ଜମ୍ମୁ ସୀମାରେ ପାକିସ୍ତାନ ରେଞ୍ଜର୍ସଙ୍କ ଗୁଳିମାଡ଼, କଡ଼ା ଜବାବ ଦେଲା ଭାରତୀୟ ସେନା
ନୂଆଦିଲ୍ଲୀ,୧୪ା୨: ଜମ୍ମୁ ଅନ୍ତର୍ଜାତୀୟ ସୀମାରେ ପାକିସ୍ତାନ ରେଞ୍ଜର୍ସ ଜମ୍ମୁର ମାକୱାଲ ଅଞ୍ଚଳରେ ପାକିସ୍ତାନ ରେଞ୍ଜର୍ସ ସୀମା ସୁରକ୍ଷା ବଳ ପୋଷ୍ଟରେ ଗୁଳି ଚଳାଇବାରୁ ଦୁଇ ପକ୍ଷ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ପାକିସ୍ତାନୀ ସେନାର ଏଭଳି ତୁମୁଳ କାଣ୍ଡର ଜବାବ ବିଏସଏଫ ମଧ୍ୟ କଡ଼ା ଜବାବ ଦେଇଛି। ପାକିସ୍ତାନର ୧୩ ଟି ଚେନାବ ରେଞ୍ଜର୍ସ ବିଏସଏଫ (ବର୍ଡର ଆଉଟପୋଷ୍ଟ) କୁ ଟାର୍ଗେଟ କରି ପାକିସ୍ତାନୀ ସୈନିକମାନେ ନିଜ ଅଞ୍ଚଳରୁ ଭାରତ ପକ୍ଷକୁ ଗୁଳି ଚଳାଇଥିଲେ। ସବିଶେଷ ଖବର […] The post ଜମ୍ମୁ ସୀମାରେ ପାକିସ୍ତାନ ରେଞ୍ଜର୍ସଙ୍କ ଗୁଳିମାଡ଼, କଡ଼ା ଜବାବ ଦେଲା ଭାରତୀୟ ସେନା appeared first on Dharitri Odia News.
ନୂଆଦିଲ୍ଲୀ,୧୪ା୨: ଜମ୍ମୁ ଅନ୍ତର୍ଜାତୀୟ ସୀମାରେ ପାକିସ୍ତାନ ରେଞ୍ଜର୍ସ ଜମ୍ମୁର ମାକୱାଲ ଅଞ୍ଚଳରେ ପାକିସ୍ତାନ ରେଞ୍ଜର୍ସ ସୀମା ସୁରକ୍ଷା ବଳ ପୋଷ୍ଟରେ ଗୁଳି ଚଳାଇବାରୁ ଦୁଇ ପକ୍ଷ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ପାକିସ୍ତାନୀ ସେନାର ଏଭଳି ତୁମୁଳ କାଣ୍ଡର ଜବାବ ବିଏସଏଫ ମଧ୍ୟ କଡ଼ା ଜବାବ ଦେଇଛି।
ପାକିସ୍ତାନର ୧୩ ଟି ଚେନାବ ରେଞ୍ଜର୍ସ ବିଏସଏଫ (ବର୍ଡର ଆଉଟପୋଷ୍ଟ) କୁ ଟାର୍ଗେଟ କରି ପାକିସ୍ତାନୀ ସୈନିକମାନେ ନିଜ ଅଞ୍ଚଳରୁ ଭାରତ ପକ୍ଷକୁ ଗୁଳି ଚଳାଇଥିଲେ। ସବିଶେଷ ଖବର ଅନୁଯାୟୀ ଉଭୟ ପକ୍ଷର ଆକ୍ରମଣ ଏବଂ ପ୍ରତିଜବାବରେ ପରିସ୍ଥିତି ଅସ୍ଥିର ରହିଛି।
ସୀମା ସୁରକ୍ଷା ବାହିନୀର ସୂତ୍ରରୁ ମିଳିଥିବନା ଖବର ଅନୁଯାୟୀ ବୁଧବାର ସନ୍ଧ୍ୟା ପ୍ରାୟ ୫.୪୫ ମିନିଟ ସମୟରେ ପାକିସ୍ତାନ ପକ୍ଷରୁ ଆତର୍କିତ ଗୁଳି ବିନିମୟ ହୋଇଥିଲା। ୨୫ ମିନିଟରୁ ଅଧିକ ସମୟ ଧରି ଉଭୟ ପକ୍ଷ ମଧ୍ୟରେ ପ୍ରବଳ ଗୁଳି ବିନିମୟ ହୋଇଥିଲା।
The post ଜମ୍ମୁ ସୀମାରେ ପାକିସ୍ତାନ ରେଞ୍ଜର୍ସଙ୍କ ଗୁଳିମାଡ଼, କଡ଼ା ଜବାବ ଦେଲା ଭାରତୀୟ ସେନା appeared first on Dharitri Odia News.