ରାଜ୍ୟରେ ବନ୍ୟା ସ୍ଥିତି ନାହିଁ, ସଜାଗ ଅଛୁ କହିଲେ ଏସ୍‌ଆର୍‌ସି

ଭୁବନେଶ୍ୱର,୯ା୯: ମାଲକାନଗିରିରେ ପ୍ରବଳ ବର୍ଷା ହୋଇଛି, ଗମନାଗମନ ପ୍ରଭାବିତ ହୋଇଛି। ବର୍ଷା ଲାଗି ରହିବାରୁ ତଳିଆ ଅଞ୍ଚଳରେ ପାଣି ପଶିଯାଇଛି। ତେବେ ମାଲକାନଗିରି ଓ କାଲିମେଳା ବ୍ଲକ ଅଧିକ ପ୍ରଭାବିତ ହୋଇଥିବା ବେଳେ ରାଜ୍ୟରେ ବନ୍ୟା ସ୍ଥିତି ନାହିଁ ବୋଲି କହିଛନ୍ତି ଏସ୍‌ଆର୍‌ସି ଦେଓରଞ୍ଜନ କୁମାର ସିଂ। ସୋମବାର ଏନେଇ ଏକ ସମୀକ୍ଷା ବୈଠକରେ ଏସ୍‌ଆର୍‌ସି ସୂଚନା ଦେଇଛନ୍ତି। ଲଗାଣ ବର୍ଷା ଯୋଗୁ ଫୋକସ୍‌ରେ ମାଲକାନଗିରି ଜିଲା ରହିଛି। ଲୋକଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଓଡ୍ରାଫ୍‌ ଟିମ୍‌ […] The post ରାଜ୍ୟରେ ବନ୍ୟା ସ୍ଥିତି ନାହିଁ, ସଜାଗ ଅଛୁ କହିଲେ ଏସ୍‌ଆର୍‌ସି appeared first on Dharitri Odia News.

ରାଜ୍ୟରେ ବନ୍ୟା ସ୍ଥିତି ନାହିଁ, ସଜାଗ ଅଛୁ କହିଲେ ଏସ୍‌ଆର୍‌ସି

ଭୁବନେଶ୍ୱର,୯ା୯: ମାଲକାନଗିରିରେ ପ୍ରବଳ ବର୍ଷା ହୋଇଛି, ଗମନାଗମନ ପ୍ରଭାବିତ ହୋଇଛି। ବର୍ଷା ଲାଗି ରହିବାରୁ ତଳିଆ ଅଞ୍ଚଳରେ ପାଣି ପଶିଯାଇଛି। ତେବେ ମାଲକାନଗିରି ଓ କାଲିମେଳା ବ୍ଲକ ଅଧିକ ପ୍ରଭାବିତ ହୋଇଥିବା ବେଳେ ରାଜ୍ୟରେ ବନ୍ୟା ସ୍ଥିତି ନାହିଁ ବୋଲି କହିଛନ୍ତି ଏସ୍‌ଆର୍‌ସି ଦେଓରଞ୍ଜନ କୁମାର ସିଂ।

ସୋମବାର ଏନେଇ ଏକ ସମୀକ୍ଷା ବୈଠକରେ ଏସ୍‌ଆର୍‌ସି ସୂଚନା ଦେଇଛନ୍ତି। ଲଗାଣ ବର୍ଷା ଯୋଗୁ ଫୋକସ୍‌ରେ ମାଲକାନଗିରି ଜିଲା ରହିଛି। ଲୋକଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଓଡ୍ରାଫ୍‌ ଟିମ୍‌ ମୁତୟନ ରହିଛନ୍ତି। ଆସନ୍ତାକାଲି ବର୍ଷା ସମ୍ଭାବନା ଥିବାରୁ ସଜାଗ ରହିଛୁ ବୋଲି ଏସ୍‌ଆର୍‌ସି କହିଛନ୍ତି।

ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁ ମାଲକାନଗିରି ଜିଲା ପ୍ରାୟ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ଯାଇଥିବା ଦେଖିବାକୁ ମିଳିଛି। ବିଶେଷକରି ମାଲକାନଗିରି ଜିଲାର ବିଭିନ୍ନ ନଦୀର ଜଳସ୍ରୋତ ବୃଦ୍ଧି ପାଇବାରୁ ନଦୀ ଉପରେ ପ୍ରାୟ ୩ ଫୁଟରୁ ଉଚ୍ଚରେ ବର୍ଷା ଜଳ ପ୍ରବାହିତ ହେବା ଯୋଗୁ ନଦୀର ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିବା ସହ ଯାତାୟାତ ସମ୍ପୂର୍ଣ୍ଣ ଭାବେ ଠପ୍‌ ହୋଇଯାଇଛିା ମାଥିଲି ବ୍ଲକ ପାଙ୍ଗାମ ନଦୀ ଉପରେ ବର୍ଷାଜଳ ପ୍ରବାହିତ ହେଉଥିବା ବେଳେ କାଲିମେଳା ବ୍ଲକ କାଙ୍ଗୁରୁକୋଣ୍ଡା ନଦୀ ଉପରେ ମଧ୍ୟ ପ୍ରାୟ ୪ ଫୁଟର ବର୍ଷାଜଳ ପ୍ରବାହିତ ହେଉଅଛି। ବିଶେଷକରି ପୋଟେରୁ ନଦୀ ପୋଲ ଉପରେ ମଧ୍ୟ ୫ ଫୁଟରୁ ଉଚ୍ଚରେ ବର୍ଷା ଜଳ ପ୍ରବାହିତ ହୋଇ ଗାଁ ଭିତରେ ପଶିଛି। ଯାହାଫଳରେ ପୋଟେରୁ ଗ୍ରାମବାସୀ ଏକ ପ୍ରକାର ଜଳବନ୍ଦୀ ଜୀବନ ବିତାଉଛନ୍ତି। ସେହିପରି ଚିତ୍ରକୋଣ୍ଡା ମଧ୍ୟ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ଯାଇଛି।

The post ରାଜ୍ୟରେ ବନ୍ୟା ସ୍ଥିତି ନାହିଁ, ସଜାଗ ଅଛୁ କହିଲେ ଏସ୍‌ଆର୍‌ସି appeared first on Dharitri Odia News.