ଆଦିବାସୀ ଜମି କିଣାବିକା ନିଷ୍ପତ୍ତି ପ୍ରତ୍ୟାହୃତ, ଆରମ୍ଭ ହେବ ‘ଲାଭ’ ଯୋଜନା
ଭୁବନେଶ୍ୱର : ରାଜ୍ୟରେ ଆଦିବାସୀ, ଜନଜାତିଙ୍କ ପାଇଁ ଯୁଗାନ୍ତକାରୀ ପଦକ୍ଷେପ । ଆରମ୍ଭ ହେବ ଲାଭ ଯୋଜନା । ରାଜ୍ୟ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ଲାଭ ହେଉଛି ଲଘୁ ବନଜାତ ଦ୍ରବ୍ଯ କ୍ରୟ ଯୋଜନା । ଜନଜାତି ବହୁଳ ୧୧୯ଟି ବ୍ଲକରେ ଏହି କାର୍ଯ୍ୟକ୍ରମ ଚାଲିବ । ରାଜ୍ଯ ସରକାର କରିବେ ଶତ ପ୍ରତିଶତ ଫଣ୍ଡିଂ । ଏଥିପାଇଁ ଶହେ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ଲାଭ ଯୋଜନାରେ ପ୍ରଥମ […] The post ଆଦିବାସୀ ଜମି କିଣାବିକା ନିଷ୍ପତ୍ତି ପ୍ରତ୍ୟାହୃତ, ଆରମ୍ଭ ହେବ ‘ଲାଭ’ ଯୋଜନା appeared first on KNews Odisha.

ଭୁବନେଶ୍ୱର : ରାଜ୍ୟରେ ଆଦିବାସୀ, ଜନଜାତିଙ୍କ ପାଇଁ ଯୁଗାନ୍ତକାରୀ ପଦକ୍ଷେପ । ଆରମ୍ଭ ହେବ ଲାଭ ଯୋଜନା । ରାଜ୍ୟ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ଲାଭ ହେଉଛି ଲଘୁ ବନଜାତ ଦ୍ରବ୍ଯ କ୍ରୟ ଯୋଜନା । ଜନଜାତି ବହୁଳ ୧୧୯ଟି ବ୍ଲକରେ ଏହି କାର୍ଯ୍ୟକ୍ରମ ଚାଲିବ । ରାଜ୍ଯ ସରକାର କରିବେ ଶତ ପ୍ରତିଶତ ଫଣ୍ଡିଂ । ଏଥିପାଇଁ ଶହେ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ଲାଭ ଯୋଜନାରେ ପ୍ରଥମ ଥର ପାଇଁ ଲଘୁ ବନଜାତ ଦ୍ରବ୍ଯ ଉପରେ ଧାର୍ଯ୍ଯ ହେବ ଏମଏସପି । ପ୍ରତିବର୍ଷ ସର୍ବନିମ୍ନ ସପୋର୍ଟ ପ୍ରାଇସ୍ ନିର୍ଣ୍ଣୟ କରିବେ ସରକାର । ମିଶନ ଶକ୍ତି, ଟିଡିସିସି ସହ ସମନ୍ଵୟରେ ଚାଲିବ ଯୋଜନା ।
ସେହିପରି ଆଦିବାସୀ ଭାଷାର ସଂରକ୍ଷଣ ପାଇଁ ଗଠନ ହେବ କମିଶନ । ଏସମ୍ପର୍କିତ ପ୍ରସ୍ତାବରେ ମୋହର ମାରିଛି ରାଜ୍ୟ କ୍ୟାବିନେଟ୍ । ଟେକ୍ନୋଲୋଜିର ବ୍ଯବହାର କରି ଭାଷାର ପ୍ରଚାର ପ୍ରସାର କରାଯିବ । ୧୬୯ ଜନଜାତିକୁ ଆଦିବାସୀ ମାନ୍ଯତା ପାଇଁ ପୁଣି ଥରେ କେନ୍ଦ୍ରକୁ ସୁପାରିସ ପାଇଁ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ହୋଇଛି । ଅନ୍ୟପଟେ ଆଦିବାସୀ ଜମି କିଣାବିକା ନେଇ ପୂର୍ବ ନିଷ୍ପତ୍ତି ପ୍ରତ୍ୟାହାର କରାଯାଇଛି। ଗତ ନଭେମ୍ବରରେ ଅନୁସୂଚିତ ଜନଜାତି ଜମି ନିୟନ୍ତ୍ରଣ ଆଇନ-୧୯୫୬ର ସଂଶୋଧନ ପ୍ରସ୍ତାବକୁ ଅନୁମୋଦନ ଦେଇଥିଲା ରାଜ୍ୟ କ୍ୟାବିନେଟ୍ । ଆଜି ମୋଟ୍ ୫ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିଛି ।
The post ଆଦିବାସୀ ଜମି କିଣାବିକା ନିଷ୍ପତ୍ତି ପ୍ରତ୍ୟାହୃତ, ଆରମ୍ଭ ହେବ ‘ଲାଭ’ ଯୋଜନା appeared first on KNews Odisha.