ବିହାରରେ ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରସଙ୍ଗ । ଆଜି ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ।

ନନ୍ଦିଘୋଷ ବ୍ୟୁରୋ : ବିହାରରେ ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରସଙ୍ଗ । ଆଜି  ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ।... The post ବିହାରରେ ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରସଙ୍ଗ । ଆଜି ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ। appeared first on .

ବିହାରରେ ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରସଙ୍ଗ । ଆଜି  ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ।

ନନ୍ଦିଘୋଷ ବ୍ୟୁରୋ : ବିହାରରେ ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରସଙ୍ଗ । ଆଜି  ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ। ଏହି ପ୍ରସଙ୍ଗରେ କାଉଣ୍ଟର ଆଫିଡେଭିଟ ଦାଖଲ ଲାଗି ଇସିଆଇଙ୍କୁ ନିର୍ଦ୍ଦେଶ ଦେଇଥିଲେ ସର୍ବୋଚ୍ଚ ଅଦାଲତ। ବିବାଦୀୟ ଏସଆଇଆର ପ୍ରସଙ୍ଗରେ ନିର୍ବାଚନ କମିଶନଙ୍କ ଉପରେ ବର୍ଷିଥିଲେ ସୁପ୍ରିମକୋର୍ଟ। ଆସନ୍ତା ନଭେମ୍ବରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାବେଳେ ବର୍ତ୍ତମାନ କାହିଁକି ଏହି ପ୍ରକ୍ରିୟା ବୋଲି ପ୍ରଶ୍ନ କରିଥିଲେ ସର୍ବୋଚ୍ଚ ଅଦାଲତ। ଏହା ସହ ଭୋଟର ତାଲିକା ସଂଶୋଧନରେ ଆଧାର କାର୍ଡ, ଭୋଟର କାର୍ଡ ଓ ରାସନ କାର୍ଡକୁ ବିଚାରକୁ ନେବାକୁ ଇସିଆଇଙ୍କୁ ପରାମର୍ଶ ଦେଇଥିଲେ କୋର୍ଟ। ତେବେ ଏହା ଏକ ସାମ୍ବିଧାନିକ ପ୍ରକ୍ରିୟା ଏବଂ ଏହି ପ୍ରକ୍ରିୟା ବନ୍ଦ ହେବ ନାହିଁ ବୋଲି କହିଥିଲେ ଅଦାଲତ। ନିର୍ବାଚନ କମିଶନଙ୍କ ଏହି ପ୍ରକ୍ରିୟା ମୂଳରେ ଯୁକ୍ତିସମ୍ମତ କାରଣ ରହିଛି ବୋଲି କୋର୍ଟ କହିଥିଲେ। ଜଷ୍ଟିସ ସୁଧାଂଶୁ ଧୁଲିଆ ଓ ଜଷ୍ଟିସ ଜୟମାଲ୍ଯା ବାଗଚୀଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଥିଲେ- ଏସଆଇଆର ନେଇ ଇସିଆଇଙ୍କ କୌଣସି ସମସ୍ୟା ନାହିଁ। ତେବେ ଏହାର ସମୟ ନେଇ ପ୍ରଶ୍ନ ଉଠୁଛି। ବିହାର ବିଧାନସଭା ନିର୍ବାଚନ ସହ ଏସଆଇଆରଙ୍କୁ ଯୋଡ଼ାଯାଉଛି ବୋଲି ପ୍ରଶ୍ନ କରିଥିଲେ ଅଦାଲତ। ଦୀର୍ଘ ୨୦ ବର୍ଷ ଧରି ଭୋଟର ତାଲିକାରେ ହୋଇଥିବା ଯୋଗ ଓ ବିଯୋଗ ଯୋଗୁ ବହୁ ଜାଲ୍ ନାମ ସାମିଲ ହୋଇଥାଇପାରେ ଆଶଙ୍କା କରି ଏସଆଇଆର ଲାଗି ନିର୍ଦ୍ଦେଶ ଦେଇଥିଲେ ଇସିଆଇ।

 

The post ବିହାରରେ ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରସଙ୍ଗ । ଆଜି ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ। appeared first on .