ଆନ୍ତଃ ମହାବିଦ୍ୟାଳୟ ସ୍ତରୀୟ ଚେସ୍‌ ଓ କ୍ୟାରମ ପ୍ରତିଯୋଗିତା

ଭବାନୀପାଟଣା,୨୩।୧୧(ଉତ୍ତମ କୁମାର ଦାଶ)- ଭବାନୀପାଟଣାସ୍ଥିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ଚାଲିଥିବା ଆନ୍ତଃ ମହାବିଦ୍ୟାଳୟ ସ୍ତରୀୟ ଚେସ୍‌ ଓ କ୍ୟାରମ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି। ଚେସ୍‌ ମହିଳା ବିଭାଗରେ ୬ ମହାବିଦ୍ୟାଳୟରୁ ୮ଟି ଦଳ, ପୁରୁଷ ବିଭାଗରେ ୧୪ ମହାବିଦ୍ୟାଳୟରୁ ୧୫ଟି ଦଳ ଭାଗ ନେଇଥିଲେ। ସେହିପରି କ୍ୟାରମ ମହିଳା ବିଭାଗରେ ୯ ମହାବିଦ୍ୟାଳୟରୁ ୧୨ଟି ଦଳ ଓ ପୁରୁଷ ବିଭାଗରେ ୧୩ ମହାବିଦ୍ୟାଳୟରୁ ୨୦ଟି ଦଳ ଭାଗ ନେଇଥିଲେ। ଚେସ୍‌ ପୁରୁଷ ବିଭାଗରେ ନୂଆପଡ଼ା ନ୍ୟାଶନାଲ […] The post ଆନ୍ତଃ ମହାବିଦ୍ୟାଳୟ ସ୍ତରୀୟ ଚେସ୍‌ ଓ କ୍ୟାରମ ପ୍ରତିଯୋଗିତା appeared first on Dharitri Odia News.

ଆନ୍ତଃ ମହାବିଦ୍ୟାଳୟ ସ୍ତରୀୟ ଚେସ୍‌ ଓ କ୍ୟାରମ ପ୍ରତିଯୋଗିତା

ଭବାନୀପାଟଣା,୨୩।୧୧(ଉତ୍ତମ କୁମାର ଦାଶ)- ଭବାନୀପାଟଣାସ୍ଥିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ଚାଲିଥିବା ଆନ୍ତଃ ମହାବିଦ୍ୟାଳୟ ସ୍ତରୀୟ ଚେସ୍‌ ଓ କ୍ୟାରମ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି। ଚେସ୍‌ ମହିଳା ବିଭାଗରେ ୬ ମହାବିଦ୍ୟାଳୟରୁ ୮ଟି ଦଳ, ପୁରୁଷ ବିଭାଗରେ ୧୪ ମହାବିଦ୍ୟାଳୟରୁ ୧୫ଟି ଦଳ ଭାଗ ନେଇଥିଲେ। ସେହିପରି କ୍ୟାରମ ମହିଳା ବିଭାଗରେ ୯ ମହାବିଦ୍ୟାଳୟରୁ ୧୨ଟି ଦଳ ଓ ପୁରୁଷ ବିଭାଗରେ ୧୩ ମହାବିଦ୍ୟାଳୟରୁ ୨୦ଟି ଦଳ ଭାଗ ନେଇଥିଲେ। ଚେସ୍‌ ପୁରୁଷ ବିଭାଗରେ ନୂଆପଡ଼ା ନ୍ୟାଶନାଲ କଲେଜର ଛାତ୍ର ବିଭୁ ପ୍ରସାଦ ପ୍ରଧାନ ଚାମ୍ପିୟନ ହୋଇଥିବାବେଳେ ଖରିଆର ମଡେଲ ଡିଗ୍ରୀ କଲେଜର ଛାତ୍ର ହିମାଂଶୁ ବେହେରା ରନର୍ସ ଅପ ହୋଇଥିଲେ। ସେହିପରି ଚେସ୍‌ ମହିଳା ବିଭାଗରେ ନୂଆପଡ଼ା ସରକାରୀ ମହିଳା ମହାବଦ୍ୟାଳୟର ବବିତା ଯାନୀ ଚାମ୍ପିୟନ ଓ ନୂଆପଡ଼ା ନ୍ୟାଶନାଲ କଲେଜ ଛାତ୍ରୀ ଆଖିଆ ରାଜପୁତ ରନର୍ସ ଅପ ହୋଇଥିଲେ। କ୍ୟାରମ ପୁରୁଷ ବିଭାଗରେ କଳାହାଣ୍ଡି ଜିଲା ନର୍ଲା କଲେଜର ଛାତ୍ର ଡିକେସ କୁମାର ଭୋଇ ଚାମ୍ପିୟନ ହୋଇଥିବାବେଳେ ନୂଆପଡ଼ା ନ୍ୟାଶନାଲ କଲେଜ ଛାତ୍ର ବିଭୁ ପ୍ରସାଦ ପ୍ରଧାନ ରନର୍ସ ଅପ ହୋଇଥିଲେ। ମହିଳା ବିଭାଗରେ ମା’ ମାଣିକେଶରୀ ବିଶ୍ୱ ବିଦ୍ୟାଳୟ ଛାତ୍ରୀ ଲୋପିତା ମହାନନ୍ଦ ଚାମ୍ପିୟନ ହୋଇଥିଲେ। ସମସ୍ତ ବିଜେତାଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଉଦ୍‌ଘାଟନୀ ସମାରୋହରେ ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ଡ. ନିବେତିତା ନାଥ, କୁଳସଚିବ ପୀତାମ୍ବର ଭୋଇ, ଉପକୁଳସଚିବ ମେଜର ଡ. ଜୟଦେବ ସାହୁ ଓ କ୍ରୀଡ଼ା ନିର୍ଦ୍ଦେଶକ ଡ. ଘନଶ୍ୟାମ ବେହେରା ପ୍ରମୁଖ ଯୋଗଦେଇଥିଲେ।

The post ଆନ୍ତଃ ମହାବିଦ୍ୟାଳୟ ସ୍ତରୀୟ ଚେସ୍‌ ଓ କ୍ୟାରମ ପ୍ରତିଯୋଗିତା appeared first on Dharitri Odia News.