ରେଳ ଷ୍ଟେସନ ନିକଟରୁ ୪ ମୃତଦେହ ଉଦ୍ଧାର

କୋଇଡ଼ା: ରେଳ ଧାରଣାରୁ ଉଦ୍ଧାର ହେଲା ୪ ମୃତ ଦେହ I ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଚକ୍ରଧରପୁର ରେଳ ବିଭାଗର ତାଲାବୁରୁ ଏବଂ କେନ୍ଦୋପୋସି ରେଳ ଷ୍ଟେସନ ନିକଟରେ ଏହି ମୃତଦେହ ଠାବ କରାଯାଇଛି । ୪ ମୃତକଙ୍କ ମଧ୍ୟରେ ୨ ଜଣ ଶିଶୁ, ଜଣେ ମହିଳା ଓ ଜଣେ ପୁରୁଷ ରହିଥିବା ସୁଚନା ମିଳିଛି I ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଦେଖାଦେଇଛି I ମୃତଦେହ ଦେଖିବା ପରେ ଟ୍ରାକରେ ରେଳ ଚଳାଚଳ ବନ୍ଦ ରଖା […]

ରେଳ ଷ୍ଟେସନ ନିକଟରୁ ୪ ମୃତଦେହ ଉଦ୍ଧାର
ରେଳ ଷ୍ଟେସନ ନିକଟରୁ ୪ ମୃତଦେହ ଉଦ୍ଧାର

କୋଇଡ଼ା: ରେଳ ଧାରଣାରୁ ଉଦ୍ଧାର ହେଲା ୪ ମୃତ ଦେହ I ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଚକ୍ରଧରପୁର ରେଳ ବିଭାଗର ତାଲାବୁରୁ ଏବଂ କେନ୍ଦୋପୋସି ରେଳ ଷ୍ଟେସନ ନିକଟରେ ଏହି ମୃତଦେହ ଠାବ କରାଯାଇଛି । ୪ ମୃତକଙ୍କ ମଧ୍ୟରେ ୨ ଜଣ ଶିଶୁ, ଜଣେ ମହିଳା ଓ ଜଣେ ପୁରୁଷ ରହିଥିବା ସୁଚନା ମିଳିଛି I ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଦେଖାଦେଇଛି I ମୃତଦେହ ଦେଖିବା ପରେ ଟ୍ରାକରେ ରେଳ ଚଳାଚଳ ବନ୍ଦ ରଖା ଯାଇଛି I

ଶୁକ୍ରବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ଅନୁମାନ କରାଯାଉଛି I ମୃତଦେହ ଗୁଡିକୁ ଖଣ୍ଡ ବିଖଣ୍ଡିତ କରି ଦୁଇଟି ଅଖା ଭିତରେ ସିଲ୍ କରାଯାଇଛି ଓ ଦୁଇ ଶିଶୁଙ୍କୁ ବାହାରେ ପକାଯାଇଛି। ମୃତକ ମାନଙ୍କର ପରିଚୟ ମିଳିପାରି ନଥିବାବେଳେ ଘଟଣାସ୍ଥଳରେ ଡ଼ିଏସପି ରାକେଶ ମିଞ୍ଜ ଓ ରେଳବାଇ ପୋଲିସର ଏକ ଟିମ ଆସି ଘଟଣାର ଅନୁସନ୍ଧାନ କରୁଛନ୍ତି I ଏହା ଏକ ଦୁର୍ଘଟଣା କି ସେମାନଙ୍କୁ ହତ୍ୟା କରାଯାଇ ମୃତଦେହକୁ ଟ୍ରାକରେ ଫୋପାଡ଼ି ଦିଆଯାଇଛି ତାହା ସ୍ପଷ୍ଟ ହୋଇନାହିଁ ।