ଆନ୍ତଃସେବା ସଂଗଠନ ଆଇନ ବିଜ୍ଞପ୍ତି ପ୍ରକାଶ
ଡେସ୍କ: ଆଜି ଆନ୍ତଃସେବା ସଂଗଠନ (କମାଣ୍ଡ, ନିୟନ୍ତ୍ରଣ ଓ ଶୃଙ୍ଖଳା) ଆଇନ ବିଜ୍ଞପ୍ତି ପ୍ରକାଶ ପାଇଛି। ଆନ୍ତଃସେବା ସଂଗଠନଗୁଡ଼ିକର ପ୍ରଭାବଶାଳୀ କମାଣ୍ଡ, ନିୟନ୍ତ୍ରଣ ଏବଂ ଦକ୍ଷ କାର୍ଯ୍ୟକଳାପକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଗତ ବର୍ଷ ମୌସୁମୀ ଅଧିବେଶନରେ ସଂସଦର ଉଭୟ ଗୃହରେ ଏହି ବିଲ୍ ପାରିତ ହୋଇଥିଲା। ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ, ଏହି ଆଇନ ଆନ୍ତଃ-ସେବା ସଂଗଠନର କମାଣ୍ଡର-ଇନ୍-ଚିଫ୍ ଏବଂ ଅଫିସର-ଇନ୍-କମାଣ୍ଡଙ୍କୁ ପ୍ରତ୍ୟେକ ବ୍ୟକ୍ତିଗତ ସେବାର ଅନନ୍ୟ ସେବା ସର୍ତ୍ତାବଳୀରେ ବାଧା ସୃଷ୍ଟି ନକରି ଶୃଙ୍ଖଳା […]

ଡେସ୍କ: ଆଜି ଆନ୍ତଃସେବା ସଂଗଠନ (କମାଣ୍ଡ, ନିୟନ୍ତ୍ରଣ ଓ ଶୃଙ୍ଖଳା) ଆଇନ ବିଜ୍ଞପ୍ତି ପ୍ରକାଶ ପାଇଛି। ଆନ୍ତଃସେବା ସଂଗଠନଗୁଡ଼ିକର ପ୍ରଭାବଶାଳୀ କମାଣ୍ଡ, ନିୟନ୍ତ୍ରଣ ଏବଂ ଦକ୍ଷ କାର୍ଯ୍ୟକଳାପକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଗତ ବର୍ଷ ମୌସୁମୀ ଅଧିବେଶନରେ ସଂସଦର ଉଭୟ ଗୃହରେ ଏହି ବିଲ୍ ପାରିତ ହୋଇଥିଲା। ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ, ଏହି ଆଇନ ଆନ୍ତଃ-ସେବା ସଂଗଠନର କମାଣ୍ଡର-ଇନ୍-ଚିଫ୍ ଏବଂ ଅଫିସର-ଇନ୍-କମାଣ୍ଡଙ୍କୁ ପ୍ରତ୍ୟେକ ବ୍ୟକ୍ତିଗତ ସେବାର ଅନନ୍ୟ ସେବା ସର୍ତ୍ତାବଳୀରେ ବାଧା ସୃଷ୍ଟି ନକରି ଶୃଙ୍ଖଳା ଏବଂ ପ୍ରଶାସନର ପ୍ରଭାବଶାଳୀ ରକ୍ଷଣାବେକ୍ଷଣ ପାଇଁ ସେବା କର୍ମଚାରୀଙ୍କ ଉପରେ ନିୟନ୍ତ୍ରଣ ରଖିବାକୁ କ୍ଷମତା ପ୍ରଦାନ କରିଛି। ଏହି ଆଇନ ଆନ୍ତଃସେବା ସଂଗଠନର ମୁଖ୍ୟମାନଙ୍କୁ ସଶକ୍ତ କରିବ ଏବଂ ଏକାଧିକ ପ୍ରକ୍ରିୟାକୁ ଏଡ଼ାଇବା ସହ ମାମଲାର ତ୍ୱରିତ ସମାଧାନ ପାଇଁ ବାଟ ଖୋଲିବ। ଏହା ସଶସ୍ତ୍ର ବାହିନୀ ଯବାନଙ୍କ ମଧ୍ୟରେ ଅଧିକ ସମନ୍ୱୟ ଏବଂ ମିଳିତତା ଦିଗରେ ଏକ ପଦକ୍ଷେପ ହେବ ବୋଲି ମନ୍ତ୍ରଣାଳୟ କହିଛି।
ମତଦାନ ତଥ୍ୟ ପ୍ରକାଶରେ ବିଳମ୍ବ ନେଇ କଂଗ୍ରେସ ଅଧ୍ୟକ୍ଷଙ୍କ ଅଭିଯୋଗକୁ ନିର୍ବାଚନ ଆୟୋଗଙ୍କ ଖଣ୍ଡନ