ମାଡି ଆସୁଛି ଭୟଙ୍କର ବିପଦ: ବ୍ୟାପିବ ନୂଆ ମହାମାରୀ, ବୈଜ୍ଞାନିକଙ୍କ ଚେତାବନୀ…

ଓ୍ବାଶିଂଟନ/ପ୍ୟାରିସ,୨୩।୧ : କରୋନା ମହାମାରୀ କବଳରୁ ବିଶ୍ୱ ଏପର୍ଯ୍ୟନ୍ତ ମୁକୁଳି ପାରି ନାହିଁ । ଏବେ ବୈଜ୍ଞାନିକମାନେ ବର୍ତ୍ତମାନ ଏକ ନୂତନ ବିପଜ୍ଜନକ ଭୂତାଣୁ ବିଷୟରେ ଚେତାବନୀ ଦେଇଛନ୍ତି। ସେମାନେ କହିଛନ୍ତି ଏହି ଭୂତାଣୁ ଆର୍କଟିକ ଏବଂ ଅନ୍ୟାନ୍ୟ ସ୍ଥାନରେ ବରଫ ତଳେ ପୋତି ହୋଇ ରହିଛି। ଏହି ବିପଜ୍ଜନକ ଏବଂ ବିନାଶକାରୀ ଭୂତାଣୁର ନାମ ହେଉଛି ଜମ୍ବି ଭାଇରସ । ବ୍ରିଟିଶ ଖବରକାଗଜ ଦି ଗାର୍ଡିଆନ ଏକ ରିପୋର୍ଟ ଅନୁଯାୟୀ ତରଳୁଥିବା ଆର୍କଟିକ ପର୍ମାଫ୍ରୋଷ୍ଟରୁ ‘ଜମ୍ବି […] The post ମାଡି ଆସୁଛି ଭୟଙ୍କର ବିପଦ: ବ୍ୟାପିବ ନୂଆ ମହାମାରୀ, ବୈଜ୍ଞାନିକଙ୍କ ଚେତାବନୀ… appeared first on Dharitri Odia News.

ମାଡି ଆସୁଛି ଭୟଙ୍କର ବିପଦ: ବ୍ୟାପିବ ନୂଆ ମହାମାରୀ, ବୈଜ୍ଞାନିକଙ୍କ ଚେତାବନୀ…

ଓ୍ବାଶିଂଟନ/ପ୍ୟାରିସ,୨୩।୧ : କରୋନା ମହାମାରୀ କବଳରୁ ବିଶ୍ୱ ଏପର୍ଯ୍ୟନ୍ତ ମୁକୁଳି ପାରି ନାହିଁ । ଏବେ ବୈଜ୍ଞାନିକମାନେ ବର୍ତ୍ତମାନ ଏକ ନୂତନ ବିପଜ୍ଜନକ ଭୂତାଣୁ ବିଷୟରେ ଚେତାବନୀ ଦେଇଛନ୍ତି। ସେମାନେ କହିଛନ୍ତି ଏହି ଭୂତାଣୁ ଆର୍କଟିକ ଏବଂ ଅନ୍ୟାନ୍ୟ ସ୍ଥାନରେ ବରଫ ତଳେ ପୋତି ହୋଇ ରହିଛି। ଏହି ବିପଜ୍ଜନକ ଏବଂ ବିନାଶକାରୀ ଭୂତାଣୁର ନାମ ହେଉଛି ଜମ୍ବି ଭାଇରସ ।

