ଆଧୁନିକତାର ଚାକଚକ୍ୟରେ ହଜିବାକୁ ବସିଲାଣି ଲୋକକଳା ପାଲା

ବାସୁଦେବପୁର: ଲୋକକଳା ପାଲା ହେଉଛି ସାହିତ୍ୟ, ସଂସ୍କୃତି ଓ ପରମ୍ପରାର ସର୍ବ ପୁରାତନ ଝଲକ । ସାମାଜିକ ସଚେତନତାର ମାଧ୍ୟମ... The post ଆଧୁନିକତାର ଚାକଚକ୍ୟରେ ହଜିବାକୁ ବସିଲାଣି ଲୋକକଳା ପାଲା appeared first on .

ଆଧୁନିକତାର ଚାକଚକ୍ୟରେ ହଜିବାକୁ ବସିଲାଣି ଲୋକକଳା ପାଲା

ବାସୁଦେବପୁର: ଲୋକକଳା ପାଲା ହେଉଛି ସାହିତ୍ୟ, ସଂସ୍କୃତି ଓ ପରମ୍ପରାର ସର୍ବ ପୁରାତନ ଝଲକ । ସାମାଜିକ ସଚେତନତାର ମାଧ୍ୟମ । ଆଧୁନିକତାର ଚାକଚକ୍ୟରେ ହଜି ଯିବାକୁ ବସିଲାଣି ଲୋକକଳା ପାଲା। ଲୋକକଳାକୁ ବଞ୍ଚାଇ ରଖିବାକୁ ପ୍ରତି ବର୍ଷ କରୁଛନ୍ତି ପାଲା ମହୋତ୍ସବ।

ହାତରେ ପାରମ୍ପରିକ ବାଦ୍ଯ। ମନରେ ଭରି ରହିଛି ଉତ୍ସାହ । ମୁଣ୍ଡଫଟା ଖରାକୁ ଭୃକ୍ଷେପ ନ କରି ଦେଖାଇ ଚାଲିଛନ୍ତି କଳାକୌଶଳ। ଏ ହେଉଛି ଭଦ୍ରକ ଜିଲ୍ଲା ବାସୁଦେବପୁର ପ୍ରସନ୍ନ ବାସୁଦେବ ପାଲା ମଣ୍ଡଳର ବାର୍ଷିକ ସମାରୋହ। ଲୋକଙ୍କୁ ପାଲା ପ୍ରତି ଆକୃଷ୍ଟ କରିବାକୁ ଜାରି ରହିଛି ଅଭିନବ ପ୍ରୟାସ।

ବାସୁଦେବପୁର ପୌରପାଳିକାର ନୀଳମଣି ଟାଉନହଲ ପରିସରରେ ଅନୁଷ୍ଠିତ ହୋଇଛି ପାଲା ମହୋତ୍ସବ। ଦଳ ଦଳ କରି କରୁଛନ୍ତି ପାଲା ପରିବେଷଣ । ପାରମ୍ପରିକ ବାଦ୍ୟଯନ୍ତ୍ର ମୃଦଙ୍ଗ ଓ ଝାଞ୍ଜ ବଜାଇ କଳା ପ୍ରଦର୍ଶନ କରୁଛନ୍ତି ପାଲା କଳାକାର । ରଙ୍ଗ ବେରଙ୍ଗର ପୋଷାକରେ ସଜେଇ ହୋଇଛନ୍ତି ପାଳିଆ ଠାରୁ ଗାୟକ ପର୍ଯ୍ୟନ୍ତ । ବିଭିନ୍ନ ରାଗରେ ପରିବେଷଣ କରୁଛନ୍ତି ନୃତ୍ଯ ଗୀତ । ବାସୁଦେବପୁର ବ୍ଲକ ପ୍ରସନ ବାସୁଦେବ ପାଲା ମଣ୍ଡଳ ଅଧିନରେ ରହିଛି ୩୦ ଗୋଟି ପାଲା ଦଳ । ଲୋକକଳାକୁ ବଞ୍ଚାଇ ରଖିବାକୁ ପ୍ରତି ବର୍ଷ କରୁଛନ୍ତି ପାଲା ମହୋତ୍ସବ ।

The post ଆଧୁନିକତାର ଚାକଚକ୍ୟରେ ହଜିବାକୁ ବସିଲାଣି ଲୋକକଳା ପାଲା appeared first on .