‘ଏକ ହୈ ତୋ ସେଫ୍ ହୈ’ ନାରାକୁ ନେଇ ବିଜେପି ଉପରେ ବର୍ଷିଲେ ରାହୁଲ ଗାନ୍ଧି; ପ୍ରଶ୍ନ କଲେ କୁହ ‘କିଏ ଜଣେ-କିଏ ସୁରକ୍ଷିତ’
ନୂଆଦିଲ୍ଲୀ: ନଭେମ୍ବର ୨୦ ତାରିଖରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ । ମତଦାନର ୪୮ ଘଣ୍ଟା ପୂର୍ବରୁ ଅର୍ଥାତ୍ ସୋମବାର ସଂଧ୍ୟାରେ ଥମିବ ନିର୍ବାଚନୀ ପ୍ରଚାର । ତେବେ ଶେଷ ପର୍ଯ୍ୟାୟରେ ଭାରତୀୟ ଜନତା ପାର୍ଟିକୁ ଟାର୍ଗେଟ୍ କରିଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧି । ସୋମବାର ଧରବୀ ପ୍ରକଳ୍ପକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମହାରାଷ୍ଟ୍ର ସରକାରଙ୍କ ଉପରେ ବର୍ଷିଛନ୍ତି । ସାମ୍ବାଦିକ ସମ୍ମିଳନୀ ବେଳେ ଏକ ଟ୍ରେଜେରୀ ସମସ୍ତଙ୍କ ସମ୍ନାରେ ରଖିଥିଲେ । ଏଥିରେ ଏକ ଲେଖାଯାଇଥିଲା ‘ଏକ ହୈ ତୋ ସେଫ ହୈ’ । ଟ୍ରେଜେରୀ ବାକ୍ସ ଭିତରରୁ ଦୁଇ ପୋଷ୍ଟର ବାହାର କରିଥିଲେ । ଗୋଟିଏ ପୋଷ୍ଟରରେ ଶିଳ୍ପପତି ଗୌତମ ଆଦାନୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ଏବଂ ଅନ୍ୟଏକ ପୋଷ୍ଟରରେ ଧରାବୀ ପ୍ରକଳ୍ପ ଥିଲା । ଏହାକୁ ଦେଖାଇ ରାହୁଲ ଗାନ୍ଧି କଟାକ୍ଷ କରି କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହା ମହାରାଷ୍ଟ୍ର ପାଇଁ ବଡ଼ ଉପହାର । ସାମ୍ବାଦିକ ସମ୍ମିଳନୀରେ ବିଜେପିର ‘ଏକ ହୈ ତୋ ସେଫ୍ ହୈ’ ନିର୍ବାଚନ ନାରାକୁ ବୁଝାଇଥିଲେ ରାହୁଲ ଗାନ୍ଧି । ଧରାବୀ ପ୍ରକଳ୍ପରେ କ୍ଷତି କେବଳ ଧରାବୀ ଲୋକଙ୍କର ହେବ । ଦେଶର କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ ଏବଂ ଧରବୀ ସହିତ ଜଡ଼ିତ ବ୍ୟକ୍ତିଙ୍କୁ ସବୁ ଦିନ ପାଇଁ ଶେଷ କରିବାକୁ ଉଦ୍ୟମ ଚାଲିଛି ବୋଲି ରାହୁଲ ଗାନ୍ଧି କହିଛନ୍ତି । ଏହା ପୂର୍ବରୁ ବିରୋଧୀ ଦଳ ନେତା କହିଥିଲେ ମହାରାଷ୍ଟ
