ଆନନ୍ଦପୁରିଆ ଚିନ୍ତନ ବୈଠକ: ଅଞ୍ଚଳର ବିକାଶ ଉପରେ ଗୁରୁତ୍ୱାରୋପ
ଭୁବନେଶ୍ବର: ଆନନ୍ଦପୁର ବିକାଶ ପରିଷଦ, ଭୁବନେଶ୍ବର କମିଟି ତରଫରୁ ଭୁବନେଶ୍ଵରସ୍ଥିତ ବୃଦ୍ଧ ମନ୍ଦିର ସଭାଗୃହ ଠାରେ ଆନନ୍ଦପୁରିଆ ସମାବେଶ ସଭାପତି ଗୋସ୍ଵାମୀ ଗୋଲାମ ଦେବତାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ଵର ସାହୁ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଦେଶ ସ୍ବାଧୀନ ହେବାର ୭୮ ବର୍ଷ ପରେବି ଆନନ୍ଦପୁର ସବଡିଭିଜନ ବିକାଶ ଠାରୁ ବହୁ ଦୁରରେ ବୋଲି ତାଙ୍କ ଭାଷଣରେ କହିଥିଲେ। ଆନନ୍ଦପୁର ସବଡିଭିଜନକୁ ରେଲୱେ ଲାଇନ୍ ସଂଯୋଗ, ଆନନ୍ଦପୁର କଲେଜକୁ ସରକାରୀ କଲେଜ କରିବା, ଆନନ୍ଦପୁର ରାଜଘାଟ ଠାରେ ଆନନ୍ଦପୁର କଲେଜକୁ ସରକାରୀ କଲେଜ କରିବା ବିଷୟରେ ବୈତରଣୀ ନଦୀ ଉପରେ ଫୁଟ ବ୍ରିଜ କରିବା, ଆନନ୍ଦପୁର ମେଡିକାଲକୁ ସୁପରସ୍ପେଶିଆଲିଟି ହସ୍ପିଟାଲ୍ ସହିତ ଟର୍ମା କେୟାର ସେଣ୍ଟରେ ପରିଣତ କରିବା, ହଦଗଡ଼ ଠାରେ ଆୟୁର୍ବେଦ ରିସର୍ଚ୍ଚ ମେଡିକାଲ କଲେଜ ଖୋଲିବା ପାଇଁ ତାଙ୍କର ଭାଷଣରେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପୃଥୀରାଜ କୁଅଁର, ପ୍ରଫେସର ରମାକାନ୍ତ ନାୟକ, ନିର୍ମଳ ବେହେରା, ପ୍ରମୁଖ ଭାଷଣ ଆନନ୍ଦପୁର ବିକାଶ ବିଷୟରେ କହିଥିଲେ।ଏହି ବୈଠକରେ ଆନନ୍ଦପୁର ବିକାଶ ପରିଷଦ ସର୍ବସମ୍ମତି କ୍ରମେ ସଭାପତି ରୂପେ ଗୋସ୍ଵାମୀ ଗୋଲାମ ଦେବତା, ଉପସଭାପତି ରୂପେ ଅରୁଣ କୁମାର ମହାନ୍ତି, ନବରଞ୍ଜନ ପଟ୍ଟନାୟକ, ସାଧାରଣ ସମ୍ପାଦକ ରୂପେ ପ୍ରମୋଦ କୁମାର ରାଉତ, ସହ
ଭୁବନେଶ୍ବର: ଆନନ୍ଦପୁର ବିକାଶ ପରିଷଦ, ଭୁବନେଶ୍ବର କମିଟି ତରଫରୁ ଭୁବନେଶ୍ଵରସ୍ଥିତ ବୃଦ୍ଧ ମନ୍ଦିର ସଭାଗୃହ ଠାରେ ଆନନ୍ଦପୁରିଆ ସମାବେଶ ସଭାପତି ଗୋସ୍ଵାମୀ ଗୋଲାମ ଦେବତାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ଵର ସାହୁ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଦେଶ ସ୍ବାଧୀନ ହେବାର ୭୮ ବର୍ଷ ପରେବି ଆନନ୍ଦପୁର ସବଡିଭିଜନ ବିକାଶ ଠାରୁ ବହୁ ଦୁରରେ ବୋଲି ତାଙ୍କ ଭାଷଣରେ କହିଥିଲେ।
