‘ଆଦିବାସୀଙ୍କ ଦାବି ପୂରଣ ପ୍ରତି ସରକାର ଗୁରୁତ୍ୱ ଦିଅନ୍ତୁ’

ତୁମୁଡିବନ୍ଧ,୨୯ା୪(ଦିପକ କୁମାର ପରାସେଠ)- କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କୁଇ କୁଳ ସମିତିର ସାଂସ୍କୃତିକ ବାର୍ଷିକ ଉତ୍ସବ ମଙ୍ଗଳବାର ପାଳିତ ହୋଇଛି। ଏଥିରେ ତୁମୁଡିବନ୍ଧ ବ୍ଲକ କୁଇ କୁଳ ସଭାପତି ଯୁବରାଜ ପାଟମାଝି, ସମ୍ପାଦକ ଦଶରଥ ମାଝି ଓ ପଞ୍ଚାୟତସ୍ତରୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ। ଆଦିବାସୀ ତୁମୁଡିବନ୍ଧ ଆମ୍ବେଡକର ଛକଠାରୁ ପାରମ୍ପରିକ ଅସ୍ତ୍ର ଶସ୍ତ୍ର ଧରି ଆଦିବାସୀମାନେ ଶୋଭାଯାତ୍ରାରେ ଆଦିବାସୀ ଭବନଠାରେ ପହଞ୍ଚତ୍ଥିଲେ। ସେଠାରେ ସେମାନେ ପାରମ୍ପରିକ ପୂଜା କରିବା ସହିତ ଶୁଭଖମ୍ବ ସ୍ଥାପନ କରିଥିଲେ। ପରେ […] The post ‘ଆଦିବାସୀଙ୍କ ଦାବି ପୂରଣ ପ୍ରତି ସରକାର ଗୁରୁତ୍ୱ ଦିଅନ୍ତୁ’ appeared first on Dharitri Odia News.

‘ଆଦିବାସୀଙ୍କ ଦାବି ପୂରଣ ପ୍ରତି ସରକାର ଗୁରୁତ୍ୱ ଦିଅନ୍ତୁ’

ତୁମୁଡିବନ୍ଧ,୨୯ା୪(ଦିପକ କୁମାର ପରାସେଠ)- କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କୁଇ କୁଳ ସମିତିର ସାଂସ୍କୃତିକ ବାର୍ଷିକ ଉତ୍ସବ ମଙ୍ଗଳବାର ପାଳିତ ହୋଇଛି। ଏଥିରେ ତୁମୁଡିବନ୍ଧ ବ୍ଲକ କୁଇ କୁଳ ସଭାପତି ଯୁବରାଜ ପାଟମାଝି, ସମ୍ପାଦକ ଦଶରଥ ମାଝି ଓ ପଞ୍ଚାୟତସ୍ତରୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ। ଆଦିବାସୀ ତୁମୁଡିବନ୍ଧ ଆମ୍ବେଡକର ଛକଠାରୁ ପାରମ୍ପରିକ ଅସ୍ତ୍ର ଶସ୍ତ୍ର ଧରି ଆଦିବାସୀମାନେ ଶୋଭାଯାତ୍ରାରେ ଆଦିବାସୀ ଭବନଠାରେ ପହଞ୍ଚତ୍ଥିଲେ। ସେଠାରେ ସେମାନେ ପାରମ୍ପରିକ ପୂଜା କରିବା ସହିତ ଶୁଭଖମ୍ବ ସ୍ଥାପନ କରିଥିଲେ। ପରେ ମୁଖ୍ୟଅତିଥି ବାଲିଗୁଡା ବିଧାୟକ ଚକ୍ରମଣି କହଁର, ମୁଖ୍ୟବକ୍ତା ରୂପେ ତୁମୁଡିବନ୍ଧ ବ୍ଲକ ଅଧ୍ୟକ୍ଷା ବାସନ୍ତି ମାଝି, ସମ୍ମାନିତ ଅତିଥି ଭାବେ ବାଲିଗୁଡା କେନ୍ଦ୍ର ସଭାପତି କ୍ଳେଶ ପ୍ରଧାନ, ପୂର୍ବତନ ବାଲିଗୁଡା କୁଇ କୁଳ ସଭାପତି ମନୋଜ ମଲିକ, ମନୋଜ ମଲିକ, ସମାଜିକ କର୍ମୀ ବୁଲୁ ମଲିକ, ଅବସରପ୍ରାପ୍ତ ଶିକ୍ଷକ ବେଣୁଧର ମାଝି, ଟିଡ଼ିଙ୍ଗା ଜାନୀ, ମୁଣ୍ଡିଗଡ଼ ସରପଞ୍ଚ ଜମିତା ମଲିକ, କରୁକୁଡୁପା ସରପଞ୍ଚ ବିଶେଷଣ ମାଝି, ବିଲାମାଳ ସରପଞ୍ଚ ବବିତା ମାଝଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ। ଆଦିବାସଙ୍କ ସାମାଜିକ ପରିବର୍ତ୍ତନ ଆଣିବାକୁ ହେଲେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଓ କୃଷି କ୍ଷେତ୍ରର ବିକାଶ ଜରୁରୀ ବୋଲି ମୁଖ୍ୟଅତିଥି ବିଧାୟକ କହଁର କହିଥିଲେ। ଅନ୍ୟ ଅତିଥିମାନେ ନିଜ ବକ୍ତବ୍ୟ ରଖି ଆଦିବାସୀମାନଙ୍କ ବିଭିନ୍ନ ଦାବି ପୂରଣରେ ସରକାର ଗୁରୁତ୍ୱ ଦିଅନ୍ତୁ ବୋଲି କହିଥିଲେ।

The post ‘ଆଦିବାସୀଙ୍କ ଦାବି ପୂରଣ ପ୍ରତି ସରକାର ଗୁରୁତ୍ୱ ଦିଅନ୍ତୁ’ appeared first on Dharitri Odia News.