ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ
ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ ଚୈତ୍ରମାସର ଶେଷ ଦର୍ଶନ ଲାଗି ପ୍ରବଳ ଜନ ସମାଗମ ହୋଇଛି। ଏହି ଶେଷ ପାଳିରେ ଭୋର ସକାଳ ୪.୩୦ ରୁ ମନ୍ଦିର ଦ୍ୱାର ଫିଟା ଯାଇ ପରମ୍ପରା ଅନୁସାରେ ମଙ୍ଗଳ ଆଳତି, ଅବକାଶ, ମାଜଣା, ସୃଙ୍ଗାର, ଅଭିଶେକ ଆଦି ନିତିକାନ୍ତିରେ ବିଭିନ୍ନ ପୂଜାର୍ଚ୍ଚନା କରାଯାଇ ମା’ତାରାତାରିଣୀ ଦୁଇ ଭଉଣୀଙ୍କୁ ଆଦିଶକ୍ତି […] The post ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ appeared first on Dharitri Odia News.
ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ ଚୈତ୍ରମାସର ଶେଷ ଦର୍ଶନ ଲାଗି ପ୍ରବଳ ଜନ ସମାଗମ ହୋଇଛି। ଏହି ଶେଷ ପାଳିରେ ଭୋର ସକାଳ ୪.୩୦ ରୁ ମନ୍ଦିର ଦ୍ୱାର ଫିଟା ଯାଇ ପରମ୍ପରା ଅନୁସାରେ ମଙ୍ଗଳ ଆଳତି, ଅବକାଶ, ମାଜଣା, ସୃଙ୍ଗାର, ଅଭିଶେକ ଆଦି ନିତିକାନ୍ତିରେ ବିଭିନ୍ନ ପୂଜାର୍ଚ୍ଚନା କରାଯାଇ ମା’ତାରାତାରିଣୀ ଦୁଇ ଭଉଣୀଙ୍କୁ ଆଦିଶକ୍ତି ବେଶରେ ସଜ୍ଜିତ କରାଯାଇଥିଲା। ସକାଳ ୬.୩୦ ରେ ସାହାଣ ମେଲା ହୋଇ ମା’ତାରାତାରିଣୀ ଆଦିଶକ୍ତି ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଏହା ସହ ଭୋର ସକାଳ ୪.୩୦ରୁ ମୁଣ୍ଡନ କାର୍ଯ୍ୟ ଆରମ୍ଭ ହୋଇଥିଲା । ପୁରୁଷୋତ୍ତମପୁର ଏସଡିପିଓ ରଜନିକାନ୍ତ ସାମଲ, ଦେବୋତ୍ତର ବିଭାଗିୟ ଛତ୍ରପୁର ସର୍କିଲବିଭାଗୀୟ ଇନ୍ସପେକ୍ଟର ପୁଷ୍ପିତା ବେହେରା, ,ମନ୍ଦିର ନିର୍ବାହୀ ଅଧିକାରୀ ଟିକେ ରେଡି ଓ ପ୍ରଶାନିକ ଅଧିକାରୀମାନେ ଉପସ୍ଥିତ ରହି ଯାତ୍ରା ପରିଚାଳନା କରିଥିଲେ।
The post ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ appeared first on Dharitri Odia News.