ସଂସଦରେ ରାହୁଲଙ୍କୁ ଭୟଙ୍କର ଟାର୍ଗେଟ କଲେ ମୋଦି, ପରଜୀବୀ ହୋଇ ଭୋଟ ଖାଇଲେ…

ନୂଆଦିଲ୍ଲୀ,୨।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂଦରେ ରାଷ୍ଟ୍ରପତିଙ୍କ ସମ୍ବୋଧନରେ ଧନ୍ୟବାଦ ଅର୍ପଣ ଉପରେ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ଭାଷଣ ଆରମ୍ଭ କରିବା ମାତ୍ରେ ଲୋକ ସଭାରେ ବିରୋଧୀ ନେତା ହଙ୍ଗାମା କରିଛନ୍ତି। ନିଜ ଅଭିଭାଷଣରେ ମୋଦି କଂଗ୍ରେସକୁ ଜୋରଦାର ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, କଂଗ୍ରେସ ଏବେ ପରଜୀବୀ କଂଗ୍ରେସ ହୋଇ ଯାଇଛି। ସହଯୋଗୀଙ୍କ ରକ୍ତମାଂସ ଖାଇ ବଞ୍ଚି ରହୁଛି। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ସିଧାସଳଖ ଟାର୍ଗେଟ କରି କହିଛନ୍ତି, କଂଗ୍ରେସ ୯୯ ମାର୍କ […] The post ସଂସଦରେ ରାହୁଲଙ୍କୁ ଭୟଙ୍କର ଟାର୍ଗେଟ କଲେ ମୋଦି, ପରଜୀବୀ ହୋଇ ଭୋଟ ଖାଇଲେ… appeared first on Dharitri Odia News.

ସଂସଦରେ ରାହୁଲଙ୍କୁ ଭୟଙ୍କର ଟାର୍ଗେଟ କଲେ ମୋଦି, ପରଜୀବୀ ହୋଇ ଭୋଟ ଖାଇଲେ…

ନୂଆଦିଲ୍ଲୀ,୨।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂଦରେ ରାଷ୍ଟ୍ରପତିଙ୍କ ସମ୍ବୋଧନରେ ଧନ୍ୟବାଦ ଅର୍ପଣ ଉପରେ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ଭାଷଣ ଆରମ୍ଭ କରିବା ମାତ୍ରେ ଲୋକ ସଭାରେ ବିରୋଧୀ ନେତା ହଙ୍ଗାମା କରିଛନ୍ତି। ନିଜ ଅଭିଭାଷଣରେ ମୋଦି କଂଗ୍ରେସକୁ ଜୋରଦାର ଟାର୍ଗେଟ କରିଛନ୍ତି।

ସେ କହିଛନ୍ତି, କଂଗ୍ରେସ ଏବେ ପରଜୀବୀ କଂଗ୍ରେସ ହୋଇ ଯାଇଛି। ସହଯୋଗୀଙ୍କ ରକ୍ତମାଂସ ଖାଇ ବଞ୍ଚି ରହୁଛି। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ସିଧାସଳଖ ଟାର୍ଗେଟ କରି କହିଛନ୍ତି, କଂଗ୍ରେସ ୯୯ ମାର୍କ ପାଇ ଅହଙ୍କାର କରୁଛି। କଂଗ୍ରେସ ଆତ୍ମ ସମୀକ୍ଷା କରୁ ତାହା ୧୦୦ରୁ ୯୯ନୁହେଁ ୫୪୩ରୁ ୯୯ ପାଇଛି।

କଂଗ୍ରେସର ୯୯ ଆସନ ତାଙ୍କୁ ତାଙ୍କ ସହଯୋଗୀ ଜିତାଇଛନ୍ତି। ଦଳ ଏକାକୀ ଲଢ଼ିଥିବା ୧୬ ରାଜ୍ୟରେ ଭୋଟ ହାର କମିଛି। ଦେଶବାସୀ କଂଗ୍ରେସକୁ ଏ ନିର୍ବାଚନରେ ସ୍ପଷ୍ଟ ସଂକେତ ଦେଇଛନ୍ତି। ବିରୋଧୀ ଆସନରେ ବସିବାକୁ କଂଗ୍ରେସକୁ ସଂକେତ ଦେଇଛନ୍ତି।
କଂଗ୍ରେସ ନେତାଙ୍କ ବୟାନବାଜି ସୋଲେ ଫିଲ୍ମକୁ ବି ପଛରେ ପକାଇ ଦେଇଛି। ତେଣୁ ୨୦୨୪ ରେ କଂଗ୍ରେସ ‘ପରଜୀବୀ କଂଗ୍ରେସ’ ଭଳି ରହିବ। ଯାହା ସହ ମେଣ୍ଟ କରିବ ତା’ ଭୋଟ ଖାଇଯିବ ବୋଲି ମୋଦି କହିଛନ୍ତି।

ଗତକାଲି ଗୃହରେ ବାଳକ ବୁଦ୍ଧିର ପିଲା ବିଳାପ କରୁଥିଲେ। ସହାନୁଭୂତି ପାଇବା ପାଇଁ ଡ୍ରାମା କରାଯାଇଥିଲା। ସେମାନେ ଭୁଲିଯାଉଛନ୍ତି ଯେ ହଜାରେ କୋଟି ଟଙ୍କାର ଟଙ୍କା ହଡପ ମାମଲାରେ ସେମାନେ ଜାମିନରେ ଅଛନ୍ତି। ଓବିସି ଶ୍ରେଣୀକୁ ଚୋର ବୋଲି କହି ଦଣ୍ଡିତ ହୋଇଛନ୍ତି ବୋଲି ମୋଦି କହିଛନ୍ତି।

The post ସଂସଦରେ ରାହୁଲଙ୍କୁ ଭୟଙ୍କର ଟାର୍ଗେଟ କଲେ ମୋଦି, ପରଜୀବୀ ହୋଇ ଭୋଟ ଖାଇଲେ… appeared first on Dharitri Odia News.