ଉତ୍ତର ପ୍ରଦେଶ ଶୁଟର୍‌ଙ୍କୁ କାହିଁକି ଦିଆଯାଇଥିଲା ବାବା ସିଦ୍ଧକିଙ୍କ ସୁପାରୀ? ହେଲା ବଡ଼ ଖୁଲାସା

ମୁମ୍ବାଇ,୧୯।୧୦: ବାବା ସିଦ୍ଧକି ହତ୍ୟାକାଣ୍ଡର ଅଭିଯୁକ୍ତଙ୍କୁ ପଚରାଉଚରା କରିବା ସମୟରେ ବଡ଼ ଖୁଲାସା ହୋଇଛି। କେଉଁ କାରଣରୁ ଏହି ସୁପାରି ୟୁପି ଶୁଟର୍‌ଙ୍କୁ ଦିଆଯାଇଥିଲା ସେ ନେଇ ଜଣେ ଅଭିଯୁକ୍ତ କହିଛନ୍ତି। ତାଙ୍କ କହିବା ମୁତାବକ ସେ ବାବା ସିଦ୍ଧକିଙ୍କ ବ୍ୟକ୍ତିତ୍ୱ ବିଷୟରେ ଅଜଣା ଥିଲେ। ଏପରିକି ହତ୍ୟାକାଣ୍ଡ ପରେ କେଉଁଭଳି ପ୍ରତିକ୍ରିୟା ପ୍ରକାଶ ପାଇବ ସେନେଇ ଅନଭିଜ୍ଞ ଥିଲେ। ଅଭିଯୁକ୍ତ କହିଛନ୍ତି ଯେ ସିଦ୍ଧକିଙ୍କ ସୁପାରୀ ଲାଗି ୧ କୋଟି ଟଙ୍କା ମାଗିଥିଲେ। ହେଲେ ଶୁଭମ […] The post ଉତ୍ତର ପ୍ରଦେଶ ଶୁଟର୍‌ଙ୍କୁ କାହିଁକି ଦିଆଯାଇଥିଲା ବାବା ସିଦ୍ଧକିଙ୍କ ସୁପାରୀ? ହେଲା ବଡ଼ ଖୁଲାସା appeared first on Dharitri Odia News.

ଉତ୍ତର ପ୍ରଦେଶ ଶୁଟର୍‌ଙ୍କୁ କାହିଁକି ଦିଆଯାଇଥିଲା ବାବା ସିଦ୍ଧକିଙ୍କ ସୁପାରୀ? ହେଲା ବଡ଼ ଖୁଲାସା

ମୁମ୍ବାଇ,୧୯।୧୦: ବାବା ସିଦ୍ଧକି ହତ୍ୟାକାଣ୍ଡର ଅଭିଯୁକ୍ତଙ୍କୁ ପଚରାଉଚରା କରିବା ସମୟରେ ବଡ଼ ଖୁଲାସା ହୋଇଛି। କେଉଁ କାରଣରୁ ଏହି ସୁପାରି ୟୁପି ଶୁଟର୍‌ଙ୍କୁ ଦିଆଯାଇଥିଲା ସେ ନେଇ ଜଣେ ଅଭିଯୁକ୍ତ କହିଛନ୍ତି। ତାଙ୍କ କହିବା ମୁତାବକ ସେ ବାବା ସିଦ୍ଧକିଙ୍କ ବ୍ୟକ୍ତିତ୍ୱ ବିଷୟରେ ଅଜଣା ଥିଲେ। ଏପରିକି ହତ୍ୟାକାଣ୍ଡ ପରେ କେଉଁଭଳି ପ୍ରତିକ୍ରିୟା ପ୍ରକାଶ ପାଇବ ସେନେଇ ଅନଭିଜ୍ଞ ଥିଲେ।

ଅଭିଯୁକ୍ତ କହିଛନ୍ତି ଯେ ସିଦ୍ଧକିଙ୍କ ସୁପାରୀ ଲାଗି ୧ କୋଟି ଟଙ୍କା ମାଗିଥିଲେ। ହେଲେ ଶୁଭମ ଲୋନକର ବହୁତ ଟଙ୍କା କହି ମନା କରିଥିଲେ। କାରଣ ସେ ଭଲଭାବେ ଜାଣିଥିଲେ ଉତ୍ତର ପ୍ରଦେଶ ଲୋକଙ୍କୁ ସିଦ୍ଧକିଙ୍କ ବିଷୟରେ ସେମିତି କିଛି ଜଣାନାହିଁ। ଏଣୁ କମ୍‌ ଟଙ୍କାରେ ସେମାନେ ଏହି କାମକୁ ସହଜରେ କରିବାକୁ ରାଜି ହୋଇଯିବେ। ପନଓ୍ବେଲ ଏବଂ କଲ୍ୟାଣ ଡୋବିବଲି ଶୁଟର୍ସମାନଙ୍କ ସହ ଡିଲ୍‌ ମହଙ୍ଗା ହେବା ଯୋଗୁ ବାତିଲ ହେବା ପରେ ସୁପାରୀକୁ ଉତ୍ତର ପ୍ରଦେଶ ଶୁଟର୍ସଙ୍କୁ ଦିଆଯାଇଥିଲା। ଏଥିଲାଭି ଧର୍ମରାଜ କଶ୍ୟପ, ଗୁରନେଲ ସିଂହ ଏବଂ ଶିବକୁମାର ଗୌତମଙ୍କୁ ବଛାଯାଇଥିଲା।

The post ଉତ୍ତର ପ୍ରଦେଶ ଶୁଟର୍‌ଙ୍କୁ କାହିଁକି ଦିଆଯାଇଥିଲା ବାବା ସିଦ୍ଧକିଙ୍କ ସୁପାରୀ? ହେଲା ବଡ଼ ଖୁଲାସା appeared first on Dharitri Odia News.