କେକେଆର ବୋଲର ପ୍ରଭାବୀ

କୋଲକାତା,୩୦ା୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ)ରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ବୋଲର ପ୍ରଭାବୀ ବୋଲିଂ କରିଛନ୍ତି। ବରୁନ ଚକ୍ରବର୍ତ୍ତୀଙ୍କ ୩/୧୬ ବୋଲିଂ କାରଣରୁ ଦିଲ୍ଳୀ ୨୦ ଓଭରରେ ୯ ଉଇକେଟ ହରାଇ ୧୫୩ ରନ୍‌ କରିଛି। ଦିଲ୍ଲୀ ପକ୍ଷରୁ ଜଣେ ବି ଖେଳାଳି ଅର୍ଦ୍ଧଶତକ ହାସଲ କରି ନ ଥିବା ବେଳେ କୁଲଦୀପ ଯାଦବ ସର୍ବାଧିକ ୩୫ ରନ୍‌ କରିଥିଲେ। ଜବାବରେ ଖବର ପ୍ରସ୍ତୁତ ସୁଦ୍ଧା କେକେଆର ୫ ଓଭରରେ କୌଣସି […] The post କେକେଆର ବୋଲର ପ୍ରଭାବୀ appeared first on Dharitri Odia News.

କେକେଆର ବୋଲର ପ୍ରଭାବୀ

କୋଲକାତା,୩୦ା୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ)ରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ବୋଲର ପ୍ରଭାବୀ ବୋଲିଂ କରିଛନ୍ତି। ବରୁନ ଚକ୍ରବର୍ତ୍ତୀଙ୍କ ୩/୧୬ ବୋଲିଂ କାରଣରୁ ଦିଲ୍ଳୀ ୨୦ ଓଭରରେ ୯ ଉଇକେଟ ହରାଇ ୧୫୩ ରନ୍‌ କରିଛି। ଦିଲ୍ଲୀ ପକ୍ଷରୁ ଜଣେ ବି ଖେଳାଳି ଅର୍ଦ୍ଧଶତକ ହାସଲ କରି ନ ଥିବା ବେଳେ କୁଲଦୀପ ଯାଦବ ସର୍ବାଧିକ ୩୫ ରନ୍‌ କରିଥିଲେ। ଜବାବରେ ଖବର ପ୍ରସ୍ତୁତ ସୁଦ୍ଧା କେକେଆର ୫ ଓଭରରେ କୌଣସି ଉଇକେଟ ନ ହରାଇ ୬୧ ରନ୍‌ କରିଛି।
ଟସ୍‌ ଜିତି ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ବ୍ୟାଟିଂ କରିଥିଲା। ପୃଥ୍ବୀ ଶ(୧୩) ଓ ଜ୍ୟାକ୍‌ ଫ୍ରେଜର ମ୍ୟାଗ୍ରୁକ୍‌(୧୨) ବିଫଳ ହୋଇଥିବା ବେଳେ ୩୦ ରନ୍‌ରେ ଦୁଇ ଓପନରଙ୍କୁ ହରାଇଥିଲା ଦିଲ୍ଲୀ। ଶାଇ ହୋପ(୬) ରନ୍‌ରେ ଆଉଟ ହେବା ବେଳକୁ ଦଳ ୩୭ ରନ୍‌ରେ ୩ ଉଇକେଟ ହରାଇଥିଲା। ରିଷଭ ପନ୍ତ(୨୭) ଓ ଅଭିଷେକ ପୋରେଲ(୧୮) ଇନିଂସ ସଜାଡିବାକୁ ଉଦ୍ୟମ କରିଥିଲେ। ଉଭୟ ୩୧ ରନ୍‌ ଯୋଡିବା ପରେ ଅଭିଷେକଙ୍କୁ ଆଉଟ କରିଥିଲେ ହର୍ଷିତ ରାଣା। ଦଳୀୟ ସ୍କୋର ୯୩ ରନ୍‌ରେ ଅଧିନାୟକ ରିଷଭ ପନ୍ତ(୨୭) ରନ୍‌ କରି ବରୁନ ଚକ୍ରବର୍ତ୍ତୀଙ୍କ ବଲରେ ଆଉଟ ହୋଇଥିଲେ। ପରବର୍ତ୍ତୀ ୧୮ ରନ୍‌ ମଧ୍ୟରେ ଅକ୍ଷର ପଟେଲ(୧୫), ଟ୍ରିଷ୍ଟାନ ଷ୍ଟବ୍ସ(୪) ଓ କୁମାର କୁଶାଗ୍ର(୧) ପ୍ୟାଭିଲିୟନ ଫେରିଥିଲେ। ୧୧୧ ରନ୍‌ରେ ୮ ଉଇକେଟର ପତନ ପରେ କୁଲଦୀପ ଯାଦବ କାଉଣ୍ଟର ଆଟାକ୍‌ କରିଥିଲେ। ୨୬ ବଲ୍‌ ଖେଳି ୫ ଚୌକା ଓ ୧ ଛକା ସହ ସେ ୩୫ ରନ୍‌ କରି ଶେଷ ଯାଏ ଅପରାଜିତ ଥିଲେ। ରଶିଖ ଦର ସଲାମ(୮)ଙ୍କୁ ସାଥୀ କରି ସେ ୨୯ ରନ୍‌ ଯୋଡିଥିଲେ। ଅନ୍ତିମ ଉଇକେଟରେ ଲିଜାଡ ଓ୍ବିଲିୟମ୍ସ(୧*)ଙ୍କ ସହ ୧୩ ରନ୍‌ ଯୋଡିବା ସହ ଦିଲ୍ଳୀର ସ୍କୋର ୧୫୩ରେ ପହଞ୍ଚାଇଥିଲେ। କେକେଆର ପକ୍ଷରୁ ବରୁନ୍‌ ଚକ୍ରବର୍ତ୍ତୀ ୩ ଉଇକେଟ ନେଇଥିବା ବେଳେ ବୈଭବ ଅରୋରା ଓ ହର୍ଷିତ ରାଣା ଦୁଇଟି ଲେଖାଏ ଉଇକେଟ ନେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ମିଚେଲ ଷ୍ଟାର୍କ ଓ ସୁନୀଲ ନାରିନ୍‌ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ଦିଲ୍ଳୀ କ୍ୟାପିଟାଲ୍ସ ୨୦ ଓଭରରେ ୧୫୩/୯ (କୁଲଦୀପ ଯାଦବ-୩୫*, ରିଷଭ ପନ୍ତ-୨୭, ଅଭିଷେକ ପୋରେଲ-୧୮, ବରୁନ୍‌ ଚକ୍ରବର୍ତ୍ତୀ-୩/୧୬, ହର୍ଷିତ ରାଣା-୨/୧୮, ବୈଭବ ଅରୋରା-୨/୨୯)।

The post କେକେଆର ବୋଲର ପ୍ରଭାବୀ appeared first on Dharitri Odia News.