ମାନିଲା ପାକିସ୍ତାନ, ପିଓକେ ବିଦେଶୀ ଅଞ୍ଚଳ
ଇସ୍ଲାମାବାଦ,୨ା୬: ପାକ୍ ଅଧିକୃତ କଶ୍ମୀର (ପିଓକେ) ବିଦେଶୀ ଅଞ୍ଚଳ ବୋଲି ପାକିସ୍ତାନର ଅତିରିକ୍ତ ଆଟର୍ନି ଜେନେରାଲ ଇସ୍ଲାମାବାଦ ହାଇକୋର୍ଟରେ ସ୍ବୀକାର କରିଛନ୍ତି। ଉକ୍ତ ଅଞ୍ଚଳ ପାକିସ୍ତାନ ସରକାରଙ୍କର କ୍ଷେତ୍ରାଧିକାର ମଧ୍ୟରେ ଆସୁନାହିଁ। ଶୁକ୍ରବାର ଇସ୍ଲାମାବାଦ ଉଚ୍ଚ ନ୍ୟାୟାଳୟରେ କଶ୍ମୀରୀ କବି ତଥା ସାମ୍ବାଦିକ ଅହମଦ ଫାର୍ହାଦ ଶାହଙ୍କୁ ଅପହରଣ ମାମଲାର ଶୁଣାଣି ବେଳେ ପାକ୍ ସରକାରଙ୍କ ପକ୍ଷରୁ ପିଓକେ ଏହାର ଅଞ୍ଚଳ ନୁହେଁ ବୋଲି ସ୍ବୀକାର କରାଯାଇଛି, ଯାହାକି ଏକ ବିରଳ ଘଟଣା। ମେ’ ୧୫ରେ ଫାର୍ହାଦଙ୍କୁ […] The post ମାନିଲା ପାକିସ୍ତାନ, ପିଓକେ ବିଦେଶୀ ଅଞ୍ଚଳ appeared first on Dharitri Odia News.
ଇସ୍ଲାମାବାଦ,୨ା୬: ପାକ୍ ଅଧିକୃତ କଶ୍ମୀର (ପିଓକେ) ବିଦେଶୀ ଅଞ୍ଚଳ ବୋଲି ପାକିସ୍ତାନର ଅତିରିକ୍ତ ଆଟର୍ନି ଜେନେରାଲ ଇସ୍ଲାମାବାଦ ହାଇକୋର୍ଟରେ ସ୍ବୀକାର କରିଛନ୍ତି। ଉକ୍ତ ଅଞ୍ଚଳ ପାକିସ୍ତାନ ସରକାରଙ୍କର କ୍ଷେତ୍ରାଧିକାର ମଧ୍ୟରେ ଆସୁନାହିଁ। ଶୁକ୍ରବାର ଇସ୍ଲାମାବାଦ ଉଚ୍ଚ ନ୍ୟାୟାଳୟରେ କଶ୍ମୀରୀ କବି ତଥା ସାମ୍ବାଦିକ ଅହମଦ ଫାର୍ହାଦ ଶାହଙ୍କୁ ଅପହରଣ ମାମଲାର ଶୁଣାଣି ବେଳେ ପାକ୍ ସରକାରଙ୍କ ପକ୍ଷରୁ ପିଓକେ ଏହାର ଅଞ୍ଚଳ ନୁହେଁ ବୋଲି ସ୍ବୀକାର କରାଯାଇଛି, ଯାହାକି ଏକ ବିରଳ ଘଟଣା। ମେ’ ୧୫ରେ ଫାର୍ହାଦଙ୍କୁ ତାଙ୍କ ରାଓ୍ବଲପିଣ୍ଡି ସ୍ଥିତ ବାସଭବନରୁ ଅପହରଣ କରାଯାଇଥିଲା। ତାଙ୍କ ସ୍ତ୍ରୀଙ୍କ ପିଟିଶନ୍ର ଶୁଣାଣି କରି ହାଇକୋର୍ଟ ବିଚାରପତି ଜଷ୍ଟିସ୍ ମୋହସିନ ଅଖତର କୟାନି କବି ଫାର୍ହାଦଙ୍କୁ କୋର୍ଟରେ ହାଜର କରାଇବାକୁ ଚାହିଁଥିଲେ। ଶୁକ୍ରବାର ଅତିରିକ୍ତ ଆଟର୍ନି ଜେନେରାଲ ଉକ୍ତ ମାମଲା ଉପରେ ଯୁକ୍ତି ବାଢ଼ୁଥିବାବେଳେ ଫାର୍ହାଦ ପିଓକେ ପୋଲିସ ହାଜତରେ ରହିଥିବାରୁ କୋର୍ଟରେ ହାଜର କରାଯାଇପାରିବ ନାହିଁ ବୋଲି କହିଥିଲେ। ପିଓକେ ଏକ ବିଦେଶୀ ଅଞ୍ଚଳ, ଏହାର ନିଜସ୍ବ ସମ୍ବିଧାନ ଓ କୋର୍ଟ ରହିଛି। ତେଣୁ ପାକିସ୍ତାନୀ ଅଦାଲତଙ୍କ ରାୟକୁ ପିଓକେରେ ବିଦେଶୀ କୋର୍ଟ ରାୟ ଭାବେ ନିଆଯାଇଥାଏ ବୋଲି ଅତିରିକ୍ତ ଆଟର୍ନି ଜେନେରାଲ କହିଥିଲେ। ଯଦି ପିଓକେ ବିଦେଶୀ ଅଞ୍ଚଳ ତେବେ ସେଠାରେ ପାକିସ୍ତାନୀ ସେନା ଓ ରେଞ୍ଜର୍ସମାନେ ପ୍ରବେଶ କରୁଛନ୍ତି କିପରି ବୋଲି ଜବାବରେ ବିଚାରପତି ପ୍ରଶ୍ନ କରିଥିଲେ।
The post ମାନିଲା ପାକିସ୍ତାନ, ପିଓକେ ବିଦେଶୀ ଅଞ୍ଚଳ appeared first on Dharitri Odia News.