କର୍ଣ୍ଣାଟକ ମହିଳାଙ୍କ Unique Blood Group, ବିଶ୍ୱରେ ବିରଳ ମାମଲା
କୋଲାର ୩୦।୭: କର୍ଣ୍ଣାଟକ କୋଲାର ଜିଲ୍ଲାର ଜଣେ ଦକ୍ଷିଣ ଭାରତୀୟ ମହିଳାଙ୍କ ଠାରେ ଏକ ନୂଆ ରକ୍ତ ସମୂହ ମିଳିଛି, ଯାହା ବିଶ୍ୱରେ ପୂର୍ବରୁ ଅଜ୍ଞାତ ଥିଲା। ଏହି ଉଲ୍ଲେଖନୀୟ ମାମଲା ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ୩୮ ବର୍ଷ ବୟଷ୍କା ମହିଳାଙ୍କୁ କାର୍ଡିଆକ୍ ସର୍ଜରୀ ନିମନ୍ତେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ରକ୍ତ ସମୂହ O Rh+ ଥିଲା, ଯାହା ଏକ ସାଧାରଣ ରକ୍ତ ସମୂହ। ହେଲେ ଓ ପଜେଟିଭ ରକ୍ତ ୟୁନିଟରେ ମହିଳାଙ୍କ ଅନୁକୂଳ ଗୋଟିଏ ବି ରକ୍ତ ମିଳିଲାନି। ଏଣୁ ହସ୍ପିଟାଲ ପରବର୍ତ୍ତି ଯାଞ୍ଚ ନିମନ୍ତେ ମାମଲାକୁ ବେଙ୍ଗାଲୁରସ୍ଥିତ ରୋଟାରୀ ଟିଟିକେ ବ୍ଲଡ ସେଣ୍ଟରର ଆଡଭାନ୍ସଡ ଇମ୍ୟୁନୋ ହେମାଟୋଲଜି ରେଫରେନ୍ସ ଲାବରୋଟରୀକୁ ପଠାଇଥିଲେ। ସେଠାରେ ଯାଞ୍ଚ ବେଳେ ମହିଳାଙ୍କ ରକ୍ତ ସମୂହ ‘ପ୍ୟାନ ରିଆକ୍ଟିଭ’ ମିଳିଥିଲା। ଯାହା ସବୁ ପରୀକ୍ଷଣ ନମୁମାନାରେ ଅସଙ୍ଗତ ଥିଲା। ଏଣୁ ଏହାକୁ ଦୁର୍ଲଭ ବା ଅଜ୍ଞାତ ରକ୍ତ ପ୍ରକାରର ସମ୍ଭାବିତ ମାମଲା ଭାବେ ଧରିନିଆଯାଇ ମ୍ୟାଚ୍ ନିମନ୍ତେ ମହିଳାଙ୍କ ପରିବାରର ୨୦ ଜଣଙ୍କ ରକ୍ତନମୁନା ସଂଗ୍ରହ କରିଥିଲେ। ହେଲେ ଏଥିରୁ ମଧ୍ୟ କୌଣସି ରକ୍ତ ମହିଳାଙ୍କ ରକ୍ତ ସହ ମେଳକ ହୋଇ ନଥିଲା। ଏଣୁ ମାମଲାକୁ ଅତ୍ୟନ୍ତ ସାବଧାନତା ପୂର୍ବକ ପ୍ରବନ୍ଧନ କରାଯାଇଥିଲା ଓ ବିନା ରକ୍ତରେ ମହିଳାଙ୍କ ହୃଦ ଅସ୍ତ୍ରୋପଚାର ହୋଇଥିଲା। ରୋଟାରୀ ବେଙ୍ଗାଲୁରୁର ଟିଟିକେ ବ୍ଲଡ ସେଣ୍ଟରର ଡା. ଅଙ୍କିତ ମାଥୁର କହିଛନ୍ତି ଯେ ଏ
କୋଲାର ୩୦।୭: କର୍ଣ୍ଣାଟକ କୋଲାର ଜିଲ୍ଲାର ଜଣେ ଦକ୍ଷିଣ ଭାରତୀୟ ମହିଳାଙ୍କ ଠାରେ ଏକ ନୂଆ ରକ୍ତ ସମୂହ ମିଳିଛି, ଯାହା ବିଶ୍ୱରେ ପୂର୍ବରୁ ଅଜ୍ଞାତ ଥିଲା। ଏହି ଉଲ୍ଲେଖନୀୟ ମାମଲା ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ୩୮ ବର୍ଷ ବୟଷ୍କା ମହିଳାଙ୍କୁ କାର୍ଡିଆକ୍ ସର୍ଜରୀ ନିମନ୍ତେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ରକ୍ତ ସମୂହ O Rh+ ଥିଲା, ଯାହା ଏକ ସାଧାରଣ ରକ୍ତ ସମୂହ। ହେଲେ ଓ ପଜେଟିଭ ରକ୍ତ ୟୁନିଟରେ ମହିଳାଙ୍କ ଅନୁକୂଳ ଗୋଟିଏ ବି ରକ୍ତ ମିଳିଲାନି।
