୨୬ରୁ ବଢ଼ିବ ବର୍ଷା, ଏହି ସବୁ ଜିଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୪ା୬(ଅସମାପିକା ସାହୁ): ସାରା ରାଜ୍ୟକୁ ଏବେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଛୁଇଁବା ସହ ଅଧିକାଂଶ ଜିଲାରେ ସକ୍ରିୟ ହୋଇଛି। ଫଳରେ ସେସବୁ ଅଞ୍ଚଳରେ ବର୍ଷା ଲାଗି ରହିଛି। ରବିବାର ଚାନ୍ଦବାଲିରେ ସର୍ବାଧିକ ୩୧.୨ ମି.ମି. ବର୍ଷା ହୋଇଥିବା ବେଳେ ବାରିପଦାରେ ୧୫.୨, ରାୟଗଡ଼ା ୧୨.୬, ହୀରାକୁଦ ୧୨.୨, ଦାରିଙ୍ଗବାଡ଼ି ୧୨, ଫୁଲବାଣୀ ୬.୮, ସୋନପୁର ୬.୪ ମିମି ବର୍ଷା ରେକର୍ଡ କରାଯାଇଛି। ତେବେ ଆସନ୍ତା ୨୬ ତାରିଖରୁ ରାଜ୍ୟରେ ବର୍ଷା ପରିମାଣ ବଢ଼ିବ। ୨୬ ତାରିଖରେ ଖୋର୍ଦ୍ଧା, […] The post ୨୬ରୁ ବଢ଼ିବ ବର୍ଷା, ଏହି ସବୁ ଜିଲାରେ ପ୍ରବଳ ବର୍ଷିବ appeared first on Dharitri Odia News.

୨୬ରୁ ବଢ଼ିବ ବର୍ଷା, ଏହି ସବୁ ଜିଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୪ା୬(ଅସମାପିକା ସାହୁ): ସାରା ରାଜ୍ୟକୁ ଏବେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଛୁଇଁବା ସହ ଅଧିକାଂଶ ଜିଲାରେ ସକ୍ରିୟ ହୋଇଛି। ଫଳରେ ସେସବୁ ଅଞ୍ଚଳରେ ବର୍ଷା ଲାଗି ରହିଛି। ରବିବାର ଚାନ୍ଦବାଲିରେ ସର୍ବାଧିକ ୩୧.୨ ମି.ମି. ବର୍ଷା ହୋଇଥିବା ବେଳେ ବାରିପଦାରେ ୧୫.୨, ରାୟଗଡ଼ା ୧୨.୬, ହୀରାକୁଦ ୧୨.୨, ଦାରିଙ୍ଗବାଡ଼ି ୧୨, ଫୁଲବାଣୀ ୬.୮, ସୋନପୁର ୬.୪ ମିମି ବର୍ଷା ରେକର୍ଡ କରାଯାଇଛି। ତେବେ ଆସନ୍ତା ୨୬ ତାରିଖରୁ ରାଜ୍ୟରେ ବର୍ଷା ପରିମାଣ ବଢ଼ିବ। ୨୬ ତାରିଖରେ ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ବୌଦ୍ଧ, କନ୍ଧମାଳ, ରାୟଗଡ଼ା, କଳାହାଣ୍ଡି, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ସେହିଭଳି ୨୭ ତାରିଖରେ କନ୍ଧମାଳ, ନୟାଗଡ଼, କଳାହାଣ୍ଡି, ରାୟଗଡ଼ା, ଗଜପତି, ନବରଙ୍ଗପୁର ଓ ନୂଆପଡ଼ାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ଆକଳନ କରାଯାଇଛି। ଅନ୍ୟପକ୍ଷରେ ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲାକୁ କାଳବୈଶାଖୀ ବର୍ଷା ହେବାକୁ ଥିବାବେଳେ ୨୬ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲାକୁ ସତର୍କ ସୂଚନା ଦିଆଯାଇଛି। ୨୪ ତାରିଖରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୋଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, ରାୟଗଡ଼ା ଆଦି ଜିଲାକୁ ଝଡ଼ବର୍ଷା ସହିତ ବଜ୍ରପାତ ନେଇ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୩୦ରୁ ୪୦କି.ମି. ରହିବାର ସମ୍ଭାବନା ରହିଛି।

 

The post ୨୬ରୁ ବଢ଼ିବ ବର୍ଷା, ଏହି ସବୁ ଜିଲାରେ ପ୍ରବଳ ବର୍ଷିବ appeared first on Dharitri Odia News.