ଚିନ୍ତା ବଢ଼ାଉଛି ହାଇଓ୍ବା, ବାଲି ଚୋରା ଚାଲାଣ କରୁଥିବାରୁ ଘଟାଉଛନ୍ତି ଦୁର୍ଘଟଣା

ଭୁବନେଶ୍ବର: ବିଗତ ଦିନରେ ରାଜ୍ୟରେ ହାଇଓ୍ବା ଯୋଗୁ ଘଟୁଥିବା ଦୁର୍ଘଟଣା ଚିନ୍ତାର କାରଣ ପାଲଟିଛି। କେଉଁଠି ରାଜନେତାଙ୍କ ଉପରେ ଚଢ଼ିଯାଉଛି ତ’ କେତେବେଳେ ସାଧାରଣ ଲୋକଙ୍କ ଉପରେ। ଏଭଳି ଅନେକ ଘଟଣା ଏବେ ରାଜ୍ୟବାସୀଙ୍କ ମଧ୍ୟରେ ଆତଙ୍କିତ କରିଛି। ଏମିତିକି ଏବେ ଲୋକଙ୍କୁ ହାଇଓ୍ବା ଦେଖିଲେ ବି ଡର ଲାଗିଲାଣି।ସୂଚନାଥାଉକି, ଚଳିତ ବର୍ଷ ଜାନୁଆରୀରେ ହାଇୱା ଧକ୍କାରେ ଗୋଶାଳା ବିଜେପି ମଣ୍ଡଳ ସଭାପତି ଦେବେନ୍ଦ୍ର ନାୟକ ଓ ବିଜେପି ନେତା ମୁରଲୀଧର ଛୁରିଆଙ୍କ ମୃତ୍ୟୁ ସମସ୍ତଙ୍କୁ ଚକିତ କରିଥିଲା। ସେହିଭଳି ରବିବାର କେ.ବଲାଙ୍ଗ ଥାନା ଜାମୁଡିହି ଟୋଲଗେଟ୍‌‌ ନିକଟରେ ଏକ ହାଇଓ୍ବା ଚା’ ଦୋକାନକୁ ମାଡିଯିବାରୁ ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ପୁରୀ ନିମାପଡ଼ା ସରଦେଇପୁର ଆଇତଳଙ୍ଗ ଦୁର୍ଘଟଣାରେ କାଠ କାରିଗରଙ୍କ ମୃତ୍ୟୁ । ମାର୍ଚ୍ଚ ୨୦ରେ କଟକ ଗୋଶାଳା ଓଭର ବ୍ରିଜ ଉପରେ ମର୍ମନ୍ତୁଦ ଦୁର୍ଘଟଣା, ମଧୁପାଟଣା ଥାନା ଗୋଶାଳା ନିକଟରେ ହାଇଓ୍ବା ସ୍କୁଟିକୁ ଚାପିଦେବା, ଫେବ୍ରୁଆରୀ ୨ରେ ବାଲିପାଟଣାରେ ବୃଦ୍ଧଙ୍କୁ ହାଇୱା ଚାପି ଦେବା, କେନ୍ଦ୍ରାପଡ଼ାର ତିନିମୁହାଣୀ ଛକରେ ହାଇୱା ଧକ୍କାରେ ମହିଳାଙ୍କ ମୃତ୍ୟୁ ଭଳି ଅନେକ ଦୃଷ୍ଟାନ୍ତ ରହିଛି। ଯାହା ଏବେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।ତେବେ ଏନେଇ ରାଜ୍ୟ ଟ୍ରକ୍ ମାଲିକ ସଂଘର ସମ୍ପାଦକ ରବି ନାରାୟଣ ଶତପଥୀ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ହାଇୱା ଗୁଡ଼ିକରେ ବାଲି ଚୋ

