ରେମାଲ ତାଣ୍ଡବ: ଚାଲିଗଲା ୧୦ ଜୀବନ

ଢାକା/କୋଲକାତା,୨୮ା୫:ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ରେମାଲ ରବିବାର ରାତିରେ ସ୍ଥଳଭାଗ ଛୁଇଁବା ପରେ ପଶ୍ଚିମବଙ୍ଗ ଏବଂ ବାଂଲାଦେଶରେ ତାଣ୍ଡବ ରଚିଛି। ବାତ୍ୟାରେ କାନ୍ଥ ଓ ଗଛଡାଳ ପଡ଼ି ପଶ୍ଚିମବଙ୍ଗରେ ୨ ଜଣ ଏବଂ ବାଂଲାଦେଶରେ ୮ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ବ୍ୟାପକ କ୍ଷୟକ୍ଷତି ହୋଇଛି। ପଶ୍ଚିମବଙ୍ଗରେ ୧୫ ହଜାରରୁ ଊର୍ଦ୍ଧ୍ୱ ଘର ଭାଙ୍ଗିଥିବାବେଳେ ବହୁ ଲୋକ ପ୍ରଭାବିତ ହୋଇଛନ୍ତି। ସେହିପରି ପଡୋଶୀ ଦେଶରେ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ଯୋଗୁ ୧୫ ନିୟୁତ ଲୋକ ଅନ୍ଧାରରେ ରହିଛନ୍ତି। ରବିବାର ରାତି […] The post ରେମାଲ ତାଣ୍ଡବ: ଚାଲିଗଲା ୧୦ ଜୀବନ appeared first on Dharitri Odia News.

ରେମାଲ ତାଣ୍ଡବ: ଚାଲିଗଲା ୧୦ ଜୀବନ

ଢାକା/କୋଲକାତା,୨୮ା୫:ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ରେମାଲ ରବିବାର ରାତିରେ ସ୍ଥଳଭାଗ ଛୁଇଁବା ପରେ ପଶ୍ଚିମବଙ୍ଗ ଏବଂ ବାଂଲାଦେଶରେ ତାଣ୍ଡବ ରଚିଛି। ବାତ୍ୟାରେ କାନ୍ଥ ଓ ଗଛଡାଳ ପଡ଼ି ପଶ୍ଚିମବଙ୍ଗରେ ୨ ଜଣ ଏବଂ ବାଂଲାଦେଶରେ ୮ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ବ୍ୟାପକ କ୍ଷୟକ୍ଷତି ହୋଇଛି। ପଶ୍ଚିମବଙ୍ଗରେ ୧୫ ହଜାରରୁ ଊର୍ଦ୍ଧ୍ୱ ଘର ଭାଙ୍ଗିଥିବାବେଳେ ବହୁ ଲୋକ ପ୍ରଭାବିତ ହୋଇଛନ୍ତି। ସେହିପରି ପଡୋଶୀ ଦେଶରେ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ଯୋଗୁ ୧୫ ନିୟୁତ ଲୋକ ଅନ୍ଧାରରେ ରହିଛନ୍ତି।
ରବିବାର ରାତି ୮ଟା ୩୦ରୁ ବାତ୍ୟାର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ପଶ୍ଚିମବଙ୍ଗର ସାଗରଦ୍ୱୀପ ଏବଂ ବାଂଲାଦେଶର ଖେପୁପରା ମଧ୍ୟରେ ଏହା ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ୧୨୦ କିଲୋମିଟର ଏବଂ ସର୍ବାଧିକ ୧୩୫ କିଲୋମିଟର ରହିଥିଲା। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବାତ୍ୟାସ୍ଥିତି ଅନୁଧ୍ୟାନ କରିବା ପରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା କହିଛନ୍ତି। ଲୋକଙ୍କ ନିରାପତ୍ତା ସୁନିଶ୍ଚିତ କରିବା ପାଇଁ ସରକାରୀ କଳ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା ବୋଲି ସେ ଏକ୍ସ’ରେ ଲେଖିଛନ୍ତି। ଉପକୂଳ ଅଞ୍ଚଳରୁ ୨ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ୧,୪୩୮ ନିରାପଦ ଆଶ୍ରୟସ୍ଥଳରେ ରଖାଯାଇଥିଲା। କୋଲକାତା ବିମାନବନ୍ଦରରେ ବିମାନ ଚଳାଚଳ ୨୧ ଘଣ୍ଟା ପାଇଁ ବନ୍ଦ ରହିଥିଲା। ବାତ୍ୟା ସାଙ୍ଗକୁ ପ୍ରବଳ ବର୍ଷା ଯୋଗୁ ବହୁ ଅଞ୍ଚଳ ଜଳାର୍ଣ୍ଣବ ହୋଇଛି।
ବାତ୍ୟା ପ୍ରଭାବରେ ବାଂଲାଦେଶର ବରିଶଲ, ଭୋଲା, ପତୁଆଖାଲି, ସାତଖିରା ଏବଂ ଚଟ୍ଟୋଗ୍ରାମ କ୍ଷତିଗ୍ରସ୍ତ ହୋଇଛି। ପତୁଆଖାଲି ଏବଂ ସାତଖିରାରେ ଜଣେ ଲେଖାଏ ପ୍ରାଣ ହରାଇଥିବାବେଳେ ବରିଶଲ, ଭୋଲା ଏବଂ ଚଟ୍ଟୋଗ୍ରାମରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ମୋଙ୍ଗଲାରେ ଏକ ଟ୍ରଲର ବୁଡ଼ିଯିବାରେ ଜଣେ ପିଲା ସମେତ ୨ ଜଣ ନିଖୋଜ ଅଛନ୍ତି। ପ୍ରବଳ ବର୍ଷା ସାଙ୍ଗକୁ ସମୁଦ୍ରରେ ୫ରୁ ୬ ଫୁଟ୍‌ ଉଚ୍ଚର ଜୁଆର ଆସି ଉପକୂଳ ଅଞ୍ଚଳରେ ବହୁ କ୍ଷତି ଘଟାଇଛି।

The post ରେମାଲ ତାଣ୍ଡବ: ଚାଲିଗଲା ୧୦ ଜୀବନ appeared first on Dharitri Odia News.