ଆଧାରରେ ସଂଶୋଧନ କରିଛନ୍ତି ତ? ଖୁବଶୀଘ୍ର ଶେଷ ହୋଇଯିବ ଡେଡଲାଇନ

ଡେଡଲାଇନ ପରେ ଆଧାର କାର୍ଡରେ ସଂଶୋଧନ ପାଇଁ ଗୋଟିଏ ନିର୍ଦ୍ଦିଷ୍ଟ ପରିମାଣର ଫି’ ଦେବାକୁ ପଡ଼ିବ।

ଆଧାରରେ ସଂଶୋଧନ କରିଛନ୍ତି ତ? ଖୁବଶୀଘ୍ର ଶେଷ ହୋଇଯିବ ଡେଡଲାଇନ

ମାଗଣାରେ ଆଧାର ସଂଶୋଧନ କରିବା ପାଇଁ ଧାର୍ଯ୍ୟ ହୋଇଥିବା ତାରିଖ ଖୁବଶୀଘ୍ର ଶେଷ ହେବାକୁ ଯାଉଛି। ୨୦୨୩ ଡିସେମ୍ବରରେ ସରକାର ଆଧାର କାର୍ଡ ଅପଡେଟ କରିବାର ସମୟସୀମାକୁ ୩ ମାସ ବୃଦ୍ଧି କରିଥିଲେ। ଆସନ୍ତା ମାସ ୧୪ ତାରିଖରେ ଡେଡଲାଇନ ପୂରି ଯିବ। ପୂର୍ବରୁ ମଧ୍ୟ ଅନେକ ଥର ଆଧାର ଅପଡେଟ ପାଇଁ ଶେଷ ତାରିଖରେ ପରିବର୍ତ୍ତନ କରାଯାଇଥିଲା।

ତଥାପି ଯେଉଁମାନେ ସେମାନଙ୍କ ଆଧାର କାର୍ଡରେ ସଂଶୋଧନ କରି ନାହାନ୍ତି, ସେମାନଙ୍କ ପାଖରେ ଏବେ ମାସକରୁ ଅଧିକ ସମୟ ରହିଛି। ୨୦୨୪ ମାର୍ଚ୍ଚ ୧୪ ପରେ ଆଧାର କାର୍ଡ ସଂଶୋଧନ ପାଇଁ ଗୋଟିଏ ନିର୍ଦ୍ଦିଷ୍ଟ ପରିମାଣର ଫି’ ଦେବାକୁ ପଡ଼ିବ। ତେଣୁ ଅତିରିକ୍ତ ଦେୟ ଦେବା ଅପେକ୍ଷା ମାର୍ଚ୍ଚ ୧୪ ସୁଦ୍ଧା ଆଧାର ଅପଡେଟ କରି ଦେବା ଭଲ।

ଗୁରୁତ୍ୱପୂର୍ଣ୍ଣ ତଥ୍ୟ

୧- ମାଗଣେ ଆଧାର କାର୍ଡ ଅପଡେଟର ଶେଷ ତାରିଖ ହେଉଛି ୨୦୨୪ ମାର୍ଚ୍ଚ ୧୪

୨- ଯେଉଁମାନେ ଆଧାରରେ କିଛି ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି, ସେମାନେ ଏହାର ଫାଇଦା ଉଠାଇପାରିବେ

୩- ଆଧାରରେ ଥିବା ନାଁ, ଠିକଣା, ମୋବାଇଲ ନମ୍ବରକୁ ଜଣେ ଚାହିଁଲେ ପରିବର୍ତ୍ତନ କରିପାରିବେ

୪- ମାର୍ଚ୍ଚ ୧୪ ସୁଦ୍ଧା ସଂଶୋଧନ ନ କଲେ ସଂଶୋଧନ ପାଇଁ ଏକ ନିର୍ଦ୍ଦିଷ୍ଟ ଫି’ ଦେବାକୁ ପଡ଼ିବ

ଅନଲାଇନରେ କେମିତି କରିବେ ଆବେଦନ

୧- ପ୍ରଥମେ ଆବେଦନକାରୀଙ୍କୁ https://myaadhaar.uidai.gov.in/ କୁ ଯିବାକୁ ପଡ଼ିବ

୨- ଆଧାର କାର୍ଡ ଓ ସିକ୍ୟୁରିଟି କୋଡ ଦାଖଲ କରିବାକୁ ହେବ

୩- ସେଣ୍ଡ ଓଟିପିରେ କ୍ଲିକ କରିବାକୁ ହେବ। ଓଟିପି ପଞ୍ଜିକୃତ ମୋବାଇଲକୁ ଆସିବ

୪- ଡେମୋଗ୍ରାଫିକ୍ସ ଡାଟାକୁ କ୍ଲିକ କରନ୍ତୁ

୫- ଠିକଣା, ନାଁ ବା ଅନ୍ୟ ଯେଉଁଥିରେ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି, ତା’ ଉପରେ କ୍ଲିକ କରନ୍ତୁ

୬- ସଂଶୋଧିତ ତଥ୍ୟକୁ ଲେଖନ୍ତୁ ଓ ଆବଶ୍ୟକ ଦସ୍ତାବିଜ ଅପଲୋଡ କରନ୍ତୁ

୭- ଭଲ ଭାବେ ନିଜର ତଥ୍ୟକୁ ପଢ଼ନ୍ତୁ ଓ ଦାଖଲ ବା ସମିଟ୍‌ ଲେଖାଯାଇଥିବା ଅପସନକୁ କ୍ଲିକ କରନ୍ତୁ