ଆନନ୍ଦପୁର ସବଡିଭିଜନକୁ ରେଲୱେ ଲାଇନ୍ ସଂଯୋଗ, ଆନନ୍ଦପୁର କଲେଜକୁ ସରକାରୀ କଲେଜ କରିବା, ଆନନ୍ଦପୁର ରାଜଘାଟ ଠାରେ ଆନନ୍ଦପୁର କଲେଜକୁ ସରକାରୀ କଲେଜ କରିବା ବିଷୟରେ ବୈତରଣୀ ନଦୀ ଉପରେ ଫୁଟ ବ୍ରିଜ କରିବା, ଆନନ୍ଦପୁର ମେଡିକାଲକୁ ସୁପରସ୍ପେଶିଆଲିଟି ହସ୍ପିଟାଲ୍ ସହିତ ଟର୍ମା କେୟାର ସେଣ୍ଟରେ ପରିଣତ କରିବା, ହଦଗଡ଼ ଠାରେ ଆୟୁର୍ବେଦ ରିସର୍ଚ୍ଚ ମେଡିକାଲ କଲେଜ ଖୋଲିବା ପାଇଁ ତାଙ୍କର ଭାଷଣରେ କହିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପୃଥୀରାଜ କୁଅଁର, ପ୍ରଫେସର ରମାକାନ୍ତ ନାୟକ, ନିର୍ମଳ ବେହେରା, ପ୍ରମୁଖ ଭାଷଣ ଆନନ୍ଦପୁର ବିକାଶ ବିଷୟରେ କହିଥିଲେ।
ଏହି ବୈଠକରେ ଆନନ୍ଦପୁର ବିକାଶ ପରିଷଦ ସର୍ବସମ୍ମତି କ୍ରମେ ସଭାପତି ରୂପେ ଗୋସ୍ଵାମୀ ଗୋଲାମ ଦେବତା, ଉପସଭାପତି ରୂପେ ଅରୁଣ କୁମାର ମହାନ୍ତି, ନବରଞ୍ଜନ ପଟ୍ଟନାୟକ, ସାଧାରଣ ସମ୍ପାଦକ ରୂପେ ପ୍ରମୋଦ କୁମାର ରାଉତ, ସହ ସଂପାଦକ ଶ୍ରୀ ପ୍ରଭୃ ପଣ୍ଡିତ ଓ ଅଶୋକ କୁମାର ପତି, କୋଷାଧ୍ୟକ୍ଷ ରୂପେ ସଞ୍ଜୟ କୁମାର ପଟ୍ଟନାୟକ, କାର୍ଯ୍ୟକାରିଣୀ କମିଟି ସଦସ୍ୟ ରୂପେ ଅଶ୍ରୁମୋଚନ ମହାନ୍ତି, ଅନିରୁଦ୍ଧ ଚକ୍ର, ନନ୍ଦକିଶୋର ବିଶ୍ବାଲ, ଗଣେଶ ନାୟକ, ଅରୁଣୋଦୟ ନାୟକ, ଆକୁଲି ଚରଣ ଜେନା, ଚନ୍ଦ୍ର ଶେଖର ସାହୁ, ନରେନ୍ଦ୍ର କୁମାର ନାୟକ, ରତିକାନ୍ତ ପଟ୍ଟନାୟକ, ନିର୍ମଲ ନାୟକ, କମିଟି କୁ ସର୍ବ ସମ୍ମତି କ୍ରମେ ନିର୍ବାଚିତ କରାଯାଇଛି।
ଆନନ୍ଦପୁର ବିକାଶ ପରିଷଦର ଉପଦେଷ୍ଟା ରୂପେ ମହେଶ୍ଵର ସାହୁ, ପୃଥିରାଜ କୁଅଁର, ରମାକାନ୍ତ ନାୟକ, ଚତୁର୍ଭୂଜ ନାୟକ, ଦୁର୍ଗା ଚରଣ ଦଲେଇ ନିର୍ବାଚିତ ହୋଇଛନ୍ତି। ଆଜିକାର ଆନନ୍ଦପୁରରୀଆ ବୈଠକ ରେ ଆନନ୍ଦପୁର ସବଡିଭିଜନ କୁ ରେଲୱେ ଲାଇନ୍ ସଂଯୋଗ କରିବା, ଆନନ୍ଦପୁର କଲେଜ କୁ ସରକାରୀ କଲେଜ କରିବା, ରାଜଘାଟ ଠାରେ ଫୁଟ ବ୍ରିଜ କରିବା, ହଦଗଡ଼ ଠାରେ ଆୟୁର୍ବେଦିକ ରିସର୍ଚ୍ଚ ମୋଡିକାଲ କଲେଜ ପ୍ରତିଷ୍ଠା କରିବା ଦାବୀରେ ଆଗାମୀ ଦିନରେ ବ୍ୟାପକ କାର୍ଯ୍ୟକ୍ରମ କରାଯିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଗଲା।