୯୦ ବର୍ଷରେ ପାଦ ଥାପିଲା RBI, ୯୦ ଟଙ୍କିଆ କଏନ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ

ଭାରତୀୟ ରିଜର୍ଭ ବ୍ୟାଙ୍କର ୯୦ ବର୍ଷ ପୂର୍ତ୍ତି । ଏହିଦିନକୁ ସ୍ମରଣୀୟ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୯୦ ଟଙ୍କିଆ କଏନ ଉନ୍ମୋଚନ କରିଛନ୍ତି । ଏହା ଏକ ରୁପା କଏନ । ପ୍ରଧାନମନ୍ତ୍ରୀ X ଆକାଉଣ୍ଟରେ କଏନ ଜାରି କରି ସୂଚନା ଦେଇଛନ୍ତି । ସଂପୂର୍ଣ୍ଣ ରୁପାରେ ପ୍ରସ୍ତୁତ ୯୦ ଟଙ୍କିଆ କଏନର ଓଜନ ୪୦ ଗ୍ରାମ । ଆରବିଆର ସ୍ୱତନ୍ତ୍ର ଦିବସ ଅବସରରେ ମୁମ୍ବାଇରେ ଆୟୋଜିତ ଏକ କାର୍ଯ୍ୟକ୍ରମର ଏହି କଏନ ଉନ୍ମୋଚନ […] The post ୯୦ ବର୍ଷରେ ପାଦ ଥାପିଲା RBI, ୯୦ ଟଙ୍କିଆ କଏନ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ appeared first on KNews Odisha.

୯୦ ବର୍ଷରେ ପାଦ ଥାପିଲା RBI, ୯୦ ଟଙ୍କିଆ କଏନ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ
90 coin

ଭାରତୀୟ ରିଜର୍ଭ ବ୍ୟାଙ୍କର ୯୦ ବର୍ଷ ପୂର୍ତ୍ତି । ଏହିଦିନକୁ ସ୍ମରଣୀୟ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୯୦ ଟଙ୍କିଆ କଏନ ଉନ୍ମୋଚନ କରିଛନ୍ତି । ଏହା ଏକ ରୁପା କଏନ । ପ୍ରଧାନମନ୍ତ୍ରୀ X ଆକାଉଣ୍ଟରେ କଏନ ଜାରି କରି ସୂଚନା ଦେଇଛନ୍ତି ।

ସଂପୂର୍ଣ୍ଣ ରୁପାରେ ପ୍ରସ୍ତୁତ ୯୦ ଟଙ୍କିଆ କଏନର ଓଜନ ୪୦ ଗ୍ରାମ । ଆରବିଆର ସ୍ୱତନ୍ତ୍ର ଦିବସ ଅବସରରେ ମୁମ୍ବାଇରେ ଆୟୋଜିତ ଏକ କାର୍ଯ୍ୟକ୍ରମର ଏହି କଏନ ଉନ୍ମୋଚନ ହୋଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶର ଆର୍ଥିକ ପ୍ରଗତିରେ ଆରବିଆଇର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ । ୨୦୧୪ରେ ସାରା ଦେଶରେ ବ୍ୟାଙ୍କିଂ ବ୍ୟବସ୍ଥା ଅତି ଦୁର୍ବଳ ଥିଲା । ଆର୍ଥିକ ଭବିଷ୍ୟତକୁ ବ୍ୟାଙ୍କିଂ ବ୍ୟବସ୍ଥା ନିଶ୍ଚିତ କରିପାରୁନଥିଲା । ଏବେ କିନ୍ତୁ ସ୍ଥିତିରେ ଅନେକ ପ୍ରଗତି ହୋଇଛି ।
ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଯୋଗ ଦେଇଥିଲେ ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ନୂଆ ସଂସଦ ଭବନ ଉଦ୍‌ଘାଟନ ସମୟରେ ୭୫ ଟଙ୍କିଆ କଏନ ଜାରି କରାଯାଇଥିଲା । ସେହିପରି ପ୍ରଧାନମନ୍ତ୍ରୀଙ୍କ ମନ କି ବାତର ୧୦୦ ତମ ଏପିସୋଡ ଅବସରରେ ୧୦୦ ଟଙ୍କିଆ କଏନ ମଧ୍ୟ ଜାରି ହୋଇଥିଲା । କିନ୍ତୁ ଏହି କଏନକୁ ସାଧାରଣରେ ବ୍ୟବହାର କରିପାରିବେ ନାହିଁ ।

ଆରବିଆଇର ସ୍ଥାପନା ୧୯୩୪ ମସିହା ଏପ୍ରିଲ ୧ ତାରିଖରେ ହୋଇଥିଲା । ଏହାର ହେଡ କ୍ୱାର୍ଟର କୋଲକତାରେ ରହିଥିଲା । କିନ୍ତୁ ଏହାର ୪ ବର୍ଷ ପରେ ମୁମ୍ବାଇକୁ ସ୍ଥାନାନ୍ତର କରାଯାଇଥିଲା । ଆରବିଆର ୯୦ ବର୍ଷ ମଧ୍ୟରେ ୨୬ ଗଭର୍ଣ୍ଣର ହୋଇସାରିଛନ୍ତି । ଏବେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ରହିଛନ୍ତି ।

The post ୯୦ ବର୍ଷରେ ପାଦ ଥାପିଲା RBI, ୯୦ ଟଙ୍କିଆ କଏନ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ appeared first on KNews Odisha.