ଆଧାରକାର୍ଡ ସାଜିଛି ବାଧକ: ସରକାରୀ ଯୋଜନାରୁ ବଞ୍ଚିତ ଅନେକ ପରିବାର
ଥୁଆମୂଳ ରାମପୁର,୨୪ା୩(ଦୁର୍ଗା କୀର୍ତ୍ତି): ସରକାରଙ୍କ ନିୟମ ଅନୁସାରେ ପ୍ରତ୍ୟେକ ଲୋକଙ୍କୁ ଆଧାର କାର୍ଡ କରିବା ନିହାତି ଭାବରେ ଆବଶ୍ୟକ କାହିଁକି ନା ଯେକୌଣସି ସରକାରୀ ଯୋଜନା ସରକାରଙ୍କ ବିଭିନ୍ନ ସୁବିଧା ସୁଯୋଗ ପାଇବାକୁ ହେଲେ ଆଧାର କାର୍ଡର ଆବଶ୍ୟକ ପଡୁଥିବା ବେଳେ କିଛି ସ୍ଥାନରେ ନିଜ ନିଜର ପିଲାମାନଙ୍କୁ ପାଠ ପଢ଼ାଇବାକୁ ହେଲେ ନିହାତି ଭାବରେ ଆଧାର କାର୍ଡ ଦରକାର ପଡ଼ିଥାଏ। ଏ ପରିପ୍ରେକ୍ଷୀରେ ଦେଖାଯାଇଛି ଯେ, ଜଣେ ଜଣେ ଲୋକଙ୍କର ଆଧାର କାର୍ଡ ନ ଥିବାରୁ […] The post ଆଧାରକାର୍ଡ ସାଜିଛି ବାଧକ: ସରକାରୀ ଯୋଜନାରୁ ବଞ୍ଚିତ ଅନେକ ପରିବାର appeared first on Dharitri Odia News.
ଥୁଆମୂଳ ରାମପୁର,୨୪ା୩(ଦୁର୍ଗା କୀର୍ତ୍ତି): ସରକାରଙ୍କ ନିୟମ ଅନୁସାରେ ପ୍ରତ୍ୟେକ ଲୋକଙ୍କୁ ଆଧାର କାର୍ଡ କରିବା ନିହାତି ଭାବରେ ଆବଶ୍ୟକ କାହିଁକି ନା ଯେକୌଣସି ସରକାରୀ ଯୋଜନା ସରକାରଙ୍କ ବିଭିନ୍ନ ସୁବିଧା ସୁଯୋଗ ପାଇବାକୁ ହେଲେ ଆଧାର କାର୍ଡର ଆବଶ୍ୟକ ପଡୁଥିବା ବେଳେ କିଛି ସ୍ଥାନରେ ନିଜ ନିଜର ପିଲାମାନଙ୍କୁ ପାଠ ପଢ଼ାଇବାକୁ ହେଲେ ନିହାତି ଭାବରେ ଆଧାର କାର୍ଡ ଦରକାର ପଡ଼ିଥାଏ। ଏ ପରିପ୍ରେକ୍ଷୀରେ ଦେଖାଯାଇଛି ଯେ, ଜଣେ ଜଣେ ଲୋକଙ୍କର ଆଧାର କାର୍ଡ ନ ଥିବାରୁ ସରକାରଙ୍କ ବିଭିନ୍ନ ଯୋଜନାରୁ ଅନେକ ଲୋକେ ବଞ୍ଚିତ ହେଉଥିବା ଜଣାପଡ଼ିଛି। ଏଭଳି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ସିନ୍ଧିପଦର ପଞ୍ଚାୟତ କେନ୍ଦୁଗୁଡ଼ାରେ। ଏହି ଗ୍ରାମର ବିଷିକେଶନ ମାଝୀ ପିତା ଆର୍ଗେ ମାଝୀ ୩/୫ ଥର ଆଧାର କଲେଣି ତଥାପି ଆଧାର ତାଙ୍କର ହୋଇପାରୁନାହିଁ, ସେହିଭଳି ତାଙ୍କ ମା’ଙ୍କର ୩/୪ ଥର ଆଧାର କରିଛନ୍ତି ତାଙ୍କୁ ମଧ୍ୟ ଆଧାର ହେବା ସମ୍ଭବ ହେଲାନାହିଁ। ଏପରି ଆଉ ଅନ୍ୟ ପରିବାର ମୁଖ୍ୟ ବିଷିକେଶନ ମାଝୀଙ୍କ ୫ ଜଣ ପୁଅଝିଅ ଯଥା ନବୀନ ମାଝୀ (୧୫) ହିମାଞ୍ଜଳୀ ମାଝୀ (୩) ମାଙ୍ଗତିଆ ମାଝୀ (୯) ନାଲେନୀ ମାଝୀ (୫) ବନିତା ମାଝୀ (୨) ବର୍ଷ। ଆଧାର କାର୍ଡ ନ ଥିବାରୁ ସରକାରୀ ଯୋଜନାରୁ ବଞ୍ଚିତ ରହିଥିବା ପ୍ରକାଶ କରିଥିବା ଜଣାପଡ଼ିଛି। ଯାହାଫଳରେ ଏହି ପରିବାରର ପିଲାମାନେ ପାଠ ପଢ଼ିବାରୁ ବଞ୍ଚିତ ରହିଥିବା ବେଳେ ସେହି ପରିବାର ପାଇଁ ରାଶନ ସାମଗ୍ରୀଠାରୁ ଆରମ୍ଭ କରି ବୃଦ୍ଧାବୃଦ୍ଧ ଭତ୍ତା ଓ ଆବାସ ଯୋଜନାରୁ ସମ୍ପୂର୍ଣ୍ଣ ଭାବେ ବଞ୍ଚିତ ରହିଛନ୍ତି। ତେବେ ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏହି ପରିବାର ସଦସ୍ୟମାନଙ୍କୁ ଆଧାର କାର୍ଡ କରିବାରେ ସହଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି। ତେବେ ପଞ୍ଚାୟତ ତରଫରୁ ଏହି ପରିବାର ସଦସ୍ୟମାନଙ୍କୁ ଆଧାର କାର୍ଡ଼ ପାଇଁ ସହଯୋଗ କରାଯାଉ ବୋଲି ଅନୁରୋଧ କରିଥିବା ଜଣାପଡ଼ିଛି। ଏନେଇ ସ୍ଥାନୀୟ ସରପଞ୍ଚ ଗୀତାଞ୍ଜଳି ମାଝୀଙ୍କୁ ପଚାରିବାରୁ ଆମେ ଅନେକ ସମୟ ଆଧାର କ୍ୟମ୍ପ ପଞ୍ଚାୟତ ତରଫରୁ କରୁଛୁ ହେଲେ ଏଥିରେ ଅନେକ ଲୋକ ବଞ୍ଚିତ ରହୁଛନ୍ତି। କୌଣସି କାରଣ ବଶତଃ ସେମାନଙ୍କ ଆଧାର ହୋଇପାରୁ ନାହିଁ। ଏଣୁ ଆମେ ବ୍ଲକ ପ୍ରଶାସନଙ୍କୁ ଜଣାଇଛୁ ହେଲେ କୌଣସି ସମାଧାନର ବାଟ କଢ଼ିବେ ବୋଲି ସରପଞ୍ଚ ପ୍ରତିକ୍ରିୟା ରଖିଛନ୍ତି।
The post ଆଧାରକାର୍ଡ ସାଜିଛି ବାଧକ: ସରକାରୀ ଯୋଜନାରୁ ବଞ୍ଚିତ ଅନେକ ପରିବାର appeared first on Dharitri Odia News.