ଏଣୁ ହସ୍ପିଟାଲ ପରବର୍ତ୍ତି ଯାଞ୍ଚ ନିମନ୍ତେ ମାମଲାକୁ ବେଙ୍ଗାଲୁରସ୍ଥିତ ରୋଟାରୀ ଟିଟିକେ ବ୍ଲଡ ସେଣ୍ଟରର ଆଡଭାନ୍ସଡ ଇମ୍ୟୁନୋ ହେମାଟୋଲଜି ରେଫରେନ୍ସ ଲାବରୋଟରୀକୁ ପଠାଇଥିଲେ। ସେଠାରେ ଯାଞ୍ଚ ବେଳେ ମହିଳାଙ୍କ ରକ୍ତ ସମୂହ ‘ପ୍ୟାନ ରିଆକ୍ଟିଭ’ ମିଳିଥିଲା। ଯାହା ସବୁ ପରୀକ୍ଷଣ ନମୁମାନାରେ ଅସଙ୍ଗତ ଥିଲା। ଏଣୁ ଏହାକୁ ଦୁର୍ଲଭ ବା ଅଜ୍ଞାତ ରକ୍ତ ପ୍ରକାରର ସମ୍ଭାବିତ ମାମଲା ଭାବେ ଧରିନିଆଯାଇ ମ୍ୟାଚ୍ ନିମନ୍ତେ ମହିଳାଙ୍କ ପରିବାରର ୨୦ ଜଣଙ୍କ ରକ୍ତନମୁନା ସଂଗ୍ରହ କରିଥିଲେ।
ହେଲେ ଏଥିରୁ ମଧ୍ୟ କୌଣସି ରକ୍ତ ମହିଳାଙ୍କ ରକ୍ତ ସହ ମେଳକ ହୋଇ ନଥିଲା। ଏଣୁ ମାମଲାକୁ ଅତ୍ୟନ୍ତ ସାବଧାନତା ପୂର୍ବକ ପ୍ରବନ୍ଧନ କରାଯାଇଥିଲା ଓ ବିନା ରକ୍ତରେ ମହିଳାଙ୍କ ହୃଦ ଅସ୍ତ୍ରୋପଚାର ହୋଇଥିଲା। ରୋଟାରୀ ବେଙ୍ଗାଲୁରୁର ଟିଟିକେ ବ୍ଲଡ ସେଣ୍ଟରର ଡା. ଅଙ୍କିତ ମାଥୁର କହିଛନ୍ତି ଯେ ଏଥି ମଧ୍ୟରେ ମହିଳାଙ୍କ ରକ୍ତ ନମୁନା ବ୍ରିଟେନର ବ୍ରିଷ୍ଟଲ ସ୍ଥିତ ଅନ୍ତର୍ଜାତୀୟ ରକ୍ତ ସମୂହ ଲାବରେଟରୀ (ଆଇବିଜିଆରଏଲ) ପଠାଯାଇଥିଲା। ସେଠାରେ ୧୦ ମାସର ବ୍ୟାପକ ଗବେଷଣା ଓ ଆଣବିକ ପରୀକ୍ଷଣ ପରିଣାମ ସ୍ୱରୂପ ପ୍ରଥମରୁ ଅଜ୍ଞାତ ରକ୍ତ ସମୂହ ଆଣ୍ଟିଜେନର ସନ୍ଧାନ ମିଳିଛି।
ଏହା କ୍ରୋମର (ସିଆର) ରକ୍ତ ସମୂହ ପ୍ରଣାଳୀର ଅଂଶବିଶେଷ ଓ ଏହାର ଉତ୍ପତିର ସମ୍ମାନରେ ଏହାକୁ ଅଧିକାରୀକ ଭାବେ ସିଆରଆଇବି ନାମ ଦିଆଯାଇଛି। ଏଥିରେ ସିଆର କ୍ରୋମର ପାଇଁ ଆଇବି ଭାରତ ଓ ବେଙ୍ଗାଲୁର ପାଇଁ ପ୍ରତିନିଧିତ୍ୱ କରୁଛି। ଡା. ମାଥୁର କହିଛନ୍ତି ଯେ ଏହି ଐତିହାସିକ ଘୋଷଣା ଜୁନ ୨୦୨୫ରେ ଇଟାଲୀର ମିଲାନରେ ଅନୁଷ୍ଠିତ ଇଣ୍ଟରନ୍ୟାସନାଲ ସୋସାଇଟି ଅଫ ବ୍ଲଡ ଟ୍ରାନ୍ସଫ୍ୟୁଜନ (ଆଇଏସବିଟି)ର ୩୫ତମ ସମ୍ମିଳନୀରେ କରାଯାଇଛି। ଏହା ସହିତ ମହିଳା ସିଆରଆଇବି ଆଣ୍ଟିଜେନ ଦ୍ୱାରା ପରିଚିତ ହେଉଥିବା ବିଶ୍ୱର ପ୍ରଥମ ବ୍ୟକ୍ତି ପାଲଟିଛନ୍ତି।