ମହୁମାଛି ନେଲା ଜେଇଙ୍କ ଜୀବନ

ରାଇରଙ୍ଗପୁର,୨୯।୧୨: ମୟୂରଭଞ୍ଜ ଜିଲା ମହୁଲଡିହାରେ ରବିବାର ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ମହୁମାଛି ଆକ୍ରମଣରେ ତିରିଂ ବ୍ଲକ ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ବିଶ୍ୱନାଥ ମୁର୍ମୁଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ମିଳିଥିବା ସୂଚନା ମୁତାବକ, ମହୁଲଡିହା ସ୍ଥିତ କ୍ୱାର୍ଟର୍ସରେ ଯନ୍ତ୍ରୀ ବିଶ୍ୱନାଥ ମୁର୍ମୁ ଥିବାବେଳେ ତାଙ୍କୁ ମହୁମାଛି ଆକ୍ରମଣ କରିଥିଲା। ଫଳରେ ତାଙ୍କୁ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଯନ୍ତ୍ରୀଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ଅଞ୍ଚଳରେ […] The post ମହୁମାଛି ନେଲା ଜେଇଙ୍କ ଜୀବନ appeared first on Dharitri Odia News.

ମହୁମାଛି ନେଲା ଜେଇଙ୍କ ଜୀବନ

ରାଇରଙ୍ଗପୁର,୨୯।୧୨: ମୟୂରଭଞ୍ଜ ଜିଲା ମହୁଲଡିହାରେ ରବିବାର ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ମହୁମାଛି ଆକ୍ରମଣରେ ତିରିଂ ବ୍ଲକ ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ବିଶ୍ୱନାଥ ମୁର୍ମୁଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।

ମିଳିଥିବା ସୂଚନା ମୁତାବକ, ମହୁଲଡିହା ସ୍ଥିତ କ୍ୱାର୍ଟର୍ସରେ ଯନ୍ତ୍ରୀ ବିଶ୍ୱନାଥ ମୁର୍ମୁ ଥିବାବେଳେ ତାଙ୍କୁ ମହୁମାଛି ଆକ୍ରମଣ କରିଥିଲା। ଫଳରେ ତାଙ୍କୁ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଯନ୍ତ୍ରୀଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ଯନ୍ତ୍ରୀଙ୍କ ମୃତ୍ୟୁକୁ ନେଇ ଶୋକର ଛାୟା ଖେଳି ଯାଇଛି।

The post ମହୁମାଛି ନେଲା ଜେଇଙ୍କ ଜୀବନ appeared first on Dharitri Odia News.