ଭାଜପା ନେତାଙ୍କ ବିବାଦୀୟ ବୟାନ, ଗୋ’ ହତ୍ୟା କରିବାରୁ ଓ୍ବାୟନାଡରେ ଚାଲିଗଲା ୩୦୦ ଜୀବନ

ନୂଆଦିଲ୍ଲୀ,୫।୮: କେରଳର ୱାୟାନାଡରେ ଗୋଟିଏ ପରେ ଗୋଟିଏ ଭୂସ୍ଖଳନ ହେଉଛି। ଜୁଲାଇ ୩୦ରୁ ଜିଲାର ଅନେକ ସ୍ଥାନରେ ହଜାର ହଜାର ଘର ମାଟିରେ ଧସି ହୋଇଯାଇଛି। ଏପର୍ଯ୍ୟନ୍ତ ୩୮୭ଜଣ ଲୋକ ପ୍ରାଣ ହରାଇଛନ୍ତି। ସେପଟେ ରାଜସ୍ଥାନ ପୂର୍ବତନ ଭାଜପା ବିଧାୟକ ଜ୍ଞାନଦେବ ଆହୁଜାଙ୍କ ବିବାଦୀୟ ବୟାନ ସାମ୍ନାକୁ ଆସିଛି। ଖବର ସରବରାହ ସଂସ୍ଥା ଏଏନଆଇକୁ ସୂଚନା ଦେଇ ଅହୁଜା କହିଛନ୍ତି, କେରଳରେ ଗୋ’ ହତ୍ୟା ହେବାରୁ ଏପରି ଦୁଃଖଦ ଘଟଣା ଦେଖା ଦେଇଛି। ଏଥିସହ ପୂର୍ବତନ ଭାଜପା […] The post ଭାଜପା ନେତାଙ୍କ ବିବାଦୀୟ ବୟାନ, ଗୋ’ ହତ୍ୟା କରିବାରୁ ଓ୍ବାୟନାଡରେ ଚାଲିଗଲା ୩୦୦ ଜୀବନ appeared first on Dharitri Odia News.

ଭାଜପା ନେତାଙ୍କ ବିବାଦୀୟ ବୟାନ, ଗୋ’ ହତ୍ୟା କରିବାରୁ ଓ୍ବାୟନାଡରେ ଚାଲିଗଲା ୩୦୦ ଜୀବନ

ନୂଆଦିଲ୍ଲୀ,୫।୮: କେରଳର ୱାୟାନାଡରେ ଗୋଟିଏ ପରେ ଗୋଟିଏ ଭୂସ୍ଖଳନ ହେଉଛି। ଜୁଲାଇ ୩୦ରୁ ଜିଲାର ଅନେକ ସ୍ଥାନରେ ହଜାର ହଜାର ଘର ମାଟିରେ ଧସି ହୋଇଯାଇଛି। ଏପର୍ଯ୍ୟନ୍ତ ୩୮୭ଜଣ ଲୋକ ପ୍ରାଣ ହରାଇଛନ୍ତି। ସେପଟେ ରାଜସ୍ଥାନ ପୂର୍ବତନ ଭାଜପା ବିଧାୟକ ଜ୍ଞାନଦେବ ଆହୁଜାଙ୍କ ବିବାଦୀୟ ବୟାନ ସାମ୍ନାକୁ ଆସିଛି। ଖବର ସରବରାହ ସଂସ୍ଥା ଏଏନଆଇକୁ ସୂଚନା ଦେଇ ଅହୁଜା କହିଛନ୍ତି, କେରଳରେ ଗୋ’ ହତ୍ୟା ହେବାରୁ ଏପରି ଦୁଃଖଦ ଘଟଣା ଦେଖା ଦେଇଛି।

ଏଥିସହ ପୂର୍ବତନ ଭାଜପା ବିଧାୟକ କହିଛନ୍ତି, ଯେଉଁଠାରେ ଗୋ ମାତାକୁ ହତ୍ୟା କରାଯାଏ, ସେପରି ପରିସ୍ଥିତି ଓ୍ବାୟନାଡ ଭଳି ଘଟିବ। ହିମାଚଳ ପ୍ରଦେଶ, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ବାଦଲ ଫଟା ବର୍ଷା ଏବଂ ଭୂସ୍ଖଳନ ଭଳି ଘଟଣାକୁ ନେଇ ଭାଜପା ନେତା କହିଛନ୍ତି, ୱାୟାନାଡରେ ଯାହା ଘଟିଲା, ସେଥିରେ ଅନେକ ପ୍ରାଣ ହରାଇଛନ୍ତି। ୨୦୧୮ରୁ କେରଳରେ ଏଭଳି ଘଟଣା କ୍ରମାଗତ ଭାବେ ଘଟୁଛି।

ଏସବୁ ଘଟଣା ଗୋ ହତ୍ୟା କରିବାରୁ ଘଟୁଛି ଯାହାକୁ ତୁରନ୍ତ ବନ୍ଦ କରାଯାଉ। ଭାଜପା ବିଧାୟକ ଗୋ ହତ୍ୟାକୁ ନିଷିଦ୍ଧ କରିବାକୁ କେରଳ ସରକାରଙ୍କୁ ଦାବି କରିଛନ୍ତି। ସେ କହିଛନ୍ତି, ଗୋ ହତ୍ୟାକୁ ବନ୍ଦ କରାଯାଉ ନଚେତ ଭବିଷ୍ୟତରେ ଆହୁରି ବିପଜ୍ଜନକ ଘଟଣା ଘଟିପାରେ।

The post ଭାଜପା ନେତାଙ୍କ ବିବାଦୀୟ ବୟାନ, ଗୋ’ ହତ୍ୟା କରିବାରୁ ଓ୍ବାୟନାଡରେ ଚାଲିଗଲା ୩୦୦ ଜୀବନ appeared first on Dharitri Odia News.