ଚାକିରିକୁ ପୂରିନି ଦେଢ ବର୍ଷ, କନିଷ୍ଠ ଯନ୍ତ୍ରୀଙ୍କୁ ଗ୍ରାସିଲା ଟଙ୍କା ଲୋଭ: ଭିଜିଲାନ୍ସ ହାବୁଡରେ ପଡ଼ି…
ବରଗଡ,୧୦।୬(ପ୍ରେମାନନ୍ଦ ଖମାରୀ): ୮ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ଛନ୍ତି ବରଗଡ଼ ଜିଲା ଗାଇସିଲଟ ବ୍ଲକରେ କାର୍ଯ୍ୟରତ ମହିଳା କନିଷ୍ଠ ଯନ୍ତ୍ରୀ ସୁସ୍ମିତା ଓରାମ। ସ୍ଥାନୀୟ ଆରଡି ରାସ୍ତାରୁ କଂସଡୋଲ ରାସ୍ତା ଉନ୍ନତିକରଣ ବାବଦ ଟଙ୍କା ରିଲିଜ କରିବା ପାଇଁ ସେ ପ୍ରଦୀପ ସାହୁଙ୍କୁ ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଛି। ଏ ନେଇ ପ୍ରଦୀପ ବରଗଡ଼ ଭିଜିଲାନ୍ସଠାରେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗକୁ ଭିତ୍ତି କରି ଭିଜିଲାନ୍ସ ଏକ ମାମଲା ରୁଜୁ କରିବା ସହିତ […] The post ଚାକିରିକୁ ପୂରିନି ଦେଢ ବର୍ଷ, କନିଷ୍ଠ ଯନ୍ତ୍ରୀଙ୍କୁ ଗ୍ରାସିଲା ଟଙ୍କା ଲୋଭ: ଭିଜିଲାନ୍ସ ହାବୁଡରେ ପଡ଼ି… appeared first on Dharitri Odia News.
ବରଗଡ,୧୦।୬(ପ୍ରେମାନନ୍ଦ ଖମାରୀ): ୮ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ଛନ୍ତି ବରଗଡ଼ ଜିଲା ଗାଇସିଲଟ ବ୍ଲକରେ କାର୍ଯ୍ୟରତ ମହିଳା କନିଷ୍ଠ ଯନ୍ତ୍ରୀ ସୁସ୍ମିତା ଓରାମ। ସ୍ଥାନୀୟ ଆରଡି ରାସ୍ତାରୁ କଂସଡୋଲ ରାସ୍ତା ଉନ୍ନତିକରଣ ବାବଦ ଟଙ୍କା ରିଲିଜ କରିବା ପାଇଁ ସେ ପ୍ରଦୀପ ସାହୁଙ୍କୁ ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଛି। ଏ ନେଇ ପ୍ରଦୀପ ବରଗଡ଼ ଭିଜିଲାନ୍ସଠାରେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗକୁ ଭିତ୍ତି କରି ଭିଜିଲାନ୍ସ ଏକ ମାମଲା ରୁଜୁ କରିବା ସହିତ ଲାଞ୍ଚୁଆ କନିଷ୍ଠ ଯନ୍ତ୍ରୀଙ୍କୁ ଧରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲା। ଯୋଜନା ଅନୁଯାୟୀ, କନିଷ୍ଠ ଯନ୍ତ୍ରୀ ଓରାମ ଅଭିଯୋଗକାରୀ ପ୍ରଦୀପଙ୍କଠାରୁ ୮ହଜାର ଟଙ୍କା ନେଉଥିବା ସମୟରେ ଭିଜିଲାନ୍ସ ଟିମ ମାଡି ବସିଥିଲେ।
ମହିଳା କନିଷ୍ଠ ଯନ୍ତ୍ରୀ ସୁସ୍ମିତା ଓରାମ ଗତ ବର୍ଷେ ହେବ ଚାକିରିରେ ଯୋଗଦାନ କରିଥିଲେ। ସେ ୨୦୨୪ ଜାନୁଆରୀ ୧୦ରେ ସେ ବରଗଡ଼ ଡିଆରଡିଏରେ କନିଷ୍ଠ ଯନ୍ତ୍ରୀ ଭାବେ ଯୋଗ ଦେଇଥିଲେ। ତା’ପରେ ୨୦୨୪ ଜାନୁଆରୀ ୨୯ ତାରିଖରେ ସେ ଗାଇସିଲଟ ବ୍ଲକରେ କନିଷ୍ଠ ଯନ୍ତ୍ରୀ ଭାବେ ଯୋଗ ଦେଇଥିଲେ। କିନ୍ତୁ ଦରମା ବାଦ୍ ଅଧିକ ଅର୍ଥ ଉପାର୍ଜନର ଲୋଭ ସସ୍ମିତାଙ୍କୁ ମହଙ୍ଗା ପଡିଛି
The post ଚାକିରିକୁ ପୂରିନି ଦେଢ ବର୍ଷ, କନିଷ୍ଠ ଯନ୍ତ୍ରୀଙ୍କୁ ଗ୍ରାସିଲା ଟଙ୍କା ଲୋଭ: ଭିଜିଲାନ୍ସ ହାବୁଡରେ ପଡ଼ି… appeared first on Dharitri Odia News.