ଆଦିତ୍ୟ ଠାକ୍‌ରେଙ୍କ ବିରୋଧରେ ମିଲିନ୍ଦ ଦେଓରାଙ୍କୁ ପ୍ରାର୍ଥୀ କଲା ଶିନ୍ଦେ ଶିବସେନା

ମୁମ୍ବାଇ: ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକ୍‌ରେଙ୍କ ବିରୋଧରେ ନିର୍ବାଚନ ଲଢ଼ିବେ କଂଗ୍ରେସରୁ ଆସି ଏକନାଥ ସିନ୍ଦେଙ୍କ ଶିବସେନାରେ ସାମିଲ୍ ହୋଇଥିବା ବରିଷ୍ଠ ନେତା ମିଲିନ୍ଦ ଦେଓରା। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଶିବସେନା ମିଲିନ୍ଦଙ୍କୁ ମୁମ୍ବାଇର ୱର୍ଲି ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ଘୋଷଣା କରିଛି। ଏହି ଆସନରୁ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ ମଧ୍ୟ ନିର୍ବାଚନ ଲଢ଼ୁଛନ୍ତି। ଆଦିତ୍ୟ ବର୍ତ୍ତମାନ ଓର୍ଲି ଆସନରେ ବିଧାୟକ ଅଛନ୍ତି। ୨୦୧୯ ନିର୍ବାଚନରେ ସେ ଏହି ଆସନରୁ ବିଜୀୟ ହୋଇଥିଲା। ତେଣୁ ୨୦୨୪ରେ ମିଲିନ୍ଦ ତାଙ୍କୁ ଟକ୍କର ଦେଇପାରୁଛନ୍ତି କି ନାହିଁ ତାହା ରୋଚକ ହେବ।ସିନ୍ଦେ ନେତୃତ୍ୱାଧୀନ ଶିବସେନାର ବିଶ୍ୱାସ କରନ୍ତି ଯେ ଦେଓରା ୱର୍ଲି ଆସନରେ ପ୍ରଭାବ ପକାଇପାରିବେ। ସେ ମଧ୍ୟବିତ୍ତ ମହାରାଷ୍ଟ୍ର, ମତ୍ସ୍ୟଜୀବୀ ଏବଂ ଏହି ନିର୍ବାଚନମଣ୍ଡଳୀରେ ରହୁଥିବା ଧନୀ ଶ୍ରେଣୀର ଲୋକଙ୍କୁ ମଧ୍ୟ ଆକର୍ଷିତ କରିପାରିବେ। ଅନ୍ୟପଟେ ମହାରାଷ୍ଟ୍ର ନବ ନିର୍ମାଣ ସେନା ମୁଖ୍ୟ(ଏମଏନଏସ) ମୁଖ୍ୟ ରାଜ ଠାକରେ ସନ୍ଦୀପ ଦେଶପାଣ୍ଡେଙ୍କୁ ଓର୍ଲିରୁ ପ୍ରାର୍ଥୀ କରିଥିବା ବେଳେ ସିନ୍ଦେ ଶିବସେନାଙ୍କ ସହଯୋଗ ମିଳିବ ବୋଲି ଆଶାବାନ୍ଧୀ ବସିଛନ୍ତି। ହେସେ ଶିନ୍ଦେ ଶିବସେନା କିନ୍ତୁ ନିଜ ଦଳରେ ପ୍ରାର୍ଥୀ ସେଠି ମୁକାବିଲା କରନ୍ତୁ ବୋଲି ଚାହୁଁଛନ୍ତି। ସୂଚନା ଥାଉକି ମହାରାଷ୍ଟ୍ରର ୨୮୮ ବିଧାନସଭା ଆସନ ପାଇଁ ନଭେମ୍ବର ୨୦ ତାର

ଆଦିତ୍ୟ ଠାକ୍‌ରେଙ୍କ ବିରୋଧରେ ମିଲିନ୍ଦ ଦେଓରାଙ୍କୁ ପ୍ରାର୍ଥୀ କଲା ଶିନ୍ଦେ ଶିବସେନା

ମୁମ୍ବାଇ: ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକ୍‌ରେଙ୍କ ବିରୋଧରେ ନିର୍ବାଚନ ଲଢ଼ିବେ କଂଗ୍ରେସରୁ ଆସି ଏକନାଥ ସିନ୍ଦେଙ୍କ ଶିବସେନାରେ ସାମିଲ୍ ହୋଇଥିବା ବରିଷ୍ଠ ନେତା ମିଲିନ୍ଦ ଦେଓରା। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଶିବସେନା ମିଲିନ୍ଦଙ୍କୁ ମୁମ୍ବାଇର ୱର୍ଲି ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ଘୋଷଣା କରିଛି। ଏହି ଆସନରୁ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ ମଧ୍ୟ ନିର୍ବାଚନ ଲଢ଼ୁଛନ୍ତି। ଆଦିତ୍ୟ ବର୍ତ୍ତମାନ ଓର୍ଲି ଆସନରେ ବିଧାୟକ ଅଛନ୍ତି। ୨୦୧୯ ନିର୍ବାଚନରେ ସେ ଏହି ଆସନରୁ ବିଜୀୟ ହୋଇଥିଲା। ତେଣୁ ୨୦୨୪ରେ ମିଲିନ୍ଦ ତାଙ୍କୁ ଟକ୍କର ଦେଇପାରୁଛନ୍ତି କି ନାହିଁ ତାହା ରୋଚକ ହେବ।

ସିନ୍ଦେ ନେତୃତ୍ୱାଧୀନ ଶିବସେନାର ବିଶ୍ୱାସ କରନ୍ତି ଯେ ଦେଓରା ୱର୍ଲି ଆସନରେ ପ୍ରଭାବ ପକାଇପାରିବେ। ସେ ମଧ୍ୟବିତ୍ତ ମହାରାଷ୍ଟ୍ର, ମତ୍ସ୍ୟଜୀବୀ ଏବଂ ଏହି ନିର୍ବାଚନମଣ୍ଡଳୀରେ ରହୁଥିବା ଧନୀ ଶ୍ରେଣୀର ଲୋକଙ୍କୁ ମଧ୍ୟ ଆକର୍ଷିତ କରିପାରିବେ। ଅନ୍ୟପଟେ ମହାରାଷ୍ଟ୍ର ନବ ନିର୍ମାଣ ସେନା ମୁଖ୍ୟ(ଏମଏନଏସ) ମୁଖ୍ୟ ରାଜ ଠାକରେ ସନ୍ଦୀପ ଦେଶପାଣ୍ଡେଙ୍କୁ ଓର୍ଲିରୁ ପ୍ରାର୍ଥୀ କରିଥିବା ବେଳେ ସିନ୍ଦେ ଶିବସେନାଙ୍କ ସହଯୋଗ ମିଳିବ ବୋଲି ଆଶାବାନ୍ଧୀ ବସିଛନ୍ତି। ହେସେ ଶିନ୍ଦେ ଶିବସେନା କିନ୍ତୁ ନିଜ ଦଳରେ ପ୍ରାର୍ଥୀ ସେଠି ମୁକାବିଲା କରନ୍ତୁ ବୋଲି ଚାହୁଁଛନ୍ତି। 

ସୂଚନା ଥାଉକି ମହାରାଷ୍ଟ୍ରର ୨୮୮ ବିଧାନସଭା ଆସନ ପାଇଁ ନଭେମ୍ବର ୨୦ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ। ନଭେମ୍ବର ୨୩ ତାରିଖରେ ଭୋଟ ଗଣନା କରାଯିବ।