ଶିକ୍ଷାନୁଷ୍ଠାନରେ ସଂରକ୍ଷଣ ବ୍ୟବସ୍ଥା ଆଇନ ପ୍ରଣୟନ ଦ୍ୱାରା ହୋଇପାରିବ: ମନ୍ତ୍ରୀ ନିତ୍ୟାନନ୍ଦ
ଭୁବନେଶ୍ୱର,୨୯।୮(ଅନିଲ ଦାସ): ୧୯୯୫ ଫେବୃଆରୀ ୩ ତାରିଖରେ ମେଡିକାଲ ଏବଂ ଇଞ୍ଜିନିୟରିଂ କଲେଜଗୁଡ଼ିକରେ ନାମ ଲେଖା ପାଇଁ ଅନୁସୂଚିତ ଜନଜାତି ବର୍ଗର ଛାତ୍ରୀଛାତ୍ରମାନଙ୍କ ପାଇଁ ୧୨% ଏବଂ ଅନୁସୂଚିତ ଜାତିଙ୍କ ପାଇଁ ୮% ସଂରକ୍ଷଣ ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ ହୋଇଛି। ୨୦୦୮ ଏପ୍ରିଲ ୨୩ ଓ ୨୦୧୦ ସେପ୍ଟେମ୍ବର ୨୨ ତାରିଖରେ ରାଜ୍ୟ ଅନୁସୂଚିତ ଜାତି କଲ୍ୟାଣ ପରାମର୍ଶଦାତା ବୋର୍ଡ ସଭାରେ ମେଡିକାଲ୍ ଏବଂ ଇଞ୍ଜିନିୟରିଂ କଲେଜରେ ନାମଲେଖା ପାଇଁ ଅନୁସୂଚିତ ଜାତି ଛାତ୍ରୀଛାତ୍ରମାନଙ୍କ ପାଇଁ […] The post ଶିକ୍ଷାନୁଷ୍ଠାନରେ ସଂରକ୍ଷଣ ବ୍ୟବସ୍ଥା ଆଇନ ପ୍ରଣୟନ ଦ୍ୱାରା ହୋଇପାରିବ: ମନ୍ତ୍ରୀ ନିତ୍ୟାନନ୍ଦ appeared first on Dharitri Odia News.
ଭୁବନେଶ୍ୱର,୨୯।୮(ଅନିଲ ଦାସ): ୧୯୯୫ ଫେବୃଆରୀ ୩ ତାରିଖରେ ମେଡିକାଲ ଏବଂ ଇଞ୍ଜିନିୟରିଂ କଲେଜଗୁଡ଼ିକରେ ନାମ ଲେଖା ପାଇଁ ଅନୁସୂଚିତ ଜନଜାତି ବର୍ଗର ଛାତ୍ରୀଛାତ୍ରମାନଙ୍କ ପାଇଁ ୧୨% ଏବଂ ଅନୁସୂଚିତ ଜାତିଙ୍କ ପାଇଁ ୮% ସଂରକ୍ଷଣ ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ ହୋଇଛି। ୨୦୦୮ ଏପ୍ରିଲ ୨୩ ଓ ୨୦୧୦ ସେପ୍ଟେମ୍ବର ୨୨ ତାରିଖରେ ରାଜ୍ୟ ଅନୁସୂଚିତ ଜାତି କଲ୍ୟାଣ ପରାମର୍ଶଦାତା ବୋର୍ଡ ସଭାରେ ମେଡିକାଲ୍ ଏବଂ ଇଞ୍ଜିନିୟରିଂ କଲେଜରେ ନାମଲେଖା ପାଇଁ ଅନୁସୂଚିତ ଜାତି ଛାତ୍ରୀଛାତ୍ରମାନଙ୍କ ପାଇଁ ୧୬.୨୫% ଏବଂ ଅନୁସୂଚିତ ଜନଜାତି ଛାତ୍ରୀଛାତ୍ରମାନଙ୍କ ଲାଗି ୨୨.୫୦% ବୃଦ୍ଧି ପାଇଁ ସୁପାରିସ କରାଯାଇଥିଲା। ଆଇନ ବିଭାଗ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଏବଂ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ କଲ୍ୟାଣ ବିଭାଗଙ୍କୁ ଏହି ପ୍ରସଙ୍ଗରେ ଉପଯୁକ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଥିଲା ବୋଲି କଂଗ୍ରେସ ପକ୍ଷରୁ ଆଗତ ମୁଲତବୀ ପ୍ରସ୍ତାବ ଉପରେ ମତ ରଖି ଏସ୍ସି/ଏସ୍ଟି ଉନ୍ନୟନ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ବୁଧବାର ବିଧାନସଭାରେ ଏହି ସୂଚନା ଦେଇଛନ୍ତି।
ମନ୍ତ୍ରୀ କହିଛନ୍ତି, ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ୨୦୧୨ ଡିସେମ୍ବର ୨୯ରେ ରାଜ୍ୟରେ ନିଯୁକ୍ତି କ୍ଷେତ୍ର ସଂରକ୍ଷଣ ପ୍ରତିଶତ ଅନୁଯାୟୀ ଅନୁସୂଚିତ ଜନଜାତି ପାଇଁ ୨୨.୫୦% ସଂରକ୍ଷଣ ଏବଂ ଅନୁସୂଚିତ ଜାତି ଛାତ୍ରୀଛାତ୍ରମାନଙ୍କ ପାଇଁ ୧୬.୨୫% ବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯାଇଥିଲା। ତାହା ୨୦୧୩ ମେ ୧୦ ତାରିଖରେ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅନୁମୋଦିତ ହୋଇଥିଲା। ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ କଲ୍ୟାଣ ବିଭାଗ ଭାରତ ସମ୍ବିଧାନର ଧାରା-୧୫(୫)ରୁ ଆସିଥିବା ଶିକ୍ଷାନୁଷ୍ଠାନରେ ସଂରକ୍ଷଣ ପ୍ରୟୋଗ ଉପରେ ଆଇନଗତ ବ୍ୟାକିଂ ପରୀକ୍ଷା ପାଇଁ ଆଇନ ବିଭାଗକୁ ପଠାଇଛି। ଆଇନ ବିଭାଗ ମତ ଦେଇଛି ଯେ, ଭାରତର ସମ୍ବିଧାନର ଧାରା -୧୫(୫)ର ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଶିକ୍ଷାନୁଷ୍ଠାନଗୁଡ଼ିକରେ ଆସନ ସଂରକ୍ଷଣ କେବଳ ଆଇନ ପ୍ରଣୟନ ଦ୍ୱାରା କରାଯାଇପାରିବ। ଶିକ୍ଷାନୁଷ୍ଠାନ ସଂରକ୍ଷଣ (ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି) ବିଲ୍, ଓଡ଼ିଶା ରାଜ୍ୟ ପ୍ରବେଶ ପାଇଁ ଏକ ବିଲ୍ ଏବଂ କ୍ୟାବିନେଟ୍ ସ୍ମାରକପତ୍ର ପ୍ରସ୍ତୁତ କରିବା ପାଇଁ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ କଲ୍ୟାଣ ବିଭାଗକୁ ଦାୟିତ୍ୱ ଦିଆଯାଇଥିଲା। ଆଇନ ବିଭାଗ ପ୍ରସ୍ତାବର ପରୀକ୍ଷଣ ପରେ ଦେଖିଲେ ଯେ ବୈଷୟିକ ଏବଂ ବୃତ୍ତିଗତ ଶିକ୍ଷାନୁଷ୍ଠାନରେ ନାମ ଲେଖା ପାଇଁ ଏସଇବିସି /ଓବିସି ବର୍ଗର ଛାତ୍ରୀଛାତ୍ରମାନଙ୍କ ପାଇଁ ସଂରକ୍ଷଣର ବ୍ୟବସ୍ଥା କରାଯାଇ ନାହିଁ। ବିଲ୍ ଏବଂ କ୍ୟାବିନେଟ୍ ସ୍ମାରକପତ୍ରର ଯାଞ୍ଚ ପାଇଁ ଉଚ୍ଚଶିକ୍ଷା ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ସହିତ ପରାମର୍ଶ କରି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ କଲ୍ୟାଣ ବିଭାଗ ଏ ସମ୍ପର୍କରେ ଅବଗତ ଅଛନ୍ତି। ଉଚ୍ଚଶିକ୍ଷା ବିଭାଗ ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ମତାମତ ପାଇବା ପରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ କଲ୍ୟାଣ ବିଭାଗ ୨୦୧୫ ଜୁଲାଇ ୧୩ରେ କ୍ୟାବିନେଟ୍ ସ୍ମାରକ ପତ୍ର ସହିତ ଡ୍ରାଫ୍ଟ ବିଲ୍ ଦାଖଲ କରିଛି, ଯାହା ସହିତ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ସିଟ୍ ସଂରକ୍ଷଣ ପାଇଁ ଅନୁସୂଚିତ ଜନଜାତି ପାଇଁ ୨୨.୫୦%, ଅନୁସୂଚିତ ଜାତି ପାଇଁ ୧୬.୨୫% ଏବଂ ସୁପ୍ରିମକୋର୍ଟର ୨୦୦୬ ଅକ୍ଟୋବର ୧୯ ତାରିଖ ବିଚାର ଅନୁଯାୟୀ ଧାର୍ଯ୍ୟ ଅନୁଯାୟୀ ଏସଇବିସି ଛାତ୍ରୀଛାତ୍ରମାନଙ୍କ ପାଇଁ ୧୧.୨୫% ସମୁଦାୟ ସଂରକ୍ଷଣକୁ ୫୦% ରେ ସୀମିତ ରଖିଛି। ଆଇନ ବିଭାଗ ୨୦୧୭ ଜୁନ ୫ ତାରିଖରେ ଡ୍ରାଫ୍ଟ ମେମୋରାଣ୍ଡମ୍ ଯାଞ୍ଚ କରିଛି ବୋଲି ମନ୍ତ୍ରୀ କହିଛନ୍ତି।
The post ଶିକ୍ଷାନୁଷ୍ଠାନରେ ସଂରକ୍ଷଣ ବ୍ୟବସ୍ଥା ଆଇନ ପ୍ରଣୟନ ଦ୍ୱାରା ହୋଇପାରିବ: ମନ୍ତ୍ରୀ ନିତ୍ୟାନନ୍ଦ appeared first on Dharitri Odia News.