ନୂଆଦିଲ୍ଲୀ: ନଭେମ୍ବର ୨୦ ତାରିଖରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ । ମତଦାନର ୪୮ ଘଣ୍ଟା ପୂର୍ବରୁ ଅର୍ଥାତ୍ ସୋମବାର ସଂଧ୍ୟାରେ ଥମିବ ନିର୍ବାଚନୀ ପ୍ରଚାର । ତେବେ ଶେଷ ପର୍ଯ୍ୟାୟରେ ଭାରତୀୟ ଜନତା ପାର୍ଟିକୁ ଟାର୍ଗେଟ୍ କରିଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧି । ସୋମବାର ଧରବୀ ପ୍ରକଳ୍ପକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମହାରାଷ୍ଟ୍ର ସରକାରଙ୍କ ଉପରେ ବର୍ଷିଛନ୍ତି । ସାମ୍ବାଦିକ ସମ୍ମିଳନୀ ବେଳେ ଏକ ଟ୍ରେଜେରୀ ସମସ୍ତଙ୍କ ସମ୍ନାରେ ରଖିଥିଲେ । ଏଥିରେ ଏକ ଲେଖାଯାଇଥିଲା ‘ଏକ ହୈ ତୋ ସେଫ ହୈ’ । ଟ୍ରେଜେରୀ ବାକ୍ସ ଭିତରରୁ ଦୁଇ ପୋଷ୍ଟର ବାହାର କରିଥିଲେ । ଗୋଟିଏ ପୋଷ୍ଟରରେ ଶିଳ୍ପପତି ଗୌତମ ଆଦାନୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ଏବଂ ଅନ୍ୟଏକ ପୋଷ୍ଟରରେ ଧରାବୀ ପ୍ରକଳ୍ପ ଥିଲା । ଏହାକୁ ଦେଖାଇ ରାହୁଲ ଗାନ୍ଧି କଟାକ୍ଷ କରି କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହା ମହାରାଷ୍ଟ୍ର ପାଇଁ ବଡ଼ ଉପହାର ।
ସାମ୍ବାଦିକ ସମ୍ମିଳନୀରେ ବିଜେପିର ‘ଏକ ହୈ ତୋ ସେଫ୍ ହୈ’ ନିର୍ବାଚନ ନାରାକୁ ବୁଝାଇଥିଲେ ରାହୁଲ ଗାନ୍ଧି । ଧରାବୀ ପ୍ରକଳ୍ପରେ କ୍ଷତି କେବଳ ଧରାବୀ ଲୋକଙ୍କର ହେବ । ଦେଶର କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ ଏବଂ ଧରବୀ ସହିତ ଜଡ଼ିତ ବ୍ୟକ୍ତିଙ୍କୁ ସବୁ ଦିନ ପାଇଁ ଶେଷ କରିବାକୁ ଉଦ୍ୟମ ଚାଲିଛି ବୋଲି ରାହୁଲ ଗାନ୍ଧି କହିଛନ୍ତି । ଏହା ପୂର୍ବରୁ ବିରୋଧୀ ଦଳ ନେତା କହିଥିଲେ ମହାରାଷ୍ଟ୍ରରେ ଏଥର ନିର୍ବାଚନ ଦୁଇ ବିଚାରଧାରା ମଧ୍ୟରେ ହେଉଛି । ଏହି ନିର୍ବାଚନ ଜଣିଏ ଦୁଇଜଣ ଆରବପତି ଏବଂ ଗରିବ ମଧ୍ୟରେ ହେଉଛି । ଆରବପତି ଚାହୁଁଛନ୍ତି ମୁମ୍ବାଇର ଜମି ସେମାନଙ୍କ ହାତ ଆସୁ । ଧରବୀ ପ୍ରକଳ୍ପ ମାଧ୍ୟମରେ ଆରବପତି ମାନଙ୍କୁ ଏକ ଲକ୍ଷ କୋଟି ଦେବାକୁ ଯୋଜନା ଚାଲିଛି । ମାତ୍ର କଂଗ୍ରେସର ବିଚାର ଏହି ଯୋଜନା ମାଧ୍ୟମରେ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗପତି, ଚାଷୀ, ଗରିବ, ବେରୋଜଗାର, ଯୁବକଙ୍କ ଲାଭ ହେଉ । କଂଗ୍ରେସ ପାର୍ଟି କ୍ଷମତାକୁ ଆସିଲେ ପ୍ରତି ମହିଳାଙ୍କ ବ୍ୟାଙ୍କ ଖାତାରେ ୩ ହଜାର ଟଙ୍କା ଲେଖାଏଁ ଜମା କରାଯିବ ।