରେଶନ (ପିଭିଏଫ୍‌) ତରଫରୁ ରବିବାର ଏବିଷୟରେ ସୂଚନା ଦିଆଯାଇଛି। ପିଭିଏସ୍‌ ଅଫିସିଆଲ ଅବ୍‌ଦୁଲ ଆହଦ କହିଛନ୍ତି, ଜିନ୍ନା କମ୍ପ୍ଲେକ୍ସରେ ମେ ୨୮ରୁ ଆରମ୍ଭ ହେବାକୁଥିବା ଏହି ଚାମ୍ପିୟନଶିପ୍‌ ଲାଗି ଭାରତ ୨୨ଜଣ ଖେଳାଳି ସମେତ ୩୦ ଜଣିଆ ଦଳ ଯୋଗ […] The post ଏସିଆନ ଭଲିବଲ୍‌ରୁ ଓହରିଲା ଭାରତ appeared first on Dharitri Odia News.

ଏସିଆନ ଭଲିବଲ୍‌ରୁ ଓହରିଲା ଭାରତ

ଲାହୋର,୨୭ା୪: ପହଲଗାମ୍‌ରେ ଏପ୍ରିଲ ୨୨ ଆତଙ୍କବାଦୀ ଆକ୍ରମଣ ଘଟଣାରେ ୨୬ ପର୍ଯ୍ୟଟକ ନିହତ ହେବାପରେ ଆସନ୍ତା ମାସରେ ଭାରତ ଓ ପାକିସ୍ତାନ ଇସ୍‌ଲାମାବାଦରେ ଖେଳାଯିବାକୁଥିବା ସେଣ୍ଟ୍ରାଲ ଏସିଆନ ଭଲିବଲ୍‌ ଟୁର୍ନାମେଣ୍ଟରୁ ଭାରତ ଓହରିଯାଇଛି।

ପାକିସ୍ତାନ ଭଲିବଲ୍‌ ଫେଡେରେଶନ (ପିଭିଏଫ୍‌) ତରଫରୁ ରବିବାର ଏବିଷୟରେ ସୂଚନା ଦିଆଯାଇଛି। ପିଭିଏସ୍‌ ଅଫିସିଆଲ ଅବ୍‌ଦୁଲ ଆହଦ କହିଛନ୍ତି, ଜିନ୍ନା କମ୍ପ୍ଲେକ୍ସରେ ମେ ୨୮ରୁ ଆରମ୍ଭ ହେବାକୁଥିବା ଏହି ଚାମ୍ପିୟନଶିପ୍‌ ଲାଗି ଭାରତ ୨୨ଜଣ ଖେଳାଳି ସମେତ ୩୦ ଜଣିଆ ଦଳ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିଲା।

ଭାରତୀୟ ଭଲିବଲ ଅଫିସିଆଲ ଖେଳର ଆଞ୍ଚଳିକ ପରିଷଦକୁ ସୂଚାଇ ଦେଇଛି ଯେ, ସରକାର ସେମାନଙ୍କୁ ଯେଉଁ ନୋ ଅବ୍‌ଜେକ୍ସନ ସାର୍ଟିଫିକେଟ (ଏନ୍‌ଓସି) ଦେଇଥିଲେ ପହଲଗାମ୍‌ ଘଟଣା ପରେ ତାହାକୁ ବାତିଲ କରିଦେଇଛନ୍ତି। ପାକିସ୍ତାନ ଭଲିବଲ୍‌ ଫେଡେରେଶନର ଜଣେ ଅଫିସିଆଲ ଅବଦୁଲ ଆହଦ କହିଛନ୍ତି, ଭାରତ ଟୁର୍ନାମେଣ୍ଟରୁ ଓହରିଯିବା ଦୁଃଖର ବିଷୟ।

ଭାରତ ସ୍ଥାନରେ ଆଫଗାନିସ୍ତାନ କିମ୍ବା ଶ୍ରୀଲଙ୍କାକୁ ଟୁର୍ନାମେଣ୍ଟରେ ସାମିଲ କରାଯିବ। ଇଭେଣ୍ଟରେ ଆୟୋଜକ ଦେଶକୁ ଛାଡ଼ି ଇରାନ, ତୁର୍କମେନିସ୍ତାନ, କିର୍‌ଗିଜସ୍ତାନ, ତାଜିକ୍‌ସ୍ତାନ ଓ ଉଜ୍‌ବେକିସ୍ତାନ ଆଦି ଦେଶ ଭାଗ ନେଉଛନ୍ତି।

The post ଏସିଆନ ଭଲିବଲ୍‌ରୁ ଓହରିଲା ଭାରତ appeared first on Dharitri Odia News.