ଚିନ୍ତା ବଢ଼ାଉଛି ହାଇଓ୍ବା, ବାଲି ଚୋରା ଚାଲାଣ କରୁଥିବାରୁ ଘଟାଉଛନ୍ତି ଦୁର୍ଘଟଣା

ଭୁବନେଶ୍ବର: ବିଗତ ଦିନରେ ରାଜ୍ୟରେ ହାଇଓ୍ବା ଯୋଗୁ ଘଟୁଥିବା ଦୁର୍ଘଟଣା ଚିନ୍ତାର କାରଣ ପାଲଟିଛି। କେଉଁଠି ରାଜନେତାଙ୍କ ଉପରେ ଚଢ଼ିଯାଉଛି ତ’ କେତେବେଳେ ସାଧାରଣ ଲୋକଙ୍କ ଉପରେ। ଏଭଳି ଅନେକ ଘଟଣା ଏବେ ରାଜ୍ୟବାସୀଙ୍କ ମଧ୍ୟରେ ଆତଙ୍କିତ କରିଛି। ଏମିତିକି ଏବେ ଲୋକଙ୍କୁ ହାଇଓ୍ବା ଦେଖିଲେ ବି ଡର ଲାଗିଲାଣି।

ସୂଚନାଥାଉକି, ଚଳିତ ବର୍ଷ ଜାନୁଆରୀରେ ହାଇୱା ଧକ୍କାରେ ଗୋଶାଳା ବିଜେପି ମଣ୍ଡଳ ସଭାପତି ଦେବେନ୍ଦ୍ର ନାୟକ ଓ ବିଜେପି ନେତା ମୁରଲୀଧର ଛୁରିଆଙ୍କ ମୃତ୍ୟୁ ସମସ୍ତଙ୍କୁ ଚକିତ କରିଥିଲା। ସେହିଭଳି ରବିବାର କେ.ବଲାଙ୍ଗ ଥାନା ଜାମୁଡିହି ଟୋଲଗେଟ୍‌‌ ନିକଟରେ ଏକ ହାଇଓ୍ବା ଚା’ ଦୋକାନକୁ ମାଡିଯିବାରୁ ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଛି। 

ପୁରୀ ନିମାପଡ଼ା ସରଦେଇପୁର ଆଇତଳଙ୍ଗ ଦୁର୍ଘଟଣାରେ କାଠ କାରିଗରଙ୍କ ମୃତ୍ୟୁ । ମାର୍ଚ୍ଚ ୨୦ରେ କଟକ ଗୋଶାଳା ଓଭର ବ୍ରିଜ ଉପରେ ମର୍ମନ୍ତୁଦ ଦୁର୍ଘଟଣା, ମଧୁପାଟଣା ଥାନା ଗୋଶାଳା ନିକଟରେ ହାଇଓ୍ବା ସ୍କୁଟିକୁ ଚାପିଦେବା, ଫେବ୍ରୁଆରୀ ୨ରେ ବାଲିପାଟଣାରେ ବୃଦ୍ଧଙ୍କୁ ହାଇୱା ଚାପି ଦେବା, କେନ୍ଦ୍ରାପଡ଼ାର ତିନିମୁହାଣୀ ଛକରେ ହାଇୱା ଧକ୍କାରେ ମହିଳାଙ୍କ ମୃତ୍ୟୁ ଭଳି ଅନେକ ଦୃଷ୍ଟାନ୍ତ ରହିଛି। ଯାହା ଏବେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।

ତେବେ ଏନେଇ ରାଜ୍ୟ ଟ୍ରକ୍ ମାଲିକ ସଂଘର ସମ୍ପାଦକ ରବି ନାରାୟଣ ଶତପଥୀ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ହାଇୱା ଗୁଡ଼ିକରେ ବାଲି ଚୋରା ଚାଲାଣ ହେଉଛି, ଅନଭିଜ୍ଞ ଡ୍ରାଇଭରମାନଙ୍କ ହାତରେ ଗାଡ଼ିର ଦାୟିତ୍ୱ ଦିଆଯିବା ଏବଂ ରାତିରେ ପରିବହନ ବିଭାଗ ପକ୍ଷରୁ କୌଣସି ପ୍ରକାର ଚେକିଂ କରାଯାଉନଥିବା ହେତୁ ହାଇୱା ଜନିତ ଦୁର୍ଘଟଣାର ହାର ବଢ଼ିଛି।