ଆଧାର-ପ୍ୟାନ୍ ବିଳମ୍ବ ସଂଯୋଗରୁ ୬୦୦ କୋଟିର ରାଜସ୍ବ ସଂଗ୍ରହ
ନୂଆଦିଲ୍ଲୀ,୬।୨: ଭାରତ ସରକାର ଆଧାର ସହିତ ପ୍ୟାନ୍ କାର୍ଡର ବିଳମ୍ବ ସଂଯୋଗରୁ ୬୦୦କୋଟିରୁ ଅଧିକ ଟଙ୍କାର ରାଜସ୍ବ ଜରିମାନା ଆକାରରେ ସଂଗ୍ରହ କରିଛନ୍ତି। ଏପରିକି ଦେଶର ପ୍ରାୟ ୧୧.୪୮ କୋଟି ସ୍ଥାୟୀ ଆକାଉଣ୍ଟ ନମ୍ବର ବାୟୋମେଟ୍ରିକ ପରିଚୟ ସହିତ ଜଡିତ ହୋଇନାହିଁ ବୋଲି ସଂସଦରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଲୋକ ସଭାର ଏକ ଲିଖିତ ଉତ୍ତରରେ ବିସ୍ତୃତ ଭାବେ ଏ ନେଇ ସୂଚନା ଦେଇଛନ୍ତି। ବିଶେଷକରି ଯେଉଁମାନେ ଆଧାର-ପ୍ୟାନ୍ ଲିଙ୍କ୍ କରିନାହାନ୍ତି, ସେମାନଙ୍କଠାରୁ ମୋଟ ୬୦୧.୯୭ […] The post ଆଧାର-ପ୍ୟାନ୍ ବିଳମ୍ବ ସଂଯୋଗରୁ ୬୦୦ କୋଟିର ରାଜସ୍ବ ସଂଗ୍ରହ appeared first on Dharitri Odia News.
ନୂଆଦିଲ୍ଲୀ,୬।୨: ଭାରତ ସରକାର ଆଧାର ସହିତ ପ୍ୟାନ୍ କାର୍ଡର ବିଳମ୍ବ ସଂଯୋଗରୁ ୬୦୦କୋଟିରୁ ଅଧିକ ଟଙ୍କାର ରାଜସ୍ବ ଜରିମାନା ଆକାରରେ ସଂଗ୍ରହ କରିଛନ୍ତି। ଏପରିକି ଦେଶର ପ୍ରାୟ ୧୧.୪୮ କୋଟି ସ୍ଥାୟୀ ଆକାଉଣ୍ଟ ନମ୍ବର ବାୟୋମେଟ୍ରିକ ପରିଚୟ ସହିତ ଜଡିତ ହୋଇନାହିଁ ବୋଲି ସଂସଦରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଲୋକ ସଭାର ଏକ ଲିଖିତ ଉତ୍ତରରେ ବିସ୍ତୃତ ଭାବେ ଏ ନେଇ ସୂଚନା ଦେଇଛନ୍ତି।
ବିଶେଷକରି ଯେଉଁମାନେ ଆଧାର-ପ୍ୟାନ୍ ଲିଙ୍କ୍ କରିନାହାନ୍ତି, ସେମାନଙ୍କଠାରୁ ମୋଟ ୬୦୧.୯୭ କୋଟି ଟଙ୍କା ବିଳମ୍ବ ସଂଯୋଗ ଜରିମାନା ଅର୍ଥ ଆଦାୟ କରାଯାଇଛି। ଏହି ଅର୍ଥ ୨୦୨୩ ଜୁଲାଇ ୧ରୁ ୨୦୨୪ ଜାନୁଆରୀ ୩୧ ମଧ୍ୟରେ ସଂଗ୍ରହ ହୋଇଛି। ଅପରପକ୍ଷରେ ଛାଡ ବର୍ଗକୁ ବାଦ ଦେଇ ଆଧାର ସହିତ ଲିଙ୍କ୍ ହୋଇ ନ ଥିବା ପ୍ୟାନ ସଂଖ୍ୟା ୧୧.୪୮ କୋଟି ରହିଛି। ସେହିଭଳି ୨୦୨୩ ଜୁନ୍ ୩୦ରେ ସରକାରଙ୍କ ଶେଷ ଅବଧି ରହିଥିଲାବେଳେ ପ୍ୟାନ୍ ଏବଂ ଆଧାରକୁ ସଂଯୋଗ କରି ନ ଥିବା ବ୍ୟକ୍ତିଙ୍କଠାରୁ ୧୦୦୦ଟଙ୍କା ବିଳମ୍ବରେ ଜରିମାନା ଆଦାୟ କରାଯାଉଥିଲା।
The post ଆଧାର-ପ୍ୟାନ୍ ବିଳମ୍ବ ସଂଯୋଗରୁ ୬୦୦ କୋଟିର ରାଜସ୍ବ ସଂଗ୍ରହ appeared first on Dharitri Odia News.