ଟି୨୦ ବିଶ୍ୱକପ୍‌: ଶ୍ରୀନାଥଙ୍କୁ ମିଳିଲା ପୁଣି ଗୁରୁଦାୟିତ୍ୱ

ଦୁବାଇ, ୪ା୫: ଆସନ୍ତା ମାସରେ ଆମେରିକା ଓ ଓ୍ବେଷ୍ଟଇଣ୍ଡିଜରେ ଅନୁଷ୍ଠିତ ହେଉଥିବା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଆଇସିସି ମ୍ୟାଚ ରେଫରି ଜାଭାଗଲ ଶ୍ରୀନାଥଙ୍କ ସମେତ ଅମ୍ପାୟର ନୀତୀନ ମେନନ ଓ ଜୟରମଣ ମଦନଗୋପାଳ ଭାରତୀୟ ପ୍ରତିନିଧି ରହିବେ। ଜୁନ୍‌ ୧ରୁ ଆରମ୍ଭ ହେଉଥିବା ଇଭେଣ୍ଟ ଲାଗି ଆଇସିସି ଶୁକ୍ରବାର ୨୬ ଜଣିଆ ମ୍ୟାଚ ଅଫିସିଆଲ ତାଲିକା ପ୍ରକାଶ କରିଛି। ତନ୍ମଧ୍ୟରୁ ୨୦ ଅମ୍ପାୟର ୯ଟି ବିଭିନ୍ନ ଭେନ୍ୟୁରେ ୫୫ଟି ମ୍ୟାଚ ପରିଚାଳନା କରିବେ। ସେମାନଙ୍କ ମଧ୍ୟରେ ରିଚାର୍ଡ […] The post ଟି୨୦ ବିଶ୍ୱକପ୍‌: ଶ୍ରୀନାଥଙ୍କୁ ମିଳିଲା ପୁଣି ଗୁରୁଦାୟିତ୍ୱ appeared first on Dharitri Odia News.

ଟି୨୦ ବିଶ୍ୱକପ୍‌: ଶ୍ରୀନାଥଙ୍କୁ ମିଳିଲା ପୁଣି ଗୁରୁଦାୟିତ୍ୱ

ଦୁବାଇ, ୪ା୫: ଆସନ୍ତା ମାସରେ ଆମେରିକା ଓ ଓ୍ବେଷ୍ଟଇଣ୍ଡିଜରେ ଅନୁଷ୍ଠିତ ହେଉଥିବା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଆଇସିସି ମ୍ୟାଚ ରେଫରି ଜାଭାଗଲ ଶ୍ରୀନାଥଙ୍କ ସମେତ ଅମ୍ପାୟର ନୀତୀନ ମେନନ ଓ ଜୟରମଣ ମଦନଗୋପାଳ ଭାରତୀୟ ପ୍ରତିନିଧି ରହିବେ। ଜୁନ୍‌ ୧ରୁ ଆରମ୍ଭ ହେଉଥିବା ଇଭେଣ୍ଟ ଲାଗି ଆଇସିସି ଶୁକ୍ରବାର ୨୬ ଜଣିଆ ମ୍ୟାଚ ଅଫିସିଆଲ ତାଲିକା ପ୍ରକାଶ କରିଛି। ତନ୍ମଧ୍ୟରୁ ୨୦ ଅମ୍ପାୟର ୯ଟି ବିଭିନ୍ନ ଭେନ୍ୟୁରେ ୫୫ଟି ମ୍ୟାଚ ପରିଚାଳନା କରିବେ।

ସେମାନଙ୍କ ମଧ୍ୟରେ ରିଚାର୍ଡ ଇଲିଙ୍ଗଓ୍ବର୍ଥ, କୁମାର ଧର୍ମସେନା, କ୍ରିସ୍‌ ଗାଫାନି ଓ ପଲ୍‌ ରିଫିଲ ରହିଛନ୍ତି। ମଦନଗୋପାଳଙ୍କ ବ୍ୟତୀତ ସାମ୍‌ ନୋଗାଜ୍‌କ୍ସି, ଆଲାହୁଦ୍ଦିନ ପାଲେକର, ରଶିଦ ରିଆଜ ଓ ଅସିଫ ୟାକୁବ ପ୍ରମୁଖ ଆଇସିସି ସିନିୟର ପୁରୁଷ ପ୍ରତିଯୋଗିତାରେ ସେମାନଙ୍କର ପ୍ରଥମ ପଦାର୍ପଣ କରିବେ। ଶ୍ରୀନାଥଙ୍କ ବ୍ୟତୀତ ୬ଜଣ ଜଣାଶୁଣା ରେଫରିଙ୍କ ମଧ୍ୟରେ ରଞ୍ଜନ ମଦୁଗାଲେ, ଜେଫ୍‌ କ୍ରୋ ଓ ଆଣ୍ଡ୍ର୍ୟୁ ପାଇକ୍ରଫ୍ଟ ଅନ୍ୟତମ ରହିଛନ୍ତି। ଅଭିଜ୍ଞ ତଥା ସ୍ଥିର ପ୍ରଦର୍ଶନ କରି ଆସୁଥିବା ମ୍ୟାଚ ଅଫିସିଆଲଙ୍କୁ ବିଶ୍ୱକପ୍‌ ପାଇଁ ମନୋନୀତ କରାଯାଇଥିବା ଆଇସିସି ଜେନେରାଲ ମ୍ୟାନେଜର ଓ୍ବାସିମ୍‌ ଖାନ୍‌ ପ୍ରକାଶ କରିଛନ୍ତି।

The post ଟି୨୦ ବିଶ୍ୱକପ୍‌: ଶ୍ରୀନାଥଙ୍କୁ ମିଳିଲା ପୁଣି ଗୁରୁଦାୟିତ୍ୱ appeared first on Dharitri Odia News.