ବ୍ରିଟିଶ ଖବରକାଗଜ ଦି ଗାର୍ଡିଆନ ଏକ ରିପୋର୍ଟ ଅନୁଯାୟୀ ତରଳୁଥିବା ଆର୍କଟିକ ପର୍ମାଫ୍ରୋଷ୍ଟରୁ ‘ଜମ୍ବି ଭାଇରସ’ ବାହାରିପାରେ। ଏହି ଭୂତାଣୁ ବିଶ୍ୱରେ ଏକ ବିପଜ୍ଜନକ ସ୍ବାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି କରିପାରେ ବୋଲି ଖବର କାଗଜ ଚେତାବନୀ ଦେଇଛି। ପୃଥିବୀ ପୃଷ୍ଠରେ କିମ୍ବା ବରଫ ତଳେ ସ୍ଥାୟୀ ଭାବରେ ଫ୍ରିଜ ହୋଇଥିବାସ୍ତରକୁ ପର୍ମାଫ୍ରୋଷ୍ଟ କୁହାଯାଏ। ଏହି ସ୍ତରଟି ମାଟି, ଗୋଡି ଏବଂ ବାଲିକୁ ନେଇ ଗଠିତ। ଏହା ସାଧାରଣତଃ ବରଫ ଦ୍ୱାରା ଜମାଟ ବାନ୍ଧି ରହିଥାଏ ।

ଗ୍ଲୋବାଲ ୱାର୍ମିଂ ଯୋଗୁ ତାପମାତ୍ରା ବୃଦ୍ଧି ପାଇ ବରଫ ତରଳିବା ଆରମ୍ଭ କରି ଦେଇଛି, ଯେଉଁ କାରଣରୁ ବିପଦ ବଢ଼ି ଚାଲିଛି। ଗତ ବର୍ଷ ସାଇବେରିଆର ପର୍ମାଫ୍ରୋଷ୍ଟରୁ ନିଆଯାଇଥିବା ନମୁନାରୁ ବୈଜ୍ଞାନିକ ଅନୁସନ୍ଧାନ କରିଥିଲେ ଏବଂ ଆର୍ଟିକରେ ତଳେ ପୋତି ହୋଇଥିବା ଭୂତାଣୁ ବିଷୟରେ କହିଥିଲେ। ବୈଜ୍ଞାନିକଙ୍କ ଅନୁଯାୟୀ, ଆର୍କଟିକରେ ମିଳୁଥିବା ଭୂତାଣୁ ହଜାର ହଜାର ବର୍ଷ ଧରି ଫ୍ରିଜ ହୋଇ ରହିଛନ୍ତି।

ଫ୍ରାନ୍ସର ଆକ୍ସ-ମାର୍ସେଲ ବିଶ୍ୱବିଦ୍ୟାଳୟର ଜେନେଟିକ ଜିନ-ମିସେଲ କ୍ଲେରି କହିଛନ୍ତି ବର୍ତ୍ତମାନ ମହାମାରୀ ବିପଦର ବିଶ୍ଳେଷଣ ଦକ୍ଷିଣ ଅଞ୍ଚଳରେ ସୃଷ୍ଟି ହେଉଥିବା ଏବଂ ଉତ୍ତରରେ ବ୍ୟାପିଥିବା ରୋଗ ଉପରେ ପର୍ଯ୍ୟବେସିତ। ସେ କହିଛନ୍ତି ଉତ୍ତରରେ ଉତ୍ପନ୍ନ ହେଉଥିବା ଏବଂ ଦକ୍ଷିଣରେ ବ୍ୟାପୁଥିବା ରୋଗ ଉପରେ କୌଣସି ଧ୍ୟାନ ଦିଆ ଯାଉନାହିଁ। ସେ କହିଛନ୍ତି ମୁଁ ବିଶ୍ୱାସ କରେ ଏହା ଏକ ଭୁଲ ଅଟେ। ସେ କହିଛନ୍ତି ଉତ୍ତରରେ ବିପଜ୍ଜନକ ଭୂତାଣୁ ବରଫ ତଳେ ଅଛନ୍ତି, ଯାହା ନୂଆ ମହାମାରୀ ଆଣିପାରେ। ଏହି ଭୂତାଣୁ ନମୁନା ୪୮,୫୦୦ ବର୍ଷ ପୁରୁଣା । ଏହା ସଂକ୍ରମଣ କରିବାରେ ସକ୍ଷମ। ଏହା ଜମ୍ବି ଭାଇରସ ହୋଇପାରେ।

The post ମାଡି ଆସୁଛି ଭୟଙ୍କର ବିପଦ: ବ୍ୟାପିବ ନୂଆ ମହାମାରୀ, ବୈଜ୍ଞାନିକଙ୍କ ଚେତାବନୀ… appeared first on Dharitri Odia News.