ଆଧ୍ୟାତ୍ମିକ ସଦଭାବନାକୁ ଗୁରୁତ୍ୱ,ମାର୍ଚ୍ଚ ୧୪ ରେ ପୁଷ୍ପ ହୋଲି ପାଳିବ ବରଗଡ଼ ଇସ୍କନ

ସମ୍ବଲପୁର:ରବିବାର ଦିନ ବରଗଡ଼ କାଳୀ ମନ୍ଦିର ନିକଟସ୍ଥ ଇସ୍କନ କେନ୍ଦ୍ରରେ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ସାମ୍ବାଦିକ ମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତରରେ ବରଗଡ଼ ଇସ୍କନ ର ପ୍ରଧାନ ସେବକ ରସରାଜ ରାଧିକେଶ ଦାଶ ପ୍ରଭୁ ବିଗତ ଦିନମାନଙ୍କରେ ଇସ୍କନ ପକ୍ଷରୁ କି କି କାର୍ଯ୍ୟକ୍ରମ ହୋଇଥିଲା ଏବଂ ଆଗାମୀ ଦିନରେ ଆଉ କ’ଣ କ’ଣ କାର୍ଯ୍ୟକ୍ରମ କରାଯିବ ସେ ସମ୍ପର୍କରେ ସମ୍ୟକ୍ ସୂଚନା ପ୍ରଦାନ କରିଥିଲେ। ଏହି ପରିପ୍ରେକ୍ଷୀରେ ବରଗଡ଼ ସବ୍ […] The post ଆଧ୍ୟାତ୍ମିକ ସଦଭାବନାକୁ ଗୁରୁତ୍ୱ,ମାର୍ଚ୍ଚ ୧୪ ରେ ପୁଷ୍ପ ହୋଲି ପାଳିବ ବରଗଡ଼ ଇସ୍କନ appeared first on Odisha.News.

ଆଧ୍ୟାତ୍ମିକ ସଦଭାବନାକୁ ଗୁରୁତ୍ୱ,ମାର୍ଚ୍ଚ ୧୪ ରେ ପୁଷ୍ପ ହୋଲି ପାଳିବ ବରଗଡ଼ ଇସ୍କନ

ସମ୍ବଲପୁର:ରବିବାର ଦିନ ବରଗଡ଼ କାଳୀ ମନ୍ଦିର ନିକଟସ୍ଥ ଇସ୍କନ କେନ୍ଦ୍ରରେ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି ।
ଏଥିରେ ସାମ୍ବାଦିକ ମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତରରେ ବରଗଡ଼ ଇସ୍କନ ର ପ୍ରଧାନ ସେବକ ରସରାଜ ରାଧିକେଶ ଦାଶ ପ୍ରଭୁ ବିଗତ ଦିନମାନଙ୍କରେ ଇସ୍କନ ପକ୍ଷରୁ କି କି କାର୍ଯ୍ୟକ୍ରମ ହୋଇଥିଲା ଏବଂ ଆଗାମୀ ଦିନରେ ଆଉ କ’ଣ କ’ଣ କାର୍ଯ୍ୟକ୍ରମ କରାଯିବ ସେ ସମ୍ପର୍କରେ ସମ୍ୟକ୍ ସୂଚନା ପ୍ରଦାନ କରିଥିଲେ। ଏହି ପରିପ୍ରେକ୍ଷୀରେ ବରଗଡ଼ ସବ୍ ଜେଲରେ ପ୍ରତି ଶନିବାର ଦିନ ଏବଂ ସୋହେଲା ସବ ଜେଲ ରେ ପ୍ରତି ପନ୍ଦର ଦିନରେ ଜେଲ ଅନ୍ତେବାସୀ ମାନଙ୍କୁ ସମାଜ ର ମୁଖ୍ୟ ଶ୍ରୋତ ରେ ସାମିଲ କରିବା ପ୍ରୟାସ ରେ ଆଧ୍ୟାତ୍ମିକ ପ୍ରବଚନ ଦେଇ ଅନ୍ତେବାସୀ ମାନଙ୍କ ମାନସିକ ପରିବର୍ତ୍ତନ ଆଣିବା ଇସ୍କନ ର ଲକ୍ଷ ଏବଂ ଏହା ସହିତ ବରଗଡ଼ ର ସମସ୍ତ ସ୍କୁଲ କଲେଜର ଛାତ୍ରଛାତ୍ରୀମାନଙ୍କୁ ଆଧ୍ୟାତ୍ମିକ ପ୍ରବଚନ ମାଧ୍ୟମରେ ମନରେ ଏକାଗ୍ରତା ଓ ଭବିଷ୍ୟତ ରେ ଏକ ଉତ୍ତମ ନାଗରିକ ଗଠନ କରିବା ଇସ୍କନ ର ଲକ୍ଷ ବୋଲି ମଞ୍ଚାସିନ ଇସ୍କନ ପ୍ରଚାରକ ମାନେ ମତବ୍ୟକ୍ତ କରିଥିଲେ।
ଆଗାମୀ ଦିନରେ ପଦ୍ମପୁର ସବ୍ ଜେଲରେ ଏହିପରି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ କରାଯିବ ବୋଲିି ଅଭିଜିତ ପ୍ରଭୁ ସୂଚନା ପ୍ରଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ଜୟ ମୁକୁନ୍ଦ ପ୍ରଭୁ, ଚନ୍ଦ୍ର ବଦନ ପ୍ରଭୁ, ଗୋପିନାଥ ପ୍ରଭୁ, ତପସ୍ଵିନୀ, ଶ୍ରୀନିବାସ,ରାଧା, ସୁସ୍ମିତା, ସୁରେଶ୍ଵରୀ, ବୃନ୍ଦାବତୀ, ଶ୍ରୀବତ୍ସ,ବିଜୟ, ତନୁଜା ପାତ୍ର ଆଦି ଯୋଗଦେଇଥିଲେ।ଆସନ୍ତା ମାର୍ଚ୍ଚ ୧୪ ତାରିଖ ଦିନ ବରଗଡ଼ ଇସ୍କନ ପକ୍ଷରୁ ପୁଷ୍ପ ହୋଲି ଖେଳାଯିବ ଏବଂ ଏଥିରେ ସମସ୍ତ ସାମ୍ବାଦିକ ବନ୍ଧୁ ସାମିଲ ହେବାକୁ ନିମନ୍ତ୍ରଣ କରିଥିଲେ।
ଏହା ସହିତ ବରଗଡ଼ ର ସମସ୍ତ ଜନସାଧାରଣ ବିଷାକ୍ତ ରଙ୍ଗ ହୋଲି ନ ଖେଲି ଏହି ପୁଷ୍ପ ହୋଲି ରେ ସାମିଲ ହେବାକୁ ଅନୁରୋଧ କରିଥିଲେ।
ବରଗଡ଼ ଇସ୍କନ ପ୍ରଚାରକ ଅଭିଜିତ ପ୍ରଭୁ ମଞ୍ଚ ସଂଚାଳନ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ।

The post ଆଧ୍ୟାତ୍ମିକ ସଦଭାବନାକୁ ଗୁରୁତ୍ୱ,ମାର୍ଚ୍ଚ ୧୪ ରେ ପୁଷ୍ପ ହୋଲି ପାଳିବ ବରଗଡ଼ ଇସ୍କନ appeared first on Odisha.News.