ବବି, ପାଣ୍ଡିଆନଙ୍କୁ ନେଇ ବିସ୍ଫୋରକ ବୟାନ ଦେଲେ ମମତା ମହନ୍ତ : ଧନୀ ଜିଲାରେ …
ଭୁବନେଶ୍ୱର,୮।୩: କାହା ପାଇଁ ରାଜା ଚକ୍ର ପାୱାରଫୁଲ। ବିସ୍ଫୋରକ ମନ୍ତବ୍ୟ ଦେଲେ ଭାଜପା ଏମ୍ପି ମମତା ମାହନ୍ତ। ସେ କହିଛନ୍ତି, ପାଣ୍ଡିଆନ ଓ ବବି ଯୋଗୁ ପାୱାରଫୁଲ ଥିଲେ ରାଜା ଚକ୍ର। ୨୪ ବର୍ଷର ଶାସନରେ ସବୁଠି ମାଫିଆଙ୍କ ଦବଦବା ଥିଲା। ଧନୀଜିଲା କେନ୍ଦୁଝରରେ ସବୁଠୁ ପ୍ରଭାବଶାଳୀ ଥିଲେ ରାଜା ଚକ୍ର। କେନ୍ଦୁଝର ଗନ୍ଧମାର୍ଦ୍ଦନ ଓଏମସି ଖଣିରେ ଲୋଡିଂ ଦାୟିତ୍ୱ ନେଇଥିବା ବେଳେ କୋଟି ଟଙ୍କା ହେରଫେର ଅଭିଯୋଗ ହୋଇଥିଲା। କିଛି ଦିନ ପୂର୍ବରୁ ଶୁଆକାଟି ସ୍ଥିତ […] The post ବବି, ପାଣ୍ଡିଆନଙ୍କୁ ନେଇ ବିସ୍ଫୋରକ ବୟାନ ଦେଲେ ମମତା ମହନ୍ତ : ଧନୀ ଜିଲାରେ … appeared first on Dharitri Odia News.
ଭୁବନେଶ୍ୱର,୮।୩: କାହା ପାଇଁ ରାଜା ଚକ୍ର ପାୱାରଫୁଲ। ବିସ୍ଫୋରକ ମନ୍ତବ୍ୟ ଦେଲେ ଭାଜପା ଏମ୍ପି ମମତା ମାହନ୍ତ। ସେ କହିଛନ୍ତି, ପାଣ୍ଡିଆନ ଓ ବବି ଯୋଗୁ ପାୱାରଫୁଲ ଥିଲେ ରାଜା ଚକ୍ର। ୨୪ ବର୍ଷର ଶାସନରେ ସବୁଠି ମାଫିଆଙ୍କ ଦବଦବା ଥିଲା। ଧନୀଜିଲା କେନ୍ଦୁଝରରେ ସବୁଠୁ ପ୍ରଭାବଶାଳୀ ଥିଲେ ରାଜା ଚକ୍ର।
କେନ୍ଦୁଝର ଗନ୍ଧମାର୍ଦ୍ଦନ ଓଏମସି ଖଣିରେ ଲୋଡିଂ ଦାୟିତ୍ୱ ନେଇଥିବା ବେଳେ କୋଟି ଟଙ୍କା ହେରଫେର ଅଭିଯୋଗ ହୋଇଥିଲା। କିଛି ଦିନ ପୂର୍ବରୁ ଶୁଆକାଟି ସ୍ଥିତ ଲୋଡିିଙ୍ଗ ଏଜେନ୍ସି କାର୍ୟ୍ୟାଳୟରେ EOW ପକ୍ଷରୁ ଚଢାଉ ହୋଇଥିଲା । ସେ ସମୟରେ ଏଜେନ୍ସି ସଭାପତି ଏବଂ ସମ୍ପାଦକଙ୍କୁ EOW ଅଧିକାରୀ ଉଠାଇ ନେଇ ପଳାଇଥିଲେ । ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମଧ୍ୟ ଜବତ ହୋଇଥିଲା । ପରେ ଖୋଲତାଡ଼ କରିବାରୁ ଏଥିରେ ପ୍ରାୟ ୫୦୦ କୋଟି ଟଙ୍କା ହେରଫେର ହୋଇଥିବା EOW ଜାଣିବାକୁ ପାଇଛି। ଏହି ସଂସ୍ଥା ସହ ଜଡ଼ିତ ୯ ଜଣଙ୍କୁ EOWରେ ହାଜର ହେବାକୁ ନୋଟିସ କରିଥିଲା ସେ ମଧ୍ୟରେ ରାଜ୍ୟ ଯୁବ ବିଜେଡି ଉପସଭାପତି ରାଜା ଚକ୍ରଙ୍କ ନାଁ ଥିଲା । ରାଜା ଚକ୍ର ଭୁବନେଶ୍ୱର ଅଫିସରେ ହାଜର ହୋଇଛନ୍ତି ।
The post ବବି, ପାଣ୍ଡିଆନଙ୍କୁ ନେଇ ବିସ୍ଫୋରକ ବୟାନ ଦେଲେ ମମତା ମହନ୍ତ : ଧନୀ ଜିଲାରେ … appeared first on Dharitri